ଆସିପାରେ କାମଚଳା ବଜେଟ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ ପ୍ରସ୍ତୁତି ଏକ ପ୍ରକାର ଶେଷ କରିଦେଇଛନ୍ତି। ଗତ ସେପ୍ଟେମ୍ବରରୁ ଅର୍ଥ ବିଭାଗ ପକ୍ଷରୁ ବଜେଟ ଆଗତ ପ୍ରକ୍ରିୟାକୁ ଜୋର୍‌ଦାର ଭାବେ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ତେବେ ଏଥିରେ ପରିବର୍ତ୍ତନ କରାଯିବା ସମ୍ଭାବନା ବେଶି। ଏବେ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଫେବୃୟାରୀ ୧୬ରୁ ୫ଟି ପର୍ଯ୍ୟାୟରେ ୨୪ ତାରିଖ ନିର୍ବାଚନ ପର୍ଯ୍ୟନ୍ତ ଚାଲିବ। ଏହାପରେ ପୌର ନିର୍ବାଚନ ହେବ। ତେଣୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ପରିବର୍ତ୍ତେ କାମଚଳା ବଜେଟ ଆଗତ କରିବା ସମ୍ପର୍କରେ ଚିନ୍ତା କରିପାରନ୍ତି। ଏନେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ବୈଠକରେ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ସେହିପରି ମାର୍ଚ୍ଚରେ ବିଧାନସଭା ଅଧିବେଶନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନା ରହିଛି।
ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ସରକାରଙ୍କ ପକ୍ଷରୁ ଏଯାଏ କିଛି ଚୂଡ଼ାନ୍ତ ଖବର ଆସିନାହିଁ। କାମଚଳା ବଜେଟ ଆସିପାରେ। ଆଦର୍ଶ ଆଚରଣ ବିଧି ଲାଗିଛି। ଅର୍ଥମନ୍ତ୍ରୀ ବୈଠକ ଡାକିଛନ୍ତି, ତାହା ସରିଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ମାର୍ଚ୍ଚ ୩୧ ସୁଦ୍ଧା ବଜେଟ ଆସିବ। କୋଠା, ବାଡ଼ି, ରାସ୍ତା କାମ ଲାଗି କିଛି ପ୍ରସ୍ତାବ ରହି ନ ପାରେ। କେବଳ ସରକାରୀ କର୍ମଚାରୀମାନଙ୍କ ଦରମା, ରାଜ୍ୟ ସରକାର ଆଣିଥିବା ଋଣ ପରିଶୋଧ ସମ୍ପର୍କିତ ଖର୍ଚ୍ଚର ପ୍ରସ୍ତାବ ଆସିପାରେ ବୋଲି ସେ କହିଛନ୍ତି। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ଣ୍ଣାଙ୍ଗ ବଜେଟ ପାଇଁ ସବୁ କାମ ଶେଷ ହୋଇଯାଇଛି। ପଞ୍ଚାୟତ ନିର୍ବାଚନ ସରିବା ମାତ୍ରେ ପୌର ନିର୍ବାଚନ ହେବ ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ସରକାରୀ ଖର୍ଚ୍ଚ ଯାହା ହେବ ସେନେଇ ଏକ ବଜେଟ ପାସ୍‌ କରାଯିବ। ୪ ମାସ ପରେ ଆଉଥରେ ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ବୋଲି ସେ କହିଛନ୍ତି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୌର ନିର୍ବାଚନ ହେବ ନା ନାହିଁ ତାହା ଚୂଡ଼ାନ୍ତ ହୋଇନାହିଁ। ଯଦି ପୌର ନିର୍ବାଚନ ହେବ, ତେବେ କାମଚଳା ବଜେଟ ଅଣାଯିବ। ପୌର ନିର୍ବାଚନ ଘୋଷଣା ହେବାପରେ ଆଉ ପୂର୍ଣ୍ଣାଙ୍ଗ ବଜେଟ ଆସିପାରିବ ନାହିଁ। ପୂର୍ଣ୍ଣାଙ୍ଗ ବଜେଟ ପାଇଁ ଯେତିକି ସମୟ ଦରକାର ତାହା ସମ୍ଭବ ନୁହେଁ। କେବଳ କାମଚଳା ବଜେଟ ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

୩ ରାଶିଙ୍କ ଉପରେ ପଡିଲା ଶନିଙ୍କ ଶୁଭଦୃଷ୍ଟି: ୨୦୨୭ ମଝି ଯାଏ ଗୋଲ୍‌ଡେନ୍‌ ଟାଇମ୍‌, ମାଲାମାଲ ସହ ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହାର ପ୍ରଭାବ ୨୦୨୭ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ବୋଲି ଜ୍ୟୋତିଷୀଙ୍କ…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?