Home Left

ଚୌକାଠାରୁ ବି ଛକା ଅଧିକ ମାରିଛନ୍ତି ଏହି ବିସ୍ଫୋରକ କ୍ରିକେଟର୍‌: ହାସଲ କଲେ ‘ମହାଶତକ’

ଆବୁଧାବି,୨୯।୯: ଟି -୨୦ କ୍ରିକେଟ୍‌ର କିମ୍ବଦନ୍ତୀଙ୍କ ମଧ୍ୟରୁ କିରନ ପୋଲାର୍ଡ ଅନ୍ୟତମ। ଟି -୨୦ରେ ୧୧ ହଜାରରୁ ଅଧିକ ରନ ସ୍କୋର କରିବା ବ୍ୟତୀତ ସେ ୭୫୦ରୁ ଅଧିକ ଛକା ମାରିଛନ୍ତି। ସେ ଆଇପିଏଲ ୨୦୨୧ର ଏକ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ…

ଆଜି କରୋନା ନେଲା ୫ ଜୀବନ

ଭୁବନେଶ୍ୱର,୨୯।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୯୨ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଏମିତି କାମ କରି ହୃଦୟ ଜିତିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଆଇପିଏଲ ୨୦୨୧ର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ୪୨ତମ ମ୍ୟାଚ ସମୟରେ କ୍ରୀଡ଼ା ଭାବନାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଥିଲା। ମୁମ୍ବାଇ କେ.ଏଲ ରାହୁଲଙ୍କ ବିରୋଧରେ ରନ ଆଉଟ କରିବାକୁ ଅମ୍ପାୟାରଙ୍କ ନିକଟରେ ଅମିଲ…

ପନ୍ତଙ୍କ ପିଲାଳିଆମୀ କାର୍ତ୍ତିକଙ୍କ ଉପରେ ପଡିଥାନ୍ତି ଭାରି,ପଡିଆରେ ବଡ ଦୁର୍ଘଟଣା ଟଳିଲା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ୪୧ତମ ମ୍ୟାଚ ସମୟରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ରିଷଭ ପନ୍ତଙ୍କ ପିଲାଳିଆମୀ ଯୋଗୁ କେକେଆରର ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ବିପଦରେ ପଡିଥାନ୍ତେ।…

ଆଜି ରାଜ୍ୟରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୬୩ ଜଣ ଅଛନ୍ତି। ଏହି ୫୬୫ ଜଣଙ୍କ ମଧ୍ୟରୁ ୩୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୩୭…

ରିଅଲ ଇଷ୍ଟେଟ୍‌ ଅପରାଧ ଓପିଆଇଡି ଆଇନ ଅଧୀନରେ ଆସୁନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ, ୨୯।୯: ରିଅଲ ଇଷ୍ଟେଟ୍‌ ଅପରାଧ ଓଡ଼ିଶା ଜମାକାରୀ ସ୍ବାର୍ଥ ସୁରକ୍ଷା (ଓପିଆଇଡି) ଆଇନ, ୨୦୧୧ ଅଧୀନରେ ଆସୁ ନ ଥିବା ଓଡ଼ିଶା ହାଇକୋର୍ଟ କହିଛନ୍ତି। ଅନୈତିକ ଫାଇନାନ୍ସ ସଂସ୍ଥାଗୁଡ଼ିକର ଲୋଭନୀୟ ସ୍କିମ୍‌ରେ ପ୍ରଭାବିତ ହୋଇ ଠକାମିର ଶିକାର ହେଉଥିବା ନିରୀହ…

ହାଇ ପ୍ରୋଫାଇଲ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର,୨୯।୯(ବ୍ୟୁରୋ):ଦାମୀ ପୋଷାକ ପିନ୍ଧିବା ସହ ଦାମୀ ଗାଡ଼ି ଚଢୁଥିଲେ। ନିଜକୁ ସମ୍ଭ୍ରାନ୍ତ ଶ୍ରେଣୀର ପରିଚୟ ଦେଇ ଠକେଇର ନୂଆ କୌଶଳ ଆପଣାଇଥିଲେ। ଦୋକାନୀଙ୍କୁ ଟଙ୍କା ଟ୍ରାନ୍ସଫର୍‌ର ଫେକ୍‌ ସ୍କ୍ରିନଶଟ୍‌ ଦେଖାଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଯାଉଥିଲେ। ରାଜ୍ୟରୁ ରାଜ୍ୟ ବୁଲି ଏଭଳି…

ଓଡ଼ିଶା ନାମଫଳକକୁ ଲିଭାଇ ଦେଲା ଆନ୍ଧ୍ର

ପଟ୍ଟାଙ୍ଗୀ,୨୯ା୯(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଦ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ତେବେ ଏହି ବିବାଦକୁ ବେଶି ବଢ଼ାଉଛି ଆନ୍ଧ୍ର। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ ନ କରି…

ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଙ୍ଗଠନ

ଓ୍ବାଶିଂଟନ, ୨୯।୯: ପାକିସ୍ତାନ ଅନୂ୍ୟନ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଇଥିବା ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେଥିରୁ ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଭଳି ୫ଟି ସଂଗଠନର ଟାର୍ଗେଟରେ ଭାରତ ରହିଛି। ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ପେଣ୍ଠସ୍ଥଳ।…

ଲଘୁଚାପ: ୪ ଯାଏ ବର୍ଷିବ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତଥା ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କେତେକ…

କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ହଜାର ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ):କରୋନାରେ ମୃତ୍ୟୁ ହୋଇଥିଲେ ପରିବାରକୁ ମିଳିବ ୫୦ ହଜାର ଟଙ୍କା। ଏହି ସହାୟତା ଦେବେ ରାଜ୍ୟ ସରକାର। ଏନେଇ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସହାୟତା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର…

କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ, ୨୯।୯(ପି.ଟି.): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହତ୍ୟା ଓ ବଳାତ୍କାର ମାମଲାଗୁଡ଼ିକର ସିବିଆଇ ତଦନ୍ତ ଅଦାଲତ ତତ୍ତ୍ୱାବଧାନରେ କରିବା ପାଇଁ କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମା ବିରୋଧରେ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri