ନିର୍ମାଣ ହେବ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ବାୟୋପିକ!

ମୁମ୍ବାଇ: ଭାରତ ରତ୍ନ, ସୁର ସାମ୍ରାଜ୍ଞୀ, କୋକିଳ କଣ୍ଠି, ଭାରତର ନାଇଟ ଆଙ୍ଗଲ ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ହେଲେ ସେ ମନୋରଞ୍ଜନ ଦୁନିଆରେ ଏମିତି ଏକ ଛାପ ଛାଡି ଯାଇଛନ୍ତି ଯାହା ଅଭୁଲା ହୋଇ ରହିବ ପିଢି ପିଢି ଧରି । ବହୁ ସଂଘର୍ଷ ପରେ ସଙ୍ଗିତ ଦୁନିଆର ଏମିତି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ଲତା ଯେଉଁଠି ଆଉ କେହି ପହଞ୍ଚିବା କଷ୍ଟକର ପାଠ ହୋଇଯିବ । ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ୭ ଦଶକରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସକ୍ଷମ ଥିଲେ ଲତା । କେବଳ ଭାରତ ନୁହେଁ ଏସିଆ ମହାଦେଶରେ ସେ ଥିଲେ ଏକ ପରିଚିତ ନାମ ।
ଲତା ଦିଦିଙ୍କ ଇନସ୍ପାରିଂ ଜର୍ନିକୁ ନେଇ ତାଙ୍କର ବାୟୋପିକ୍ ନିର୍ମାଣ କରିବାକୁ ବଲିଉଡର ନାଁ କରା ନିର୍ଦ୍ଦେଶକମାନେ ବହୁ ପୂର୍ବରୁ ଚିନ୍ତା କରିଥିଲେ ବି ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରି ନାହିଁ । ଶୁଣିବାକୁ ମିଳେ ଯେ ଲତା ମଙ୍ଗେସକର କୁଆଡେ ତାଙ୍କ ବାୟୋପିକ୍ ନିର୍ମାଣ ସପକ୍ଷରେ ନ ଥିଲେ ଯାହା ପାଇଁ ତାଙ୍କ ବାୟୋପିକ୍ ନିର୍ମାଣରେ ଏତେ ବିଳମ୍ବ ହୋଇଛି । ଏବେ ସେ ଆମ ଗହଣରୁ ବିଦାୟ ନେଇଥିବା ବେଳେ ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି, ଆନନ୍ଦ ଏଲ ରୟ ଓ ରାକେଶ ଓମ ପ୍ରକାଶ ମେହେରା ଏବେ ଲତା ଦିଦିଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । କୁହାଯାଏ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି ଗତ ୧୦ ବର୍ଷ ହେବ ଲାତାଙ୍କ ବାୟୋପିକ ନିର୍ମାଣ କରିବାକୁ ମନ ବଳାଇଥିଲେ ବି ଶେଷ ପର୍ଯ୍ୟନ୍ତ ତାଙ୍କର ଏହି ଆଶା ପୂରଣ ହୋଇପାରି ନାହିଁ । ଏବେ ଚିନ୍ତା କରାଯାଉଛି ଯେ ଲତା ଦିଦିଙ୍କ ଜୀବନ କେଉଁ ଭାଗକୁ ନେଇ କିଏ କ’ଣ ନିର୍ମାଣ କରିବେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲତା ଦିଦିଙ୍କ ବାୟୋପିକ ପାଇଁ କୁଆଡେ ତାଙ୍କ ପରିବାର ରାଜି ହେବା ମୁଡରେ ଅଛନ୍ତି । ଏ ନେଇ ସେମାନେ ପ୍ଲାନିଂ କରୁଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?