ଚର୍ଚ୍ଚରେ ଶିଶୁଙ୍କୁ ଯୌନ ଶୋଷଣ

ଲିସ୍‌ବନ୍‌, ୧୧ା୨:ପର୍ତ୍ତୁଗିଜ୍‌ କ୍ୟାଥୋଲିକ୍‌ ଚର୍ଚ୍ଚରେ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଖବର ପ୍ରକାଶ ପାଇ ଆସୁଥିବାବେଳେ ଏହା ଉପରେ ଅଧ୍ୟୟନ କରୁଥିବା ଏକ ସ୍ବାଧୀନ କମିଟି ଗୁରୁବାର ଏକ ରିପୋର୍ଟ ପ୍ରଘଟ କରିଛି। ନ୍ୟାୟ ପାଇଁ ପ୍ରତିଶ୍ରୁତି ପାଇବା ପରେ ଶହ ଶହ ନିର୍ଯାତିତ ଦଶନ୍ଧି ଧରି ଲୁଚାଇ ରଖିଥିବା ଯନ୍ତ୍ରଣା ବଖାଣିଛନ୍ତି। କମିଟି କାର୍ଯ୍ୟକାରୀ ହେବାର ମାତ୍ର ମାସକ ମଧ୍ୟରେ ୨୧୪ ଜଣ ନିର୍ଯାତିତ ସେମାନଙ୍କ ଅଭିଯୋଗକୁ ଅନଲାଇନ ଯୋଗେ ଦାଖଲ କରିଛନ୍ତି। ପୀଡ଼ିତାପୀଡ଼ିତଙ୍କ ମଧ୍ୟରେ ଅଧିକାଂଶ ୧୯୩୩ରୁ ୨୦୦୬ ମଧ୍ୟରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ରହିଛନ୍ତି ବୋଲି କମିଟି କହିଛି।
ଲଜ୍ଜା, ଭୟ, ଆତ୍ମବିଶ୍ୱାସ ଅଭାବ ଯୋଗୁ ଅଧିକାଂଶ ନିର୍ଯାତିତ ଏହାକୁ ଲୋକଲୋଚନକୁ ଆଣିପାରି ନ ଥିବା କମିଟି ଏକ ବିବୃତିରେ କହିଛି। ପର୍ତ୍ତୁଗାଲ ଚର୍ଚ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ, ୨ ବର୍ଷ ତଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ତଦନ୍ତ କରାଯାଇଥିଲା। ୨୦୦୧ରୁ ଚର୍ଚ୍ଚରେ ପ୍ରିଷ୍ଟମାନଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ମାତ୍ର ଡଜନେ ମାମଲା ସାମ୍‌ନାକୁ ଆସିଥିଲା। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ସେଥିମଧ୍ୟରୁ ଅଧାରୁ ଅଧିକ ମାମଲାକୁ ଚର୍ଚ୍ଚ ପକ୍ଷରୁ ଖାରଜ କରିଦିଆଯାଇଥିଲା। ପରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି, ଜଣେ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସମେତ ୬ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଉକ୍ତ କମିଟି ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି ଦେଇ ନିର୍ଯାତନାର ଶିକାର ହୋଇଥିବା ସମସ୍ତଙ୍କୁ ଅଭିଯୋଗ କରିବା ନିମନ୍ତେ କହିଥିଲା। ଜାନୁୟାରୀ ୧ରୁ ଏହି କମିଟି କାର୍ଯ୍ୟ ଆରମ୍ଭ କରିଥିବାବେଳେ ମାତ୍ର ମାସକରେ ୨୧୪ ଯୌନ ଶୋଷଣ ଅଭିଯୋଗ ଆସିଛି। ଉକ୍ତ କମିଟି ଚଳିତ ବର୍ଷ ଶେଷସୁଦ୍ଧା ପର୍ତ୍ତୁଗିଜ୍‌ ବିଶପ୍‌ କନଫରେନ୍ସରେ ରିପୋର୍ଟ ପ୍ରଦାନ କରିବ। ଜଣେ ଅଭିଯୁକ୍ତଙ୍କ ଦ୍ୱାରା ଏକାଧିକ ଶିଶୁ ନିର୍ଯାତନାର ଶିକାର ହୋଇଥାଇପାରନ୍ତି ବୋଲି ଉକ୍ତ ବିବୃତିରେ କୁହାଯାଇଛି। ଅନ୍‌ଲାଇନରେ ସାକ୍ଷୀଙ୍କ ବୟାନ ମଧ୍ୟ ସଂଗ୍ରହ କରାଯାଇଛି। ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଲକ୍ସନବର୍ଗ, ସୁଇଜରଲାଣ୍ଡ ଆଦି ଦେଶରେ ପର୍ତ୍ତୁଗାଲର ପ୍ରବାସୀମାନେ ବାସ କରୁଥିବାରୁ ସେଠାରୁ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି। ଇଣ୍ଟରନେଟ ତଥା ଅନ୍ୟ ଟେକ୍ନୋଲୋଜି ଅପହଞ୍ଚ ଥିବା ଗ୍ରାମାଞ୍ଚଳ ଓ କମ୍‌ ବିକଶିତ ଅଞ୍ଚଳଗୁଡ଼ିକରେ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାପୀଡ଼ିତଙ୍କ ନିକଟରେ ପହଞ୍ଚିବା ପାଇଁ କମିଟି ଉଦ୍ୟମ କରୁଛି। ଏଥିନିମନ୍ତେ ବିଭିନ୍ନ ଦାତବ୍ୟ ସଂସ୍ଥା, ସାମାଜିକ ଅନୁଷ୍ଠାନର ସହାୟତା ନିଆଯାଉଥିବା ଉକ୍ତ କମିଟି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri