ପୁରୁଣା ଜିନ୍ସରେ କଳାକୃତି
ଭୋପାଳ: ପୁରୁଣା ଜିନ୍ସରେ ତିଆରି ହୋଇଛି କଳାକୃତି। ଏକଥା ଶୁଣିବାକୁ ଅବଶ୍ୟ ଟିକିଏ ଭିନ୍ନ ମନେ ହେଉଥିବ। କିନ୍ତୁ ଏଭଳି ଏକ କଳାକୃତି ତିଆରି କରିଛନ୍ତି ମଧ୍ୟପ୍ରଦେଶର ଇନ୍ଦୋରର କଳାକାରମାନେ। ୨୧ ଜଣ କଳାକାର ମିଶି ପୁରୁଣା ଜିନ୍ସ କପଡ଼ାକୁ ଏକାଠି…
ହାତୀଙ୍କ ପାଇଁ ବ୍ୟାୟାମଶାଳା
ଡେରାଡୁନ୍: ଏଣିକି ଜିମ୍ରେ ବ୍ୟାୟାମ କରିବେ ହାତୀ। ଉତ୍ତରାଖଣ୍ଡସ୍ଥିତ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀଙ୍କ ପାଇଁ ତିଆରି ହୋଇଛି ଏକ ଜିମ୍। ଏହି ବିରାଟକାୟ ବନ୍ୟପ୍ରାଣୀମାନେ ଯେପରି ନିଜକୁ ଫିଟ୍ ରଖିପାରିବେ, ସେଥିପାଇଁ ଏହି ନିଆରା ପଦକ୍ଷେପ ନିଆଯାଇଛି। ଏଠାରେ ଏବେ…
ବଜାରରେ ମିଳୁଛି କରୋନା ବରା, କରୋନା ପରଟା: ଭାଇରାଲ ହେଉଛି ଫଟୋ
ମଦୁରାଇ,୯।୭: ତାମିଲନାଡୁର ମଦୁରାଇ ସହର ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେସ୍ତୋରାଁ କରୋନା ସମ୍ପର୍କିତ ସଚେତନା ସୃଷ୍ଟି କରିବାକୁ ପ୍ରୟାସ କରିଥିବା ଦେଖାଯାଇଛି। ଟେମ୍ପଲ ସିଟି ରେସ୍ତୋରାଁର ମାଲିକ କେ.ଏଲ୍. କୁମାର କରୋନା ଭାଇରସଠାରୁ ଦୂରେଇ…
ପ୍ରତିଦିନ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରି ଚିଠି ବାଣ୍ଟନ୍ତି ୬୫ ବର୍ଷୀୟ ବୃଦ୍ଧ
ଚେନ୍ନାଇ,୯।୭: ତାମିଲନାଡୁର ୬୫ ବର୍ଷୀୟ ବୃଦ୍ଧ ଡି. ଶିବନଙ୍କ କାହାଣୀ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ପେଶାରେ ଜଣେ ପୋଷ୍ଟମ୍ୟାନ ଥିବା ବେଳେ ଗତ ସପ୍ତାହରେ ଅବସର ନେଇଛନ୍ତି। ହେଲେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ସରକାର ପଦ୍ମଶ୍ରୀ…
ଭାବପ୍ରବଣତା ସୃଷ୍ଟି କରନ୍ତି ପୋଷା କୁକୁର
ନେଡଲାଣ୍ଡସ(ଅଷ୍ଟ୍ରେଲିଆ): ପରିବର୍ତ୍ତିତ ଜୀବନଶୈଳୀରେ କେତେକ ଲୋକ ମାନସିକ ଚାପଗ୍ରସ୍ତ ହୋଇଥାନ୍ତି। କିଛି ଲୋକଙ୍କ ମଧ୍ୟରେ ଚିଡିଚିଡ଼ାପଣ ବଢ଼ିଥାଏ। ସାମାନ୍ୟ ସମସ୍ୟାରେ କେତେକ ଧୈର୍ଯ୍ୟହରା ପଡ଼ିଥାନ୍ତି। ତେବେ ଏସବୁର ସହଜ ସମାଧାନ ପୋଷା କୁକୁର ଦ୍ୱାରା ସମ୍ଭବ ବୋଲି ସମ୍ପ୍ରତି ହୋଇଥିବା ଏକ…
ଚର୍ଚ୍ଚିତ ବିବାହ: ଏକାସଙ୍ଗେ ୨ ପ୍ରେମିକାଙ୍କୁ ଜୀବନ ସାଥୀ କଲେ ଯୁବକ
ବେତୁଲ, ୮।୭- ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏଭଳି ଏକ ଖବର ଆସିଛି, ଯାହାକୁ ଶୁଣିଲେ ପ୍ରଥମେ ବିଶ୍ୱାସ ଲାଗିବ ନାହିଁ। ଜଣେ ଯୁବକ ତାଙ୍କର ଦୁଇ ଜଣ ପ୍ରେମିକାଙ୍କୁ ଏକ ସାଙ୍ଗରେ ଗୋଟିଏ ବେଦୀରେ ବିବାହ କରିଛନ୍ତି। ଉଭୟ ପ୍ରେମିକାଙ୍କୁ ସାଥୀରେ…
ଶ୍ରୀଲଙ୍କାରେ ଠାବ ହେଲା ବିରଳ ଯମଜ ହାତୀ ଛୁଆ
କଲମ୍ବୋ, ୮।୭- ଦୁଇଟି ହାତୀ ଛୁଆ ସମାନ ମା’ଠାରୁ କ୍ଷୀର ଖାଉଥିବା ଶ୍ରୀଲଙ୍କାର ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ହାତୀଟି ଏହି ୨ଟି ବିରଳ ଯମଜ ଛୁଆ ପ୍ରସବ କରିଥିବା ବନ୍ୟ ଅଧିକାରୀମାନେ ଅନୁମାନ କରିଛନ୍ତି। ଏହି ହାତୀ ଛୁଆ ଦୁଇଟିର…
ପିପିଇ କିଟ୍ ପିନ୍ଧି ପାନ ବିକୁଛନ୍ତି ଏହି ବ୍ୟକ୍ତି
ବନାରସ ପାନ ସବୁଆଡେ ଲୋକପ୍ରିୟ। ତେବେ କରୋନା ଭାଇରସ ଯୋଗୁ ଏଠାରେ ଜଣେ ପାନ ଦୋକାନୀ ପିପିଇ କିଟ୍ ପିନ୍ଧି ପାନ ବିକ୍ରି କରୁଛନ୍ତି। ସେ ହେଲେ ରାହୁଲ ଚୌରସିୟା। ଲଙ୍କା ଅଶୀ ମାର୍ଗ ରବୀନ୍ଦ୍ରପୁରୀ ଅଞ୍ଚଳରେ ତାଙ୍କର ପାନ ଦୋକାନ।…
ଭାଇରସ୍ ନଷ୍ଟ ହେଲେ ମାତ୍ର ଦେଢ଼ ଦିନରେ ଧ୍ୱଂସ ପାଇଯିବ ପୃଥିବୀ!
ଭାଇରସ୍ ବା ଭୂତାଣୁ ଜୀବଜଗତ ପାଇଁ ଯେତିକି ହାନିକାରକ ସେତିକି ଲାଭଦାୟକ ମଧ୍ୟ। ଭାଇରସ ବିନା ପୃଥିବୀରେ ଜୀବନ ଧାରଣ ଅସମ୍ଭବ। ଯଦି ଅଚାନକ ପୃଥିବୀରୁ ସମସ୍ତ ଭାଇରସ୍ ନଷ୍ଟ ହୋଇଯିବ ତେବେ ପୃଥିବୀରୁ ସମସ୍ତ ଜୀବ ମରିବା ପାଇଁ ମାତ୍ର…
କରୋନା ଭୟ ଦେଖାଇ ୭ ବର୍ଷୀୟା ବାଳିକାଙ୍କୁ ବଳାତ୍କାର
ବିଳାସପୁର: ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମାରଓ୍ବାହି ଜିଲାରେ କରୋନା ଭୟ ଦେଖାଇ ଜଣେ ୭ ବର୍ଷର ବାଳିକାକୁ ବଳାତ୍କାର କରାଯାଇଛି। ଏହି ଘଟଣାରେ ପୋଲିସ ୨ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଜୁଲାଇ ପ୍ରଥମ ସପ୍ତାହରେ ସେ କାଠ…
ପବ୍ଜି ନିଶାରେ ନାବାଳକ ଖର୍ଚ୍ଚ କରିଆସୁଥିଲେ ଜେଜେବାପାଙ୍କ ପେନ୍ସନ୍ ଟଙ୍କା, ଜଣାପଡ଼ିବା ବେଳକୁ…
ଗୋଟିଏ ପଟେ କରୋନାକୁ ନେଇ ସାରାଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଫଳରେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାମାନେ ମାତ୍ରାଧିକ ସମୟ ଫୋନରେ ବିତାଉଛନ୍ତି। ପବ୍ଜିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖେଳରେ ମନୋନିବେଶ…
କରୋନା ଠାରୁ ଦୂରେଇ ରଖିବ କୋଭିଡ୍ ଛତା
କରୋନା ସଂକ୍ରମଣଠାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ନିମନ୍ତେ ଲୋକେ ଅନେକ ପ୍ରକାରର ଶୈଳୀ ଆପଣାଉଛନ୍ତି। ଏପରିକି ଲୋକେ ପରିବାକୁ ସାବୁନରେ ଧୋଇବାକୁ ମଧ୍ୟ ପଛାଉ ନାହାନ୍ତି। ସୋସିଆଲ ମିଡଆରେ ଏମିତି ଅନେକ ଭିଡିଓ ଶେୟାର ହେଉଥିବା ଦେଖିବାକୁ ମିଳୁଛି। କରୋନାରୁ…

