Posted inଫୁରସତ

ଶ୍ରୀଲଙ୍କାରେ ଠାବ ହେଲା ବିରଳ ଯମଜ ହାତୀ ଛୁଆ

କଲମ୍ବୋ, ୮।୭- ଦୁଇଟି ହାତୀ ଛୁଆ ସମାନ ମା’ଠାରୁ କ୍ଷୀର ଖାଉଥିବା ଶ୍ରୀଲଙ୍କାର ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ହାତୀଟି ଏହି ୨ଟି ବିରଳ ଯମଜ ଛୁଆ ପ୍ରସବ କରିଥିବା ବନ୍ୟ ଅଧିକାରୀମାନେ ଅନୁମାନ କରିଛନ୍ତି। ଏହି ହାତୀ ଛୁଆ ଦୁଇଟିର ବୟସ ୩ରୁ ୪ ସପ୍ତାହ ହେବ। କଲମ୍ବୋଠାରୁ ୨୦୦ କିଲୋମିଟର ଦୂର ମିନେରିଆ ଅଭୟାରଣ୍ୟରେ ଏକ ହାତୀ ପଲଙ୍କ ମଧ୍ୟରେ ଏହି ୨ଟି ଛୁଆ ବୁଲୁଛନ୍ତି। ବନ୍ୟ ଅଧିକାରୀମାନେ ଦୂରରୁ ବହୁ ସମୟ ନୀରିକ୍ଷଣ କରିବା ପରେ ଏହି ୨ଟି ଛୁଆ ଯମଜ ବୋଲି ନିଶ୍ଚିତ ହୋଇଥିବା ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ମହାନିର୍ଦ୍ଦେଶକ ତାରକା ପ୍ରସାଦ କହିଛନ୍ତି। ଏହି ୨ଟି ଛୁଆ ମଧ୍ୟ ସମାନ ମା’ ନିକଟରୁ କ୍ଷୀର ଖାଉଥିବାର ଫଟୋ ସୋମବାର ଉତ୍ତୋଳନ କରାଯାଇଥିଲା। ଏଥିରୁ ଉଭୟ ଯମଜ ବୋଲି ପ୍ରସାଦ ବିଶ୍ୱାସ କରିଛନ୍ତି। ତେବେ ଏହି ୨ଟି ଛୁଆ ଯମଜ କି ନାହିଁ ତାହା ନିଶ୍ଚିତ ହେବା ପାଇଁ ରେଞ୍ଜର ଉଭୟଙ୍କ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଯଦି ଫଳାଫଳ ମ୍ୟାଚ୍‌ କରେ ତେବେ ଭାରତ ମହାସାଗର ଦ୍ୱୀପରେ ଯମଜ ହାତୀ ଛୁଆ ଠାବ ହେବାରେ ଏହା ପ୍ରଥମ ଘଟଣା ହେବ ବୋଲି ପ୍ରସାଦ କହିଛନ୍ତି। ରିପୋର୍ଟ ମୁତାବକ ହାତୀ ଯମଜ ଛୁଆ ଜନ୍ମ କରିବାର ସମ୍ଭାବନା ଏକ ପ୍ରତିଶତରୁ କମ୍‌ ରହିଛି। ସେହିଭଳି ଛୁଆ ୨ଟି ବଞ୍ଚିବାର ସମ୍ଭାବନା ମଧ୍ୟ କମ୍‌ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri