Posted inଫୁରସତ

ହାତୀଙ୍କ ପାଇଁ ବ୍ୟାୟାମଶାଳା

ଡେରାଡୁନ୍‌: ଏଣିକି ଜିମ୍‌ରେ ବ୍ୟାୟାମ କରିବେ ହାତୀ। ଉତ୍ତରାଖଣ୍ଡସ୍ଥିତ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀଙ୍କ ପାଇଁ ତିଆରି ହୋଇଛି ଏକ ଜିମ୍‌। ଏହି ବିରାଟକାୟ ବନ୍ୟପ୍ରାଣୀମାନେ ଯେପରି ନିଜକୁ ଫିଟ୍‌ ରଖିପାରିବେ, ସେଥିପାଇଁ ଏହି ନିଆରା ପଦକ୍ଷେପ ନିଆଯାଇଛି। ଏଠାରେ ଏବେ ୩ଛୁଆ ହାତୀଙ୍କ ସମେତ ୬ହାତୀ ରହିଛନ୍ତି। ଏମାନେ ନିଜ ଦଳରୁ ଅଲଗା ହୋଇଛନ୍ତି କିମ୍ବା ଏମାନଙ୍କ ଉପଦ୍ରବ ଯୋଗୁ ବନ ବିଭାଗ ପକ୍ଷରୁ କାବୁ କରାଯାଇଛି। ସେହିପରି ଜଙ୍ଗଲରେ ମା’କୁ ହରାଇଥିବା ହାତୀ ମଧ୍ୟ ଏମାନଙ୍କ ମଧ୍ୟରେ ରହିଛନ୍ତି। ହାତୀମାନଙ୍କ ଦଳରେ ରହିବା ଅଭ୍ୟାସ। ଏଠାରେ ଜଙ୍ଗଲ ଭଳି ପରିବେଶ ନାହିଁ; ଯଦ୍ଦ୍ବାରା ହାତୀମାନଙ୍କ ମାନସିକ ଚାପ ବଢ଼ିପାରେ। ଏମାନଙ୍କ ବିଚରଣ ପାଇଁ ଏକ ସ୍ବାଭାବିକ ପ୍ରାକୃତିକ ପରିବେଶ ଯୋଗାଇଦେବା ପାଇଁ ଜିମ୍‌ ତିଆରି କରାଯାଇଛି। ଏହି ଜିମ୍‌ରେ ହାତୀମାନେ ଖେଳିବା ଏବଂ ନିଜକୁ ବ୍ୟସ୍ତ ରଖିବା ପାଇଁ ଛୋଟ ବଲ୍‌, ଝୁଲନ୍ତା ବଲ୍‌, ଟାୟାର ରିଙ୍ଗ୍‌, ଗର୍ତ୍ତରେ ଖାଦ୍ୟ ରଖି ଖୋଜିବା, ମାଟିରେ ଗାଧୋଇବା ଆଦି ବିଭିନ୍ନ ଖେଳର ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନଙ୍କ ମାନସିକ ଚାପ କମିବା ସହ ମନ ଖୁସି ରହିବ। ଏ ନେଇ ବ୍ୟାଘ୍ର ଅଭୟାରଣ୍ୟର ଭେଟେରିନାରି ଡାକ୍ତର ଆଦିତି ଶର୍ମା କହିଛନ୍ତି, ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବାକୁ ହେଲେ ହାତୀମାନେ ଖୋଲା ପରିବେଶରେ ବିଚରଣ କରିବା ଜରୁରୀ। ଏହି ଜିମ୍‌ରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ଜୁନ୍‌ ୬ରୁ ୮ ପର୍ଯ୍ୟନ୍ତ ହାତୀ ଗଣନା କରାଯାଇଥିଲା। ୨୦୧୭ରେ ରାଜ୍ୟରେ ହାତୀଙ୍କ ସଂଖ୍ୟା ୧୮୩୯ ରହିଥିବାବେଳେ ଏହି ବର୍ଷ ଏମାନଙ୍କ ସଂଖ୍ୟା ୨୦୨୬ରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ୩ ବର୍ଷରେ ହାତୀଙ୍କ ସଂଖ୍ୟା ୧୦ ପ୍ରତିଶତ ବଢ଼ିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

 ଚେନ୍ନାଇର ଝଡ଼ବର୍ଷାରେ ରାସ୍ତା ମଝିରେ  ମାଛ ଧରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ବାତ୍ୟା ମିଗ୍‌ଜୋମ୍‌  ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରୁ ସେଠାକାର କ୍ଷୟକ୍ଷତି ଆକଳନ...

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ...

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ...

ଗୁଗ୍‌ଲରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏସବୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗ୍‌ଲ ଆମକୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥାଏ। ଯେତେବେଳେ ଆମେ କିଛି ଜାଣିବାକୁ ଚାହିଁଥାଉ, ପ୍ରଥମେ ଆମେ ଗୁଗ୍‌ଲରେ ସର୍ଚ୍ଚ କରିଥାଉ ବା ଖୋଜିଥାଉ। କିନ୍ତୁ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri