Posted inଫୁରସତ

ହାତୀଙ୍କ ପାଇଁ ବ୍ୟାୟାମଶାଳା

ଡେରାଡୁନ୍‌: ଏଣିକି ଜିମ୍‌ରେ ବ୍ୟାୟାମ କରିବେ ହାତୀ। ଉତ୍ତରାଖଣ୍ଡସ୍ଥିତ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀଙ୍କ ପାଇଁ ତିଆରି ହୋଇଛି ଏକ ଜିମ୍‌। ଏହି ବିରାଟକାୟ ବନ୍ୟପ୍ରାଣୀମାନେ ଯେପରି ନିଜକୁ ଫିଟ୍‌ ରଖିପାରିବେ, ସେଥିପାଇଁ ଏହି ନିଆରା ପଦକ୍ଷେପ ନିଆଯାଇଛି। ଏଠାରେ ଏବେ ୩ଛୁଆ ହାତୀଙ୍କ ସମେତ ୬ହାତୀ ରହିଛନ୍ତି। ଏମାନେ ନିଜ ଦଳରୁ ଅଲଗା ହୋଇଛନ୍ତି କିମ୍ବା ଏମାନଙ୍କ ଉପଦ୍ରବ ଯୋଗୁ ବନ ବିଭାଗ ପକ୍ଷରୁ କାବୁ କରାଯାଇଛି। ସେହିପରି ଜଙ୍ଗଲରେ ମା’କୁ ହରାଇଥିବା ହାତୀ ମଧ୍ୟ ଏମାନଙ୍କ ମଧ୍ୟରେ ରହିଛନ୍ତି। ହାତୀମାନଙ୍କ ଦଳରେ ରହିବା ଅଭ୍ୟାସ। ଏଠାରେ ଜଙ୍ଗଲ ଭଳି ପରିବେଶ ନାହିଁ; ଯଦ୍ଦ୍ବାରା ହାତୀମାନଙ୍କ ମାନସିକ ଚାପ ବଢ଼ିପାରେ। ଏମାନଙ୍କ ବିଚରଣ ପାଇଁ ଏକ ସ୍ବାଭାବିକ ପ୍ରାକୃତିକ ପରିବେଶ ଯୋଗାଇଦେବା ପାଇଁ ଜିମ୍‌ ତିଆରି କରାଯାଇଛି। ଏହି ଜିମ୍‌ରେ ହାତୀମାନେ ଖେଳିବା ଏବଂ ନିଜକୁ ବ୍ୟସ୍ତ ରଖିବା ପାଇଁ ଛୋଟ ବଲ୍‌, ଝୁଲନ୍ତା ବଲ୍‌, ଟାୟାର ରିଙ୍ଗ୍‌, ଗର୍ତ୍ତରେ ଖାଦ୍ୟ ରଖି ଖୋଜିବା, ମାଟିରେ ଗାଧୋଇବା ଆଦି ବିଭିନ୍ନ ଖେଳର ବ୍ୟବସ୍ଥା ରହିଛି। ଏହାଦ୍ୱାରା ସେମାନଙ୍କ ମାନସିକ ଚାପ କମିବା ସହ ମନ ଖୁସି ରହିବ। ଏ ନେଇ ବ୍ୟାଘ୍ର ଅଭୟାରଣ୍ୟର ଭେଟେରିନାରି ଡାକ୍ତର ଆଦିତି ଶର୍ମା କହିଛନ୍ତି, ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବାକୁ ହେଲେ ହାତୀମାନେ ଖୋଲା ପରିବେଶରେ ବିଚରଣ କରିବା ଜରୁରୀ। ଏହି ଜିମ୍‌ରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ଜୁନ୍‌ ୬ରୁ ୮ ପର୍ଯ୍ୟନ୍ତ ହାତୀ ଗଣନା କରାଯାଇଥିଲା। ୨୦୧୭ରେ ରାଜ୍ୟରେ ହାତୀଙ୍କ ସଂଖ୍ୟା ୧୮୩୯ ରହିଥିବାବେଳେ ଏହି ବର୍ଷ ଏମାନଙ୍କ ସଂଖ୍ୟା ୨୦୨୬ରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ୩ ବର୍ଷରେ ହାତୀଙ୍କ ସଂଖ୍ୟା ୧୦ ପ୍ରତିଶତ ବଢ଼ିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri