ଦିଲ୍ଲୀରେ ପହଞ୍ଚି ବଡ଼ ଘୋଷଣା କଲେ ଅଭିଜିତ୍ ଦୀପକେ, ୧୬ ଅକ୍ଟୋବର ସନ୍ଧ୍ୟା ୫ଟାରେ…..

ନୂଆଦିଲ୍ଲୀ,୧୪ା୧୦: ଦିଲ୍ଲୀରେ ତ୍ରିରଙ୍ଗା ଉଡ଼ାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କକ୍‌ରୋଚ୍‌ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆସନ୍ତା ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟାରେ ଦିଲ୍ଲୀର କନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ‘ଲହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛନ୍ତି ।

ଅଭିଜିତଙ୍କ ଅଭିଯୋଗ ଅନୁସାରେ, କେବଳ ତ୍ରିରଙ୍ଗା ଉଡ଼ାଇବା କାରଣରୁ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଜେଲ୍‌ ପଠାଯାଇଛି । ଏହାର ପ୍ରତିବାଦରେ ସେ ଦେଶପ୍ରେମୀ ଏବଂ ତ୍ରିରଙ୍ଗାକୁ ଭଲ ପାଉଥିବା ଲୋକଙ୍କୁ ଜାତୀୟ ପତାକା ସହ ସେଣ୍ଟ୍ରାଲ ପାର୍କରେ ପହଞ୍ଚିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ସେଠାରେ ତ୍ରିରଙ୍ଗା ଉଡ଼ାଯିବ ଏବଂ ଜାତୀୟ ପତାକା ଉଡ଼ାଇବା ଅପରାଧ ନୁହେଁ ବୋଲି ବାର୍ତ୍ତା ଦିଆଯିବ । ଯେଉଁମାନେ ଦିଲ୍ଲୀ ଆସିପାରିବେ ନାହିଁ, ସେମାନେ ନିଜ ନିଜ ସହରରେ ତ୍ରିରଙ୍ଗା ମାର୍ଚ୍ଚ ଆୟୋଜନ କରନ୍ତୁ ବୋଲି ମଧ୍ୟ ସେ ଅନୁରୋଧ କରିଛନ୍ତି।

ଅଭିଜିତ ଆହୁରି କହିଛନ୍ତି, ତ୍ରିରଙ୍ଗା ଦେଶର ଗର୍ବ ଏବଂ ଏହାକୁ ଉଡ଼ାଇବା କୌଣସି ଅପରାଧ ନୁହେଁ । ଏହି କାର୍ଯ୍ୟକ୍ରମ ପରେ ତାଙ୍କୁ ମଧ୍ୟ ଜେଲ୍‌ ପଠାଯାଇପାରେ, କିନ୍ତୁ ସେଥିପାଇଁ ସେ ଚିନ୍ତିତ ନୁହନ୍ତି ବୋଲି ସେ କହିଛନ୍ତି । ସୂଚନା ଅନୁସାରେ, ଦିଲ୍ଲୀର ଏକ କୋର୍ଟ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଉଭୟଙ୍କୁ ଦିଲ୍ଲୀର ତିହାର ଜେଲ୍‌ରେ ରଖାଯାଇଛି । ଜନ୍ତର ମନ୍ତରରେ ବିନା ଅନୁମତିରେ ପ୍ରବେଶ କରିଥିବା ଅଭିଯୋଗ ସେମାନଙ୍କ ବିରୋଧରେ ରହିଛି।

ଅକ୍ଟୋବର ୧୪ ତାରିଖ ବୁଧବାର ଅଭିଜିତ ଦୀପକେ ଦିଲ୍ଲୀରେ ପହଞ୍ଚିଥିଲେ । ତାଙ୍କ ଜେଜେମା’ଙ୍କ ଅକ୍ଟୋବର ୧୦ ତାରିଖରେ ଦେହାନ୍ତ ହୋଇଥିଲା। ସେହି ସମୟରେ ସେ ଦିଲ୍ଲୀ ପୋଲିସ ହେପାଜତରେ ଥିଲେ। ଅକ୍ଟୋବର ୧୧ ତାରିଖରେ ସେ ଦିଲ୍ଲୀରୁ ନିଜ ଗାଁକୁ ଯାଇ ଶେଷକୃତ୍ୟ କାର୍ଯ୍ୟରେ ଯୋଗ ଦେଇଥିଲେ। ଖବର ଅନୁସାରେ, ହେପାଜତରେ ଥିବା ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ଜେଜେମା’ଙ୍କ ମୃତ୍ୟୁ ବିଷୟରେ ଜଣାଇଥିଲା। ଗାଁକୁ ଯିବା ପାଇଁ ମାନବିକ ଆଧାରରେ ବ୍ୟବସ୍ଥା କରିବାକୁ ପୋଲିସ ପ୍ରସ୍ତାବ ଦେଇଥିଲା, କିନ୍ତୁ ସେତେବେଳେ ସେ ଏହାକୁ ଗ୍ରହଣ କରିନଥିଲେ। ପରେ ଅକ୍ଟୋବର ୧୧ ତାରିଖରେ କୋର୍ଟ ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମୁକ୍ତ କରିଥିଲେ। ଏହାପରେ ଅଭିଜିତ ନିଜ ଗାଁକୁ ଯାଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ପ୍ରଥମ ‘ଟେଷ୍ଟ ଟ୍ୱେଣ୍ଟି’ ଟାଇଟଲ୍ ଜିତିଲା ସାଉଥ୍ ଏସିଆ, ବୋଲିଂରେ କମାଲ କଲେ କୋହଲିଙ୍କ ଭଣଜା

ନୂଆଦିଲ୍ଲୀ,୨୯।୧୧ ରାଜକୁମାର ଶର୍ମାଙ୍କ ମାର୍ଗଦର୍ଶନରେ ଖେଳୁଥିବା ସାଉଥ୍ ଏସିଆ ଟିମ୍ ପ୍ରଥମ ଟେଷ୍ଟ ଟ୍ୱେଣ୍ଟି ଟୁର୍ନାମେଣ୍ଟର ଟାଇଟଲ୍ ଜିତିଛି । ରବିବାର ଫାଇନାଲ୍ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କ…

ବିଜେଡିର ବରିଷ୍ଠ ନେତ୍ରୀଙ୍କ ପରଲୋକ, ଭବାନୀପାଟଣାରେ ଶୋକର ଛାୟା

ଭବାନୀପାଟଣା, ୨୯।୧୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ଭବାନୀପାଟଣା ନଗର ସଭାନେତ୍ରୀ ସୁତପା ବହିଦାରଙ୍କ ପରଲୋକ ଘଟିଛି…

ଷ୍ଟାଲିନଙ୍କୁ ମନାଇବାରେ ବିଫଳ INDIA ମେଣ୍ଟ! କହିଲେ ଡିଲିମିଟେସନ ବିଲ୍‌କୁ ସମର୍ଥନ ନିଷ୍ପତ୍ତିରେ…

ଚେନ୍ନାଇ,୨୯।୧୧ : ସଂସଦରେ ସୀମା ନିର୍ଦ୍ଧାରଣ ବିଲକୁ ଡିଏମ୍‌କେ ସମର୍ଥନ କରିବ ବୋଲି ଘୋଷଣା କରିବାର ଦିନକ ପରେ ଚେନ୍ନାଇରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?