Posted inଫୁରସତ

ପବ୍‌ଜି ନିଶାରେ ନାବାଳକ ଖର୍ଚ୍ଚ କରିଆସୁଥିଲେ ଜେଜେବାପାଙ୍କ ପେନ୍‌ସନ୍‌ ଟଙ୍କା, ଜଣାପଡ଼ିବା ବେଳକୁ…

ଗୋଟିଏ ପଟେ କରୋନାକୁ ନେଇ ସାରାଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଫଳରେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାମାନେ ମାତ୍ରାଧିକ ସମୟ ଫୋନରେ ବିତାଉଛନ୍ତି। ପବ୍‌ଜିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖେଳରେ ମନୋନିବେଶ କରୁଛନ୍ତି। ହେଲେ ଖେଳ ନିଶାରେ ଯୁବକମାନେ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହାକି ଚର୍ଚ୍ଚାର ପରିସରକୁ ଆସୁଛି। ଏଭଳି ଏକ ଘଟଣା ପଞ୍ଜାବର ମୋହାଲିରେ ଦେଖିବାକୁ ମିଳିଛି।

୧୫ ବର୍ଷୀୟ ଜଣେ ନାବାଳକ ପବ୍‌ଜି ନିଶାରେ ନିଜ ଜେଜେବାପାଙ୍କର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ଜାନୁୟାରୀ ମାସରୁ ନାବାଳକଜଣଙ୍କ ପବ୍‌ଜି ଖେଳିବା ଆରମ୍ଭ କରିଥିଲେ। ଖେଳରେ ପଇସା ଖର୍ଚ୍ଚ କରି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ସେ ଯୋଜନା କରିଥିଲେ। ଶେଷରେ ଜେଜେ ବାପାଙ୍କ ପେନସନ୍‌ ଆକାଉଣ୍ଟରୁ ସେ ବାରମ୍ବାର ଟଙ୍କା ଉଠାଇ ଆସୁଥିଲେ। ସେ ତାଙ୍କ ନାମରେ ଏକ ପେଟିଏମ୍‌ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ଦୁଇ ମାସ ମଧ୍ୟରେ ସେ ପାଖାପାଖି ୩୦ରୁ ଅଧିକ ଥର ଟଙ୍କା ଉଠାଇଛନ୍ତି। ଫଳରେ ୨ ଲକ୍ଷରୁ ଅଧିକ ଟଙ୍କା ବୃଦ୍ଧଙ୍କ ଆକାଉଣ୍ଟରୁ କଟି ଯାଇଛି।

ତେବେ ନାବାଳକଜଣଙ୍କ ଅଳ୍ପ ଅଳ୍ପ ଟଙ୍କା ଉଠାଉଥିବାରୁ ହଠାତ କେହି ଜାଣି ପାରି ନ ଥିଲେ। ହେଲେ ବ୍ୟାଙ୍କରୁ ଖାତାର ନକଲ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ସେ ଏକ ନୂଆ ସିମ୍‌ କାର୍ଡର ବ୍ୟବହାର ମଧ୍ୟ କରୁଥିବା ଜଣାପଡ଼ିଛି।

କହିରଖୁଛୁ, ନିକଟରେ ପଞ୍ଜାବର ଅନ୍ୟ ଜଣେ ଯୁବକ ବାପାମା’ଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ରଖାଯାଇଥିବା ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri