Posted inଫୁରସତ

ଭାଇରସ୍‌ ନଷ୍ଟ ହେଲେ ମାତ୍ର ଦେଢ଼ ଦିନରେ ଧ୍ୱଂସ ପାଇଯିବ ପୃଥିବୀ!

ଭାଇରସ୍‌ ବା ଭୂତାଣୁ ଜୀବଜଗତ ପାଇଁ ଯେତିକି ହାନିକାରକ ସେତିକି ଲାଭଦାୟକ ମଧ୍ୟ। ଭାଇରସ ବିନା ପୃଥିବୀରେ ଜୀବନ ଧାରଣ ଅସମ୍ଭବ। ଯଦି ଅଚାନକ ପୃଥିବୀରୁ ସମସ୍ତ ଭାଇରସ୍‌ ନଷ୍ଟ ହୋଇଯିବ ତେବେ ପୃଥିବୀରୁ ସମସ୍ତ ଜୀବ ମରିବା ପାଇଁ ମାତ୍ର ଦେଢ଼ ଦିନ ଲାଗିବ। ବିଶ୍ୱରେ ଏବେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ସମଗ୍ର ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧.୫କୋଟିରୁ ଅଧିକ ଲୋକ ଏହି ଭାରଇସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସାଢ଼େ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି। ୬୦ ଲକ୍ଷରୁ ଅଧିକ ଲୋକ ଏହି ରୋଗରୁ ଭଲ ହୋଇଛନ୍ତି। ପ୍ରତ୍ୟେକ ଦେଶ ଏହି ଭାଇରସ୍‌ରୁ କେମିତି ମୁକୁଳିବେ ଚିନ୍ତା କରୁଛନ୍ତି। ଦିନରାତି ଏକ କରି ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିନାହିଁ।

ଭାଇରସ୍‌ ସମଗ୍ର ପୃଥିବୀରୁ ନଷ୍ଟ ହୋଇଯିବାକୁ ସମସ୍ତେ ଚାହୁଁଛନ୍ତି। ମାତ୍ର ପୃଥିବୀରୁ ଯଦି ସମସ୍ତ ଭାଇରସ୍‌ ନଷ୍ଟ ହୋଇଯିବ ତେବେ ସାରା ପୃଥିବୀ ଧ୍ୱଂସ ହେବାକୁ କମ୍‌ ସମୟ ଲାଗିବ।
ଆମେରିକା ୟୁନିଭର୍‌ସିଟି ଅଫ୍‌ ଉଇସୋକନ୍‌ସିନ୍‌ ମାଡିସନ୍‌ର ମହାମାରୀ ବିଶେଷଜ୍ଞ ଟୋନି ଗୋଲ୍ଡବର୍ଗଙ୍କ ମତରେ, ବିନା ଭାଇରସ୍‌ରେ ମଣିଷ ବଞ୍ଚିବା ସମ୍ଭବ ନୁହେଁ। ପୃଥିବୀରେ ବଞ୍ଚିବାକୁ ହେଲେ ଭାଇରସ୍‌ ରହିବା ଦରକାର। ଗୋଲ୍ଡବର୍ଗଙ୍କ କହିବା ଅନୁଯାୟୀ, ଯଦି ହଠାତ୍‌ ପୃଥିବୀରୁ ଭାଇରସ୍‌ ନଷ୍ଟ ହୋଇଯିବେ ତେବେ ସମସ୍ତ ଜୀବଙ୍କୁ ମରିବା ପାଇଁ ଏକରୁ ଦେଢ଼ଦିନ ଲାଗିବ। ତେଣୁ ସମସ୍ତ ଭାଇରସ୍‌ ନ ମରିବା ଦରକାର।


ଟୋନି କୁହନ୍ତି, ପୃଥିବୀରେ ବିଭିନ୍ନ ପ୍ରକାର ଭାଇରସ୍‌ ବା ଭୂତାଣୁ ଅଛନ୍ତି। ଯାହାକୁ ଗଣି ହେବ ନାହିଁ। ଏଥିମଧ୍ୟରୁ ଅଧିକାଂଶ ଭୂତାଣୁ ମଣିଷ ଶରୀରରେ ରୋଗ ସୃଷ୍ଟି କରନ୍ତି ନାହିଁ। ହଜାରେ ଭାଇରସ୍‌ ଏମିତି ଅଛନ୍ତି, ଯାହା ପୃଥିବୀର ଇକୋସିଷ୍ଟମ ଚଳାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।


ମେକ୍ସିକୋର ନ୍ୟାଶନାଲ ଅଟୋନମସ୍‌ ୟୁନିଭରସିଟିର ଭାଇରସ୍‌ ବିଶେଷଜ୍ଞ ସୁସାନା ଲୋପେଜ ଶୈରେଟନ୍‌ଙ୍କ କହିବା ଅସୁସାରେ, ପୃଥିବୀରେ ଭାଇରସ୍‌ ବା ଭୂତାଣୁ ଏବଂ ଅନ୍ୟ ଜୀବ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ ବାତାବରଣରେ ରହିଥାନ୍ତି। ତେଣୁ ବିନା ଭାଇରସ୍‌ରେ ଆମେ ବଞ୍ଚିପାରିବା ନାହିଁ। ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରିବାକୁ ହେଲେ ଭାଇରସ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ କେବଳ ଯେଉଁ ଭାଇରସ୍‌ ଦ୍ୱାରା ରୋଗ ସୃଷ୍ଟି ହେଉଛି ତା’ରି ସମ୍ପର୍କରେ ଅନୁସନ୍ଧାନ ବା ପରୀକ୍ଷା ନିରୀକ୍ଷା କରୁଛେ। କିନ୍ତୁ କେତେକ ଭାଇରସ୍‌ ଉପକାରୀ ଅଛନ୍ତି। ଯାହା ଦ୍ୱାରା ଜୀବଜଗତ ବଞ୍ଚିଛି। ଏହା ଉପରେ ମଧ୍ୟ ଅଧ୍ୟୟନ ହେବା ଜରୁରୀ‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?