କୃଷି ଓ ଖାଦ୍ୟ ସୁରକ୍ଷା ପାଇଁ ଏମ୍ଏସ୍ପି ଜରୁରୀ
ଭାଲଚନ୍ଦ୍ର ଷଡ଼ଙ୍ଗୀ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ପାଇଁ ଏକ ସ୍ବତନ୍ତ୍ର ଆଇନର ବ୍ୟବସ୍ଥା ପାଇଁ ଦାବି କରୁଛନ୍ତି। ବର୍ତ୍ତମାନ ଏମ୍ଏସ୍ପି ସରକାରଙ୍କ ଏକ ଇଚ୍ଛାଧୀନ ବିଷୟ ଥିବାବେଳେ ତାକୁ ଆଇନ ଜରିଆରେ ବାଧ୍ୟତାମୂଳକ କରି ସମସ୍ତ ଫସଲର ଏମ୍ଏସ୍ପିକୁ ନିଶ୍ଚିତ…
ଏଇ ଭାରତରେ
ସମୀର ବର୍ଦ୍ଦୋଲୋଇ ଯୁବକମାନଙ୍କୁ ନେଇ ଗଠନ କରିଛନ୍ତିି ସବୁଜ ସେନା। ଏହି ସେନାରେ ରହିଛନ୍ତି ୩୨୬ ଜଣ ଗ୍ରୀନ ବା ସବୁଜ କମାଣ୍ଡୋ। ଏହି କମାଣ୍ଡୋମାନେ ଆସାମରେ କୃଷିରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରିଛନ୍ତି। ଅରୁଣାଚଳପ୍ରଦେଶରେ ସମୀରଙ୍କ ପିଲାଦିନ କଟିଥିଲା, ହେଲେ…
ପ୍ରଥମ ସୋପାନ
କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ୩ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକମାନେ ଦୁଇମାସରୁ ଊର୍ଦ୍ଧ୍ୱ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ଏଥିପାଇଁ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ଲାଗି କେନ୍ଦ୍ର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ…
ବାର୍ଡ ଫ୍ଲୁର ନୂଆ ରୂପ
ମାନେକା ଗାନ୍ଧୀ ଏହି ଲେଖା ତୁମେ ପଢ଼ିବାବେଳକୁ ବାର୍ଡ ଫ୍ଲୁରେ ଲକ୍ଷ ଲକ୍ଷ କୁକୁଡ଼ା ମରି ଯାଇଥିବେ। କେତେକ ସ୍ବାଭାବିକ ଭାବେ ମରିଥିବେ ତ ଅନ୍ୟମାନଙ୍କୁ ବାଡେଇ କିମ୍ବା ଗଳାଚିପି ମରାଯାଇଥିବ। ପ୍ରକୃତରେ ଫ୍ଲୁ ଆକ୍ରାନ୍ତଙ୍କ ମଧ୍ୟରୁ ଖୁବ୍ କମ୍ କୁକୁଡ଼ାଙ୍କୁ…
ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ
ଘାସିରାମ ପଣ୍ଡା ଚଉସ୍ତରି ମସିହା ପୂର୍ବରୁ ଆମ ଗାଁରେ ବିଦ୍ୟାଳୟ ନ ଥିଲା। ଗାଁ ଲୋକଙ୍କ ପ୍ରୟାସରେ ଝାଟିମାଟିର ଘର କରି ଚାଳିଆରେ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏଇ ବିଦ୍ୟାଳୟରେ ହିଁ ଆମେମାନେ ପାଠ ପଢିଛୁ। କେତେ ବର୍ଷ ପରେ ଯାଇ…
କର୍ମରୁ ଆନନ୍ଦ
ପ୍ର. ଶରତଚନ୍ଦ୍ର ରଥ କର୍ମରୁ ଆନନ୍ଦ- ଏକ ତତ୍ତ୍ୱ ମାତ୍ର ନୁହେଁ ଏକ ଅନୁଭବ। ସମସ୍ତଙ୍କର ଏ ଅନୁଭବ ନ ଥାଏ ଯଦିଓ ବହୁତ ଲୋକ ବହୁ କର୍ମ କରୁଥାନ୍ତି। ଏ ଅନୁଭବ ନ ଥିବାର କାରଣ ସେମାନେ ଆନନ୍ଦକୁ ଅଧିକ…
ଏଇ ଭାରତରେ
୯୩ ବର୍ଷ ବୟସରେ ଚାଷକାର୍ଯ୍ୟ କରିବା କଥା କେବେ ଭାବି ପାରୁଛନ୍ତି! ହେଲେ କେରଳର କୋଝିକୋଡ଼େ ନିବାସୀ ଚିଦାମ୍ବରମ୍ ନାୟାର ଏହି ପରିଣତ ବୟସରେ ଜୈବିକ ଚାଷ କରୁଛନ୍ତି। ସ୍କୁଲ ଶିକ୍ଷକରୁ ଅବସର ନେବା ପରେ ସେ ଏହି କାର୍ଯ୍ୟ ଜାରି…
ଏଇ ଭାରତରେ
ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ ହେଉଛନ୍ତି ଲାଇବି। ଜଣେ ନର୍ସ କୋଭିଡ୍-୧୯ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ତାଙ୍କ ଘରେ…
କଡ଼କଡ଼ିଆ ଜଙ୍କଫୁଡ୍ ଓ ଚିଲିକା ପକ୍ଷୀ
ଶୁଭନାରାୟଣ ଶତପଥୀ ଚିଲିକା ହେଉଛି ସର୍ବବୃହତ ମୁକ୍ତ ପକ୍ଷୀ ଚିଡ଼ିଆଖାନା। ଆଉ ପକ୍ଷୀ ଦର୍ଶନାଭିଳାଷୀଙ୍କ ସ୍ବର୍ଗ। ଚିଲିକାର ଅବସ୍ଥିତି ଓଡ଼ିଶାରେ ହୋଇଥିବାରୁ ଏହା ଆମ ପାଇଁ ଗର୍ବ ଓ ସୁଯୋଗ। ଏହା କେବଳ ଚିଲିକାର ପରିବେଶ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ…
ଅଭିବୃଦ୍ଧି ଓ ସମୃଦ୍ଧିର ନୂତନ ଦଶନ୍ଧି
ଡ. ଚିତ୍ତରଞ୍ଜନ ମିଶ୍ର କୋଭିଡ୍-୧୯ ବିରୋଧରେ ଏକ ପ୍ରଭାବଶାଳୀ ଟିକା ଦେଶରେ ପ୍ରୟୋଗ ହେଉଅଛି। ଏହି ବୈଶ୍ୱିକ ମହାମାରୀ ଥରେ ପ୍ରତିହତ ହେଲା ପରେ ମାନବ ସଭ୍ୟତା ପୁଣି ସାୈଭାଗ୍ୟଶାଳୀ ହୋଇ ଉଠିବ। ୧୯୧୮ ଓ ୧୯୧୯ରେ ସ୍ପାନିଶ ଫ୍ଲୁ…
ମହାନତା କ୍ଷୁଣ୍ଣ
ନିଜ ପେସାରେ ବିଫଳ ହୋଇଥିବା ସିନେମା ତାରକା କଙ୍ଗନା ରାଣାଓ୍ବତ ଗତ ୧୮ ଜାନୁୟାରୀରେ ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ, ‘ତାଣ୍ଡବ’ ଓ୍ବେବ୍ସିରିଜ୍ରେ କାର୍ଯ୍ୟ କରିଥିବା ସମସ୍ତଙ୍କ ମୁଣ୍ଡକାଟ ହେବା ଦରକାର। ପରବର୍ତ୍ତୀ ସମୟରେ ସେହି ଟୁଇଟ୍କୁ କଙ୍ଗନା ଲିଭାଇ…
ହ୍ବାଟ୍ସଆପରେ ସକାଳ
ଡ. କୁଳାଙ୍ଗାର ଯଦି ଆପଣଙ୍କର ସ୍ମାର୍ଟଫୋନଟିଏ ଅଛି ଆଉ ତାହା ଇଣ୍ଟରନେଟ ସଂଯୁକ୍ତ ତେବେ ଆପଣଙ୍କର ପ୍ରତିଟି ସକାଳ ଏବେ ଶୁଭ ସକାଳ। ଆପଣ ଯେତେ ଟେନ୍ସନରେ ଥାଆନ୍ତୁ, ଯେତେ ବିପଦରେ ପଡିଥାଆନ୍ତୁ ପଛକେ, ସଚେତ ଥାଆନ୍ତୁ କି ଅଚେତ, ସକାଳୁ…
Archives


