ଛୋଟ ପଦକ୍ଷେପ

Dillip Cherian

ବିଦେଶ ମନ୍ତ୍ରଣାଳୟ(ଏମ୍‌ଇଏ) ଅଧିକ ଯୁଗ୍ମ ସଚିବଙ୍କୁ କୂଟନୈତିକ କ୍ଷେତ୍ରରେ ଯୋଡ଼ିବାକୁ ଅତ୍ୟନ୍ତ ଉତ୍ସୁୁକତା ପ୍ରକାଶ କରିଛି। ବିଭିନ୍ନ ଦେଶରେ ସ୍ଥାପିତ ନୂଆ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସରେ କର୍ମଚାରୀ ନିଯୁକ୍ତି ପାଇଁ ଏଭଳି କରାଯାଇଛି। କିଛି ଦିନର ଅପେକ୍ଷା ପରେ ଏବେ ଏହି କ୍ଷେତ୍ରରେ ପ୍ରଗତି ହୋଇଛି। ସରକାର ୨୦୦୩ ବ୍ୟାଚ୍‌ର ୮ ଜଣ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରିବା ଲାଗି ନିଯୁକ୍ତି ତାଲିକା ପ୍ରସ୍ତୁତ କରିଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ଆଇଏଫ୍‌ଏସ୍‌ର କ୍ୟାଡର କଣ୍ଟ୍ରୋଲିଂ ଅଥରିଟି ଗତବର୍ଷ ଡିସେମ୍ବରରେ ତା’ ତାଲିକା ପ୍ରସ୍ତୁତ କରିଥିଲା, କିନ୍ତୁ ସରକାର ୨୦୦୩ ବ୍ୟାଚର ୪୧ ଜଣ ଆଇଏଏସ୍‌ ଅଧିକାରୀଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତ କରିବାକୁ ଚାହଁୁଥିବାରୁ ତାହାକୁ ଅଟକାଇବା ଲାଗି କୁହାଯାଇଥିଲା। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ମଧ୍ୟ ବିଦେଶ ମନ୍ତ୍ରଣାଳୟକୁ କହିଥିଲା ଯେ, ଆଇଏଏସ୍‌ ଏବଂ ଆଇଏଫ୍‌ଏସ୍‌ଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟରେ ଗୋଟିଏ ମାସ ଅନ୍ତର ରହିବା ଉଚିତ। ଏଥିତ୍ରୁ ଆହୁରି ମଧ୍ୟ ସୂଚନା ମିଳୁଛି ଯେ,କେବଳ ଦିବେଶ ଉତ୍ତମଙ୍କୁ ଦେଶରେ ଓ ଅନ୍ୟ ସମସ୍ତ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ବିଦେଶରେ ନିଯୁକ୍ତି ଦିଆଯାଇଛିି। ଏହା ଏକ ଜଣାଶୁଣା କଥା ଯେ,ଭାରତୀୟ ବିଦେଶ ସେବା ଏହାର ନିର୍ଦ୍ଧାରିତ ସଂଖ୍ୟାଠାରୁ ବହୁତ କମ୍‌ ରହିଛି। ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ ବହୁତ କମ୍‌ କୂଟନୀତିଜ୍ଞ ରହିଛନ୍ତି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଏହା ଏକ ଛୋଟ ପଦକ୍ଷେପ ବୋଲି କୁହାଯାଇପାରେ।
ମେଟ୍ରୋମ୍ୟାନ୍‌ଙ୍କ ନୂଆ ଇନିଂସ
କେରଳରେ ନିକଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପା ଜୋରଦାର ମୁକାବିଲା କରିବା ଲାଗି ଚାହଁୁଛି । ମେଟ୍ରୋମ୍ୟାନ ଇ. ଶ୍ରୀଧରନଙ୍କୁ ପାର୍ଟିରେ ପ୍ରବେଶ କରାଇ ଏହି ନିର୍ବାଚନରେ ଭାଜପା ଉଲ୍ଲେଖନୀୟ ପ୍ରଭାବ ପକାଇବ ବୋଲି ଆଶା ବି ବାନ୍ଧିଛିି। ତେବେ ଏଥିରେ ସେ ସଫଳ ହେବ ତ? ଶ୍ରୀଧରନ ତାଙ୍କ ପୂରା କ୍ୟାରିୟରରେ ବହୁ ଯଶ ଅର୍ଜନ କରିଛନ୍ତି। ଜଣେ ସଚ୍ଚୋଟ ତଥା ଦକ୍ଷ ଟେକ୍‌ନୋକ୍ରାଟ୍‌ ଭାବେ ସାଧାରଣରେ ଅପାର ବିଶ୍ୱସନୀୟତା ହାସଲ କରଛନ୍ତି। ଏପରି କି ସବୁଦଳର ନେତାମାନଙ୍କର ସମ୍ମାନର ପାତ୍ର ହୋଇଛନ୍ତି। ସେ ମଧ୍ୟ ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି। କେବଳ ଏତିକି ନୁହେଁ, ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ବି ଲାଭ କରିଛନ୍ତି ଶ୍ରୀଧରନ। ଦିଲ୍ଲୀ ମେଟ୍ରୋ ପ୍ରୋଜେକ୍ଟରେ ଢେର ଖ୍ୟାତି କମାଇଥିବା, କେରଳ ସରକାରଙ୍କୁ ମେଟ୍ରୋ ପ୍ରୋଜେକ୍ଟ ସମ୍ପର୍କରେ ପରାମର୍ଶ ଦେଇଥିବା,ଜୟପୁର ଓ ଲକ୍ଷ୍ନୌ ମେଟ୍ରୋ ପ୍ରୋଜେକ୍ଟ ସହ ଓତପ୍ରୋତ ଭାବେ ଜଡିତ ଥିବା ଏହି ବ୍ୟକ୍ତି ଜଣକ କାହିଁକି ୮୮ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରି ନୂଆ ଇନିଂସ ଆରମ୍ଭ କରିବାକୁ ଚାହଁୁଛନ୍ତି? ସ୍ପଷ୍ଟ ଭାବେ କୁହାଯାଇପାରେ ଯେ,ସେ ଅନେକ ଟୋପି ପିନ୍ଧିଛନ୍ତି, ଅର୍ଥାତ ଅନେକ ପଦବୀରେ ରହି ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। କିନ୍ତୁ ଏବେ ରାଜନୈତିକ ଟୋପି ପିନ୍ଧି ଏକ ନୂଆ କ୍ୟାରିୟରର ଉଜ୍ଜ୍ୱଳମୟ ଅଧ୍ୟାୟ ଆରମ୍ଭ କରିବା ସବୁଠୁ ଉଲ୍ଲେଖନୀୟ । ସେ ଟେକ୍‌ନୋକ୍ରାଟ୍‌ରୁ ନେତା ହୋଇ ଯଦି ସବୁ ଆହ୍ବାନକୁ ନିୟନ୍ତ୍ରଣ କରିପାରିବେ ତେବେ ସେ ସଫଳତାର ମୁକୁଟ ପିନ୍ଧି ପାରିବେ। ତେବେ କେବଳ ରାଜନେତାମାନେ ନୁହନ୍ତି, ବରଂ ଏଭଳି ସମାନ ମହତ୍ତ୍ୱାକାଂକ୍ଷା ପୋଷଣ କରୁଥିତ୍ବା ଅମଲାତନ୍ତ୍ରୀମାନେ ବି ଶ୍ରୀଧରନଙ୍କ ଭବିଷ୍ୟତକୁ ନିକଟରୁ ନିରୀକ୍ଷଣ କରିବେ।
ଚୌହାନଙ୍କ ରଣନୀତି
ସାଧାରଣତଃ ଜଣେ ଅମାୟିକ ଓ ମିଷ୍ଟଭାଷୀ ଭାବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ ଚତୁର୍ଥ ପାଳିରେ ଜଣେ ଭିନ୍ନ ବ୍ୟକ୍ତି ଭାବେ ଉଦ୍‌ଭାସିତ ହୋଇଛନ୍ତି ବୋଲି ରଜ୍ୟର ବାବୁମାନେ ମତ ରଖିଛନ୍ତି। କେତେକଙ୍କ ମତରେ, ସେ ଏମିତି କାମ କରିଛନ୍ତି ଯାହା ଏକ ଭୟର ବାତାବରଣ ସୃଷ୍ଟି କରିଛି। ଜଣାପଡୁଛି, ଚୌହାନଙ୍କ ମିଷ୍ଟଭାଷୀର ଆବରଣ ହଟିଯାଇଛି ଓ ଏକ କଠୋର ତଥା ବାସ୍ତବବାଦୀ ନେତା ଭାବେ ସେ ପୂରା ଆକ୍ସନ ମୁଡ୍‌ରେ ରହିଛନ୍ତି। ବାବୁମାନଙ୍କ ବଦଳି ନିର୍ଦ୍ଦେଶକୁ ନେଇ ସେମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି । ବେଳେ ବେଳେ ବୈଠକରେ ବି ଏଭଳି ପରିସ୍ଥିତି ଲକ୍ଷ୍ୟ କରାଯାଉଛି। ଏବେ ସୁଦ୍ଧା ଚୌହାନ ୬ରୁ ଅଧିକ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ( ଡିଏମ୍‌) ଏବଂ ଏସ୍‌ପିମାନଙ୍କୁ ବଦଳି କରିଛନ୍ତି। ଜଣାପଡୁଛି, ସେ ଏବେ ଏକ କଠୋର ମାନସିକତାରେ ରହିଛନ୍ତି। ନିଓ୍ବାରି ଜିଲାର ଏସ୍‌ପି ଆଇପିଏସ୍‌ ବାହିନୀ ସିଂଙ୍କୁ ଏକ ବୈଠକ ଚାଲିଥିତ୍ବା ସମୟରେ ଚୌହାନ ବଦଳି କରିଛନ୍ତି। ସେହି ସମୟରେ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି ବୋଲି ଚୌହାନ କହିଲେ। ତାଙ୍କ ସମୟରେ ବଦଳି ହୋଇଥିବା ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଗୁନାର ଏସ୍‌ପି ରାଜେଶ ସିଂ, ନିମୁଚ ଓ ବେଟୁଲର ଡିଏମ୍‌ ଜେ.ଏସ୍‌. ରାଜେ ଏବଂ ରାକେଶ ସିଂ। ମୁଖ୍ୟମନ୍ତ୍ରୀ ରାଜ୍ୟ ଅଧିକାରୀମାନଙ୍କ ସହ ପ୍ରତି ମାସରେ ବୈଠକ କରୁଛନ୍ତି। ଚୌହାନଙ୍କ ଉକ୍ତ ରଣନୀତି ବା କାର୍ଯ୍ୟଶୈଳୀ ଏକ ଭିନ୍ନ ବାର୍ତ୍ତା ଦେଉଛି, ଯାହା ଏହାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବ ବୋଲି ଜଣାପଡୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri