ଏଇ ଭାରତରେ

୪ ଜଣ ମହିଳା ୩,୦୦୦ ଟଙ୍କାରେ ଏକ କ୍ୟାଣ୍ଟିନ୍‌ ଆରମ୍ଭ କରି ଏବେ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଥିବା ଘଟଣା ସାମ୍‌ନାକୁ ଆସିଛି ମୁମ୍ବାଇରେ। ଇନ୍ଦୁମତୀ ବ୍ରାଭେ, ଊଷା ମନେରିକା, ଜୟଶ୍ରୀ ସାମନ୍ତ ଏବଂ ସୁଭଦ୍ରା କୋଥାଓ୍ବାଲେ ଏହି କ୍ୟାଣ୍ଟିନ୍‌ ଚଳାଉଛନ୍ତି। ସେମାନେ ଅସହାୟ ମହିଳା ଓ ସିଙ୍ଗଲ ମଦରଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୧୯୯୧ରେ ଶ୍ରମିକ ମହିଳା ବିକାଶ ସଂଘ ଗଠନ କରି ପଞ୍ଜୀକରଣ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ଇନ୍ଦୁମତୀ। ସେ ବସାଇ ଅଞ୍ଚଳର ଏମ୍‌ଜି ରୋଡସ୍ଥିତ ନ୍ୟୁ ଇଂଲିଶ ସ୍କୁଲର ଶିକ୍ଷୟିତ୍ରୀ ଥିଲେ। ଏହିି ସଂଗଠନର ସହଯୋଗରେ କେବଳ କ୍ୟାଣ୍ଟିନ୍‌ ନୁହେଁ, ଅନ୍ୟ କେତେକ କ୍ଷେତ୍ରରେ ୩୦୦ ମହିଳା ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଉକ୍ତ ସଂଗଠନ ପ୍ରଥମେ ପାମ୍ପଡ଼ ତିଆରି କରି ସଫଳ ନ ହେବାରୁ ଇନ୍ଦୁମତୀ ଓ ତାଙ୍କର ଅନ୍ୟ ତିନିଜଣ ସାଙ୍ଗ ୩ ହଜାର ଟଙ୍କା ଆଦାୟ କରି କ୍ୟାଣ୍ଟିନ୍‌ ଆରମ୍ଭ କରିଥିଲେ। ପ୍ରଥମେ କ୍ୟାଣ୍ଟିନ୍‌ରେ ୭ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ଏଥିରେ ୧୭୫ ଜଣ ମହିଳା କାମ କରୁଛନ୍ତି। ଏମାନେ ରୋଷେଇ କରିି ବସ୍‌ ଓ ଅଟୋରିକ୍ସା ଡ୍ରାଇଭର, କର୍ମଜୀବୀ ବ୍ୟାଚେଲର୍‌ଙ୍କ ପାଖରେ ଖାଦ୍ୟ ପହଞ୍ଚାଉଥିଲେ। ଏହି ସଂଗଠନ ପରେ ଲୋକମାନଙ୍କଠାରୁ ଅନୁଦାନ ପାଇବାରେ ଲାଗିଲା। ସେମାନେ ବାସନ, ଗ୍ରୋସେରୀ ଏବଂ ପରିବା ଆଦି ଯୋଗାଇ ଦେଲେ। ପ୍ରଥମେ କ୍ୟାଣ୍ଟିନରେ ୧୦ ଟଙ୍କାରେ ମିଲ୍‌ ଯୋଗାଇ ଦେଉଥିଲେ, ଏବେ ଏହାର ମୂଲ୍ୟ ପହଞ୍ଚତ୍ଛି ୭୦ ଟଙ୍କାରେ। ସକାଳ ୮ଟାରୁ ରାତି ୧୦ଟାଯାଏ ଚାଲୁଛି କ୍ୟାଣ୍ଟିନ୍‌। ଏବେ ଏମାନେ ସହରର ୬ଟି ସ୍ଥାନରେ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିଛନ୍ତି ଓ ଏଥିରୁ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଚାରରେ ଫୁଟୁ ଗାନ୍ଧୀ ବିଚାର

ମୋହନ ଭାଗବତ ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍ଥାନର କାହାଣୀ। ସେଥିରେ...

ମହିମା ଗୋସେଇଁଙ୍କ ମହିମା ଧର୍ମ

ଡ. ଉଦ୍ଧବ ଚରଣ ନାୟକ ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏକେଶ୍ୱରବାଦ ଧର୍ମ ଭାବରେ ଏହା ସୁପରିଚିତ। ମହିମା ଧର୍ମ...

କୁକୁଡ଼ା ଅଣ୍ଡାର ମାନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅଣ୍ଡାକୁ ସବୁବେଳେ ମାନକ ନିରାପଦ ଖାଦ୍ୟ ଭାବେ ବିବେଚନା କରାଯାଇ ଆସିଛି। କ୍ୱଚିତ୍‌ ଲୋକ ଜାଣନ୍ତି ଯେ, ପ୍ରତି ଅଣ୍ଡା...

ଏଇ ଭାରତରେ

ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବାର ବହୁ ପୂର୍ବରୁ ଗ୍ରାମୀଣ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅଭିଯାନ ଚଳାଇଛନ୍ତି ତାମିଲନାଡୁର ମରାଚି ସୁବୁରାମନ। ତାମିଲନାଡୁ...

ଶୁଦ୍ଧ ଶାକାହାର ଓ ସ୍ବାସ୍ଥ୍ୟ

ମାନେକା ଗାନ୍ଧୀ ପ୍ରତିଦିନ ହଜାର ହଜାର ଲୋକ ଶୁଦ୍ଧ ଶାକାହାରୀ ହେଉଥିବା ଯୋଗୁ ମାଂସାହାରୀମାନେ ପଛରେ ପଡିଯାଇଛନ୍ତି। ସେମାନେ ପୁଣି ତାଙ୍କ ସ୍ଥାନକୁ ଫେରିଆସିବା ଲାଗି...

ଲାଉଙ୍ଗିମାନଙ୍କ ସଂକଳ୍ପ ଓ ଜଳସେଚନ

ବିଚିତ୍ର ବିଶ୍ୱାଳ ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୂନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥି ମାନ୍‌ଝି; ଯାହାକୁ...

ଯୁବବର୍ଗ ନା ବରିଷ୍ଠ

ଗତ ସପ୍ତାହରେ ବିଶ୍ୱର ଦୁଇ ଲୋକସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଭାରତରେ ପୃଥକ୍‌ ଘଟଣା ଦେଖିବାକୁ ମିଳିଛି। ଯୁବସଂଖ୍ୟା କମିଯାଉଥିବାରୁ ପରିବାର ପିଛା ୩...

ଅଧିକାର ନାହିଁ

ଆକାର ପଟେଲ ସମୀର ଓ୍ବାଙ୍ଖଡେଙ୍କ ଅନୁସୂଚିତ ଜାତି(ଏସ୍‌ସି) ପ୍ରମାଣପତ୍ର ସମ୍ପର୍କରେ ଉଠିଥିବା ବିବାଦ ଆମକୁ ଦୁଇଟି ବିଷୟରେ ଅନୁଧ୍ୟାନ କରିବାକୁ ସୁଯୋଗ ଦେଇଛି। ପ୍ରଥମଟି ସଂରକ୍ଷଣ...

Advertisement
Archives

Model This Week