ଏଇ ଭାରତରେ

୪ ଜଣ ମହିଳା ୩,୦୦୦ ଟଙ୍କାରେ ଏକ କ୍ୟାଣ୍ଟିନ୍‌ ଆରମ୍ଭ କରି ଏବେ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଥିବା ଘଟଣା ସାମ୍‌ନାକୁ ଆସିଛି ମୁମ୍ବାଇରେ। ଇନ୍ଦୁମତୀ ବ୍ରାଭେ, ଊଷା ମନେରିକା, ଜୟଶ୍ରୀ ସାମନ୍ତ ଏବଂ ସୁଭଦ୍ରା କୋଥାଓ୍ବାଲେ ଏହି କ୍ୟାଣ୍ଟିନ୍‌ ଚଳାଉଛନ୍ତି। ସେମାନେ ଅସହାୟ ମହିଳା ଓ ସିଙ୍ଗଲ ମଦରଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୧୯୯୧ରେ ଶ୍ରମିକ ମହିଳା ବିକାଶ ସଂଘ ଗଠନ କରି ପଞ୍ଜୀକରଣ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ଇନ୍ଦୁମତୀ। ସେ ବସାଇ ଅଞ୍ଚଳର ଏମ୍‌ଜି ରୋଡସ୍ଥିତ ନ୍ୟୁ ଇଂଲିଶ ସ୍କୁଲର ଶିକ୍ଷୟିତ୍ରୀ ଥିଲେ। ଏହିି ସଂଗଠନର ସହଯୋଗରେ କେବଳ କ୍ୟାଣ୍ଟିନ୍‌ ନୁହେଁ, ଅନ୍ୟ କେତେକ କ୍ଷେତ୍ରରେ ୩୦୦ ମହିଳା ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଉକ୍ତ ସଂଗଠନ ପ୍ରଥମେ ପାମ୍ପଡ଼ ତିଆରି କରି ସଫଳ ନ ହେବାରୁ ଇନ୍ଦୁମତୀ ଓ ତାଙ୍କର ଅନ୍ୟ ତିନିଜଣ ସାଙ୍ଗ ୩ ହଜାର ଟଙ୍କା ଆଦାୟ କରି କ୍ୟାଣ୍ଟିନ୍‌ ଆରମ୍ଭ କରିଥିଲେ। ପ୍ରଥମେ କ୍ୟାଣ୍ଟିନ୍‌ରେ ୭ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ଏଥିରେ ୧୭୫ ଜଣ ମହିଳା କାମ କରୁଛନ୍ତି। ଏମାନେ ରୋଷେଇ କରିି ବସ୍‌ ଓ ଅଟୋରିକ୍ସା ଡ୍ରାଇଭର, କର୍ମଜୀବୀ ବ୍ୟାଚେଲର୍‌ଙ୍କ ପାଖରେ ଖାଦ୍ୟ ପହଞ୍ଚାଉଥିଲେ। ଏହି ସଂଗଠନ ପରେ ଲୋକମାନଙ୍କଠାରୁ ଅନୁଦାନ ପାଇବାରେ ଲାଗିଲା। ସେମାନେ ବାସନ, ଗ୍ରୋସେରୀ ଏବଂ ପରିବା ଆଦି ଯୋଗାଇ ଦେଲେ। ପ୍ରଥମେ କ୍ୟାଣ୍ଟିନରେ ୧୦ ଟଙ୍କାରେ ମିଲ୍‌ ଯୋଗାଇ ଦେଉଥିଲେ, ଏବେ ଏହାର ମୂଲ୍ୟ ପହଞ୍ଚତ୍ଛି ୭୦ ଟଙ୍କାରେ। ସକାଳ ୮ଟାରୁ ରାତି ୧୦ଟାଯାଏ ଚାଲୁଛି କ୍ୟାଣ୍ଟିନ୍‌। ଏବେ ଏମାନେ ସହରର ୬ଟି ସ୍ଥାନରେ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିଛନ୍ତି ଓ ଏଥିରୁ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?