ଷଣ୍ଢମାନଙ୍କୁ ନିର୍ଯାତନା

ମାନେକା ଗାନ୍ଧୀ

ବିଶ୍ୱରେ ଭାରତରେ ସବୁଠୁ ବେଶି ଗୋରୁ ଅଛନ୍ତି। ସେମାନେ ମନ୍ଦିରରେ ପୂଜା ପାଉନାହାନ୍ତି କି ସେମାନଙ୍କୁ ଆଉ ଗ୍ରାମାଞ୍ଚଳର ଖୋଲା ସ୍ଥାନରେ ବୁଲି ଖାଇବା ଦେଖାଯାଉନାହିଁ। ହେଲେ କୃଷକମାନଙ୍କ ଫସଲ ଖାଇବାକୁ ଆସିଲେ ସେମାନଙ୍କୁ କୃଷକମାନେ ବାଡାଉଛନ୍ତି। ସହରାଞ୍ଚଳର ଫଳ ବିକାଳିମାନେ ସେମାନଙ୍କ ଉପରକୁ ଏସିଡ୍‌ ଫିଙ୍ଗୁଛନ୍ତି। ସେମାନଙ୍କୁ ବିଷଦେଇ ମାରିଦିଆଯାଉଛି । ଛୋଟ ଘରେ ସେମାନଙ୍କୁ ବାନ୍ଧି ଅସ୍ବାସ୍ଥ୍ୟକର ପରିବେଶରେ ରଖାଯାଉଛି। ଟ୍ରକ୍‌ରେ ଅଧିକ ସଂଖ୍ୟାରେ ବୋଝେଇ କରି ସେମାନଙ୍କୁ କଂସେଇଖାନାକୁ ନିଆଯାଉଛି । ଗୋଶାଳାରେ ରଖାଯାଉଛି, ଯେଉଁଠି ସେମାନେ ଅନାହାରରେ ମରିବା ପର୍ଯ୍ୟନ୍ତ ଗୋବର ଉପରେ ଠିଆ ହୋଇ ରହୁଛନ୍ତି। ଏଣେତେଣେ ବୁଲି ପ୍ଲାଷ୍ଟିକ୍‌ ଖାଉଛନ୍ତି ଓ ମଇଳା ନଳାପାଣି ପିଉଛନ୍ତି। ରାସ୍ତାରେ ଦୁର୍ଘଟଣାର ଶିକାର ବି ହେଉଛନ୍ତି। କହିବାକୁ ଗଲେ ଭାରତରେ ଗାଈ କି ମଇଁଷି କେହି ଭଲରେ ନାହାନ୍ତି। ୨୦୧୪ରେ ଭାଜପା ଶାସନକୁ ଆସି ଗୋମାଂସ ରପ୍ତାନି ବନ୍ଦ କରିବା ଲାଗି ସଙ୍କଳ୍ପ କରିଥିଲା। କିନ୍ତୁ ସେବେଠାରୁ ଭାରତ ବ୍ରାଜିଲକୁ ପଛରେ ପକାଇ ବିଶ୍ୱର ସବୁଠୁ ବଡ଼ ଗୋମାଂସ ରପ୍ତାନିକାରୀ ଦେଶ ଭାବେ ରହି ଆସିଛି। ବିଶ୍ୱ ଗୋମାଂସ ଉତ୍ପାଦନର ୪୦ ପ୍ରତିଶତ ଏହି ଦୁଇ ଦେଶରେ ହେଉଛି। ଆମେ ବି ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦକ ଦେଶ ଭାବେ ୟୁରୋପୀୟ ସଂଘ, ଆମେରିକା ଏବଂ ଚାଇନାକୁ ଟପିଯାଇଛୁ।
ଅଧିକାଂଶ ଗାଈ ଓ ମଇଁଷିଙ୍କୁ ଆଉ ପ୍ରାକୃତିକ ଉପାୟରେ ପ୍ରଜନନ କରାଯାଉନାହିଁ। ମୁଁ ଯେଉଁ ଶହଶହ ପ୍ରାଣୀ ଚିକିତ୍ସକଙ୍କୁ ଆଣେ, ମୋ ଜାଣିବାରେ ସେମାନେ ଡାଇଗ୍ନୋସିସ୍‌ ଏବଂ ଔଷଧ ବିଷୟରେ କିଛି ଜାଣିନାହାନ୍ତି। କିନ୍ତୁ ସେମାନେ ସମସ୍ତେ କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ବା ନିଷିକ୍ତୀକରଣ ସମ୍ପର୍କରେ ଭଲ ଭାବେ ଜାଣିଛନ୍ତି। ଏହା ସମସ୍ତ ପ୍ରାଣୀଚିକିତ୍ସା ମହାବିଦ୍ୟାଳୟର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। କ୍ଷୀର ଓ ମାଂସ ଉତ୍ପାଦନ ବଢ଼ାଇବା ଲାଗି ଭାରତରେ ଏକ ବୃହତ୍‌ ରାଷ୍ଟ୍ରୀୟ ପ୍ରଜନନ କାର୍ଯ୍ୟକ୍ରମ ଚାଲିଛି। ଷଣ୍ଢଙ୍କଠାରୁ ସିମେନ ବା ଶୁକ୍ର ସଂଗ୍ରହ କରାଯାଇ ଦେଶର ସବୁସ୍ଥାନରେ କ୍ଷୀର ଓ ମାଂସ ବ୍ୟବସାୟୀମାନଙ୍କ ପାଖକୁ ପଠାଯାଉଛି। ଡାଇରୀ ଫାର୍ମର ୮୦% ଗାଈଙ୍କୁ କୃତ୍ରିମ ଉପାୟରେ ଗର୍ଭଧାରଣ କରାଯାଉଛି। ସ୍ପର୍ମ ଫାର୍ମିଂ ଇଣ୍ଡଷ୍ଟ୍ରି ଏବଂ ସିମେନର ଶୀତଳୀକରଣ ଟେକ୍‌ନୋଲୋଜି ଉପରେ ୨୦୧୪-୨୦୧୬ ମଧ୍ୟରେ ଏକ ଗବେଷଣା କରାଯାଇଥିଲା। ସମ୍ମିଳିତ ତଥ୍ୟକୁ ଅନୁଧ୍ୟାନ କରିବା ବ୍ୟତୀତ ସେମାନେ ସିମେନ ଉତ୍ପାଦନ,ଶିଳ୍ପନୀତି ଏବଂ ପ୍ରାଣୀସୁରକ୍ଷା ସହ ଜଡିତ ଶହ ଶହ ଲୋକଙ୍କୁ ସାକ୍ଷାତ କରି ତଥ୍ୟ ସଂଗ୍ରହ କରିଥିତ୍ଲେ। ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ସରକାରଙ୍କ ସିମେନ ଷ୍ଟେଶନରେ ସିମେନ ସଂଗ୍ରହ ପଦ୍ଧତି, ତା’ର ମାନ, ଭଣ୍ଡାରଣ ବ୍ୟବସ୍ଥା ଓ ଡାଇରୀ ଫାର୍ମକୁ ପରିବହନ ଉପରେ ଗବେଷକମାନେ ଅନୁଧ୍ୟାନ କରିଥିଲେ। ଏହି ସିମେନକୁ ଗାଈଙ୍କୁ କୃତ୍ରିମ ଉପାୟରେ ଗର୍ଭଧାରଣ କରାଯିବା ଲାଗି ବ୍ୟବହାର କରାଯାଇଥାଏ। ଥରକରେ ଯେତିକି ସିମେନ ସଂଗ୍ରହ କରାଯାଏ ସେଥିରେ ଶହ ଶହ ବାଛୁରି ଜନ୍ମ କରାଯାଇପାରିବ। ଏଣୁ ଫାର୍ମରେ ଗାଈ ଓ ଅଣ୍ଡିରା ବାଛୁରିମାନଙ୍କ ଉପରେ ହେଉଥିତ୍ବା ନିର୍ଯାତନାକୁ ବିରୋଧ କରି ବହୁ ଭାରତୀୟ କ୍ଷୀର ପିଇବା ଛାଡିଦେଇଛନ୍ତି। କିନ୍ତୁ ସିମେନ ସଂଗ୍ରହ କରିବାର ନିଷ୍ଠୁର ପଦ୍ଧତି ଉପରେ ଏମାନେ ସଚେତନ ନୁହନ୍ତି।
ଷଣ୍ଢକୁ ୧୮ ମାସ ବେଳକୁ ନିଆଯାଏ ଏବଂ ସେମାନଙ୍କୁ ଫାର୍ମରେ ଛୋଟ ଛୋଟ ଗ୍ରୁପ କରି ବନ୍ଧାଯାଏ କିମ୍ବା ଗୋଟିଏ ଷଣ୍ଢକୁ ଗୋଟିଏ ଘରେ ବର୍ଷ ବର୍ଷ ଧରି ବାନ୍ଧି ରଖାଯିବା ଅନୁଧ୍ୟାନରୁ ଜଣାପଡିଛି। ଏହାଦ୍ୱାରା ସେମାନେ ହତାଶ ଓ ଉତ୍ତେଜିତ ଅବସ୍ଥାରେ ରହନ୍ତି। ଷଣ୍ଢମାନଙ୍କୁ ନିୟନ୍ତ୍ରଣ କରିବା ଲାଗି ସେମାନଙ୍କ ନାକ ଭିତରେ ଦଉଡ଼ି ପୂରାଇ ବନ୍ଧାଯାଇଥାଏ। ଏହାଦ୍ୱାରା ନାକରେ କ୍ଷତ ହେବା ସହ ବହୂୁ ସମୟରେ ଏମାନେ ରୋଗର ଶିକାର ହୋଇଥାଆନ୍ତି। ଗୋଟିଏ ଷଣ୍ଢକୁ ସପ୍ତାହକୁ ଚାରିଦିନ ବୀର୍ଯ୍ୟ ସଂଗ୍ରହ କେନ୍ଦ୍ରକୁ ଦିନକୁ ଦୁଇଥର ନିଆଯାଇ କୃତ୍ରିମ ଉପାୟରେ ସିମେନ ସଂଗ୍ରହ କରାଯାଇଥାଏ। ଡମି ଗାଈ ମାଧ୍ୟମରେ ଇଲେକ୍ଟ୍ରୋ ପଦ୍ଧତି ଆପଣାଯାଇ ସିମେନ ସଂଗ୍ରହ କରାଯାଏ। ଏହା ବାସ୍ତବିକ ଯନ୍ତ୍ରଣାଦାୟକ ଓ ୧୯୬୦ ଦଶକର ଶେଷ ଆଡକୁ ଆରମ୍ଭ କରାଯାଇଥିଲା। ଏହି ପଦ୍ଧତିରେ ଷଣ୍ଢ ମଳଦ୍ୱାରରେ ଏକ ରଡ୍‌ ପ୍ରବେଶ କରାଯାଇ ୧୨-୨୪ ଭୋଲ୍‌ଟ ବିଦ୍ୟୁତ୍‌ ଝଟକା ଦିଆଯାଏ। ଷଣ୍ଢର ମଳଦ୍ୱାରରେ ଇଲେକ୍ଟ୍ରିକ ରଡ ଦିନକୁ ଦୁଇଥର ବର୍ଷ ବର୍ଷ ଧରି ପ୍ରବେଶ କରାଯାଇଥାଏ। ଥରକରେ ସଂଗୃହୀତ ସିମେନରୁ ୫୦୦ରୁ ୬୦୦ ସ୍ପର୍ମ ଡୋଜ୍‌ ହୋଇଥାଏ। ଗୋଟିଏ ଡୋଜରେ ୨୦ ମିଲିୟନ ସ୍ପର୍ମ ରହିଥାଆନ୍ତି। ୫-୧୦ ବର୍ଷ ମଧ୍ୟରେ ଗୋଟିଏ ଷଣ୍ଢ କ୍ଷେତ୍ରରେ ଏହା ହୋଇଥାଏ। ଏହାପରେ ସେମାନଙ୍କୁ କଂସେଇଖାନାକୁ ପଠାଇଦିଆଯାଏ। ସିମେନ ସଂଗ୍ରହ କରାଯିବା ପରେ ତରଳ ନାଇଟ୍ରୋଜେନ୍‌ର ଶୀତଳୀକରଣ ପଦ୍ଧତିରେ ରଖାଯାଇଥାଏ ଓ ପରେ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଏ। ଏହି ଭୟଙ୍କର ପ୍ରଜନନ ଟେକ୍‌ନୋଲୋଜି ୧୯୭୦ ଦଶକରେ ‘ହ୍ବାଇଟ ରିଭୋଲ୍ୟୁଶନ’(ଶ୍ୱେତ ବିପ୍ଳବ) ବା ‘ଅପରେଶନ ଫ୍ଲଡ୍‌’ର ସଫଳତାରେ ଏକ ପ୍ରମୁଖ ଭୂମିକା ନେଇ ଭାରତକୁ ଏକ ଅଗ୍ରଣୀ ଦୁଗ୍ଧ ଉପତ୍ାଦକ ରାଷ୍ଟ୍ର ଭାବେ ପ୍ରତିପାଦିତ କରିପାରିଥିଲା। କିନ୍ତୁ ଏଥିରେ ଗୁଣବତ୍ତା ବଦଳରେ ପରିମାଣ ଉପରେ ଗୁରୁତ୍ୱ ରହିଥିଲା। ତା’ପରଠାରୁ ଆଗକୁ ଆଉ କ୍ଷୀରର ସେହି ଶୁଦ୍ଧତା ଏବଂ ଗୁଣବତ୍ତା ରହିପାରିନାହିଁ।
ଭାରତର ପଶୁପାଳନ ବିଭାଗଗୁଡ଼ିକ ଅଧୀନରେ ୬୦ଟି ସିମେନ ଫ୍ରୋଜନ୍‌ ଫାର୍ମ ଏବଂ ୭୭,୦୦୦ଟି କୃତ୍ରିମ ଗର୍ଭଧାରଣ କେନ୍ଦ୍ର ରହିଛି। ଏଗୁଡ଼ିକର କୌଣସି ନିୟମ ନାହିଁ କି ଏଠାରେ ରହୁଥିବା ଷଣ୍ଢମାନଙ୍କ କଲ୍ୟାଣ କି ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ଷଣ୍ଢମାନଙ୍କୁ ମାନସିକ ଓ ଶାରୀରିକ ଆଘାତ ଦେଇ ସିମେନ ବା ଶୁକ୍ର ସଂଗ୍ରହ କରିବା ଅପ୍ରାସଙ୍ଗିକ ମନେହୁଏ। ଷଣ୍ଢଙ୍କ ମଳଦ୍ୱାରରେ ଇଲେକ୍ଟ୍ରୋରଡ୍‌ ପ୍ରବେଶ କରାଇବା ଦ୍ୱାରା ଏହା ତା’ ପଛ ଗୋଡ ମାଂସପେଶୀର ସ୍ନାୟୁଗୁଡ଼ିକୁ ଉତ୍ତେଜିତ କରେ। ଏହାଦ୍ୱାରା ସ୍ନାୟୁଗୁଡ଼ିକ ପ୍ରଭାବିତ ହୋଇଥାଏ। ପଛଗୋଡ, ଜଙ୍ଘ ଏବଂ ପିଠି ମାଂସପେଶୀରେ ଭୀଷଣ ସଙ୍କୋଚନ ହୋଇଥାଏ। କେତେକ ପ୍ରକାର ଇଲେକ୍ଟ୍ରୋ ରଡ ଦ୍ୱାରା ଏହି ସଙ୍କୋଚନ ଭାରି ସାଂଘାତିକ ହୋଇଥାଏ। ଏହାଦ୍ୱାରା ପ୍ରଭାବିତ ମାଂସପେଶୀରେ ରକ୍ତସ୍ରାବ ହେବା ସହ ଏହାର ଗୁରୁତର କ୍ଷତି ହୋଇଥାଏ। କିଛି ଦିନ ଧରି ଷ୍ଟିଫ୍‌ନେଶ ଲାଗିରହେ। ଶାରୀରିକ ପୀଡ଼ା କିଭଳି ପ୍ରାଣୀମାନଙ୍କର ପ୍ଲାଜ୍‌ମା, କୋରଟିସୋଲ ହର୍ମନ ସ୍ତରକୁ ପରିବର୍ତ୍ତନ କରୁଛି ତା’ଉପରେ ପରୀକ୍ଷା କରାଯାଇଥିଲା। ଏହି ପରିବର୍ତ୍ତନକୁ ପ୍ରାଣୀମାନେ ଭୋଗୁଥିବା ପୀଡ଼ା ମାତ୍ରାର ଏକ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଥିଲା। ପ୍ଲାଜମା କୋରଟିସୋଲ ସ୍ତର ଇଲେକ୍ଟ୍ରୋଏକ୍‌୍‌ଜାକ୍ୟୁଲେଶନ ବା ଇଲେକ୍ଟ୍ରୋପଦ୍ଧତିରେ ଶୁକ୍ର ସ୍ଖଳନର ୧୫ ମିନିଟ ପରେ ଦ୍ରୁତ ଗତିରେ ବଢିବା ସହ ୨-୪ ଘଣ୍ଟାଯାଏ କ୍ରମାଗତ ବୃଦ୍ଧିପାଇବା ଦେଖାଯାଇଥିଲା। ଏଥିରୁ ପ୍ରତୀୟମାନ ଯେ, ସେମାନେ ଅତି କଷ୍ଟରେ ରହୁଛନ୍ତି। ଇଲେକ୍ଟ୍ରୋଏକ୍‌ଜାକ୍ୟୁଲେଶନର କ୍ରୂରତା କାରଣରୁ ନେଦରଲ୍ୟାଣ୍ଡ ଏବଂ ଡେନମାର୍କ ଏହି ପଦ୍ଧତିକୁ ବନ୍ଦ କରିଦେଇଛନ୍ତି।
ଫାର୍ମ କିମ୍ବା ପଶୁପାଳନ କ୍ଷେତ୍ରରେ କୌଣସି ବ୍ୟବସ୍ଥା ଠିକ୍‌ ଭାବେ ଚାଲୁନାହିଁ। ଷଣ୍ଢମାନଙ୍କର ସ୍ବାସ୍ଥ୍ୟପାଇଁ ସେମାନଙ୍କୁ ନିୟମିତ ପରୀକ୍ଷା କରାଯିବା ଉଚିତ। ସର୍ବୋତ୍ତମ ମାନର ସିମେନ ପାଇଁ ସେମାନଙ୍କୁ ଭଲ ଖାଦ୍ୟ ଦେବା, ଚଳପ୍ରଚଳ କରାଇବା ଏବଂ ଖୁସିରେ ରଖିତ୍ବା ଆବଶ୍ୟକ। କୌଣସି ଗୋଟିଏ କେନ୍ଦ୍ରରେ ଏହା ପାଳନ ହୁଏନାହିଁ। ଅଧିକାଂଶ ଷଣ୍ଢଙ୍କୁ ରୁଗ୍‌ଣ ଅବସ୍ଥାରେ ରଖାଯାଏ। ସେମାନଙ୍କୁ କମ୍‌ ଖାଇବାକୁ ଦିଆଯାଏ। ସେମାନଙ୍କ ସ୍ବାସ୍ଥ୍ଥ୍ୟ କ୍ୱଚିତ ପରୀକ୍ଷା କରାଯାଏ। ଏଣୁ ଏବେ କ’ଣ ଘଟିଛି? ଭାରତରେ ବିଶ୍ୱର ସବୁଠୁ ବେଶି ଗୋ ପ୍ରଜନନ କେନ୍ଦ୍ର ଥିବା ସତ୍ତ୍ୱେ କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ଉପଯୋଗ କରିବାରେ ସଫଳତା ହାର ବହୁତ କମ୍‌ । ଷଣ୍ଢମାନଙ୍କୁ ଖରାପ ପରିସ୍ଥିତିରେ ରଖାଯାଇଛି ଏବଂ ବହୁ ସମୟରେ ସବୁଆଡକୁ ରୁଗ୍‌ଣ ସିମେନ ବି ପଠାଯାଉଛି, ଯାହାଦ୍ୱାରା ଗାଈମାନଙ୍କର ଗର୍ଭପାତ ଘଟୁଛି। ଏବେ ବ୍ୟାପୁଥିବା ଯକ୍ଷ୍ମାର ସମ୍ପର୍କ ଗାଈ କ୍ଷୀର ସହ ରହିଛି, ଯାହା ସିମେନ ମାଧ୍ୟମରେ ଗାଈକୁ ଆସିଛି। ମଣିଷ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡୁଛି। କୃତ୍ରିମ ଉପାୟରେ ସଂଗ୍ରହ କରାଯାଉଥିବା ସିମେନ ମାଧ୍ୟମରେ ଆହୁରିି ଅନେକ ରୋଗ ଆସୁଛି। ଆଗାମୀ ସ୍ତମ୍ଭରେ ଏ ବିଷୟରେ ମୁଁ ଉଲ୍ଲେଖ କରିବି। ଷଣ୍ଢମାନଙ୍କଠାରୁ ସଂଗୃହୀତ ସିମେନରେ ଗାଈଙ୍କୁ କୃତ୍ରିମ ଉପାୟରେ ଗର୍ଭଧାରଣ କରାଇ ଦୁଗ୍ଧ ଉତ୍ପାଦନ ବଢାଇବାର ପ୍ରଚେଷ୍ଟାରେ ଷଣ୍ଢମାନେ ଭୀଷଣ କଷ୍ଟ ପାଉଛନ୍ତି। କ୍ଷୀର ପିଉଛ ସତ, କିନ୍ତୁ ଯେତେଦିନ ଯାଏ ତୁମେ କ୍ଷୀର ପିଇଚାଲିଥିବ ଏହି ବୀର୍ଯ୍ୟବାନ ପ୍ରାଣୀ ସେମିତି କଷ୍ଟ ଭୋଗୁଥିବେ। ତେବେ ତୁମେ କ’ଣ ଏହି ଭୟଙ୍କର ନିର୍ଯାତନା ପାଇଁ ଦାୟୀ ହେବାକୁ ଚାହୁଁଛ କି?
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri