ଏଇ ଭାରତରେ

ପିଲାଟିର ନାମ ତନୟ ଜୈନ। ବୟସ ମାତ୍ର ୧୫ ବର୍ଷ। ସେ କୋଲକାତାର ସେଣ୍ଟ୍‌ ଜେମ୍ସ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ତନୟ କପଡ଼ା ଫ୍ୟାକ୍ଟ୍ରିରୁ ଅଦରକାରୀ କପଡ଼ା ସଂଗ୍ରହ କରି ସେଥିତ୍ତ୍ରେ ପିଲାମାନଙ୍କ ପାଇଁ ପୋଷାକ ତିଆରି କରି ଏବେ ସୁଦ୍ଧା ୨୫୦୦ ପିଲାଙ୍କୁ ପୋଷାକ ଯୋଗାଇ ସାରିଲେଣି। ପୋଷାକ ତିଆରି କରିବାରେ ସେ କୋଲକାତାର ବିଭିନ୍ନ ସ୍ଥାନରେ ୬୮ ଜଣ କାରିଗରଙ୍କୁ ନିଯୁକ୍ତି ଦେଇଛନ୍ତି। ତନୟ ତାଙ୍କ ବାପାଙ୍କ କପଡ଼ା ଫ୍ୟାକ୍ଟ୍ରିକୁ ବୁଲିଯିବା ସମୟରେ ଅଦରକାରୀ କପଡ଼ା ସବୁ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ପାଇଥିଲେ। ପରେ ସେ ଏହାକୁ ସିଲାଇ କରି ଅସହାୟ ପିଲାମାନଙ୍କ ପାଇଁ ପୋଷାକ ତିଆରି କରିବାକୁ ଯୋଜନା କରିଥିଲେ। କର୍ତ୍ତାନ ଫାଉଣ୍ଡେଶନ ନାମରେ ଏକ ସଂସ୍ଥା ଗଢ଼ିି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏଥିରେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଆର୍ଥିକ ସହଯୋଗ ଯୋଗାଇ ଦେଉଛନ୍ତି। ତନୟ ୩୫୦୦ ମିଟର କପଡ଼ାର ପୁନଃ ଉପଯୋଗ କରି ସାରିଲେଣି। ସେଥିରୁ ପ୍ରସ୍ତୁତ ପୋଷାକଗୁଡ଼ିକୁ କୋଲକାତା, ଗୁଆହାଟୀ ସହରରେ ଅସହାୟ ପିଲାମାନଙ୍କୁ ବାଣ୍ଟୁଛନ୍ତି। ଗୋଟିଏ ପୋଷାକ ସିଲାଇ କରି ତାହାକୁ ପିଲାଙ୍କ ପାଖରେ ପହଞ୍ଚାଇବା ଲାଗି ୨୦୦ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ଖର୍ଚ୍ଚ ସେ ଅନୁଦାନରୁ ପ୍ରାପ୍ତ ଟଙ୍କାରେ ଭରଣା କରୁଛନ୍ତି। ଅସହାୟ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ପୋଷାକ ବଣ୍ଟନ କରିବାରେ ତାଙ୍କ ପରିବାର ସଦସ୍ୟ ଓ କେତୋଟି ଏନ୍‌ଜିଓ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିରପେକ୍ଷତା ଆଶା ବୃଥା

ଭାରତୀୟ ନ୍ୟାୟପାଳିକା ଉଚ୍ଚମାନ ବଜାୟ ରଖିଚାଲିଛି ଓ ଏହା ଉପରେ ଲୋକଙ୍କ ବିଶ୍ୱାସ ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ସମ୍ବିଧାନ ଦିବସର ସମାପନ...

ଏଇ ଭାରତରେ

କୋଲକାତାର ମୈତ୍ରୀ ବାନାର୍ଜୀ ଚାକିରି ଛାଡ଼ି ଅବହେଳିତ ପିଲାମାନଙ୍କ ସେବାରେ ଲାଗିଛନ୍ତି। ରେଳଷ୍ଟେଶନରେ ରହୁଥିବା ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪...

ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ...

ଗୃହିଣୀଙ୍କ ହାହାକାର

ଭାରତରେ ପୂର୍ବରୁ ରୋଷେଇ ଲାଗି କାଠ, ଘଷି, ଛଣକୁଟା, ପତ୍ର, ତୈଳବୀଜ ଜାତୀୟ ଫସଲର ଚୋପା ସହ କୋଇଲା ଆଦି ବ୍ୟବହାର କରାଯାଇଆସୁଥିଲା। ଏହାଦ୍ୱାରା ମହିଳାଙ୍କ...

ଏଇ ଭାରତରେ

”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର।...

ଏଇ ଭାରତରେ

ମାନସିକ ଅନଗ୍ରସର ସନ୍ତାନଟିଏ ଥିଲେ ତାହାର ଯତ୍ନ ନେବା କେତେ ଯେ କଷ୍ଟକର ସେକଥା ମା-ବାପା ହିଁ ଜାଣନ୍ତି। ଏମିତି ସନ୍ତାନଟିଏ ଥିଲା ସୁଲୋଚନା ଓ...

ଏଇ ଭାରତରେ

ଆହତ ବୁଲା କୁକୁରଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ବେଙ୍ଗାଲୁରୁର ହରିଶ ଅଲୀ। ସେ ରାସ୍ତାକଡ଼ରୁ ଆହତ କୁକୁରଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା କରୁଛନ୍ତି...

ଶୁଗି ସ୍ରଷ୍ଟା

ସ୍ରଷ୍ଟା ଅହରହ ସୃଷ୍ଟିଟିଏ ଲାଗି ଲଢ଼ୁଥାଏ। ଲେଖକ ହୋଇଥିଲେ ଚରିତ୍ର, ସ୍ଥିତି ଓ ଶବ୍ଦଗୁଡ଼ିକ ତା’ ମୁଣ୍ଡରେ ଲହରି ପିଟୁଥାଆନ୍ତି। କିନ୍ତୁ ସେ ତା’ ଇପ୍ସିତ...

Advertisement
Archives

Model This Week