ଆର୍ଥିକ ବୈଷମ୍ୟ ଓ ସାମାଜିକ ଚିତ୍ର

ପ୍ରଭାତ କୁମାର ଦାସ

ଲେଖାଟି ଆରମ୍ଭ କରୁଛି, ନିଜ ବ୍ୟକ୍ତିଗତ ଅନୁଭବରୁ। ପଞ୍ଚଷଠି ମସିହାରେ ମୁଁ ଏକ ସରକାରୀ ଶିଳ୍ପ ଉଦ୍ୟୋଗରେ ଉତ୍ପାଦନ ବିଭାଗରେ ବୈଷୟିକ ଶିକ୍ଷାନବିସ ଭାବରେ ଯୋଗଦେଇଥିଲି। କିଛିଦିନ ପରେ ମୋତେ, ଉତ୍ପାଦନ ବିଭାଗରୁ କଞ୍ଚାମାଲ ବ୍ୟବସାୟିକ ବିଭାଗକୁ ବଦଳି କରାହେଲା। ମୁଁ ଅସନ୍ତୋଷ ବ୍ୟକ୍ତକରି ଉଦ୍ୟୋଗ ଅଧିକାରୀଙ୍କୁ ଦେଖାକଲି। ଉତ୍ପାଦନ ବିଭାଗ ଭଳି ମୁଖ୍ୟ ବିଭାଗରୁ କଞ୍ଚାମାଲ ଭଳି ଗୌଣ ବିଭାଗକୁ ନ ଯିବା ପାଇଁ ଇଚ୍ଛା ପ୍ରକାଶ କଲି। ଉଦ୍ୟୋଗ ଅଧିକାରୀ ମୋ ଅଭିଯୋଗ ଶୁଣିଲେ, ମୋ ବଦଳି ଆଦେଶକୁ ରଦ୍ଦ କରି ମୋ ସାଥିର ଆଉ ଜଣେ ଶିକ୍ଷାନବିସଙ୍କୁ ସେଠାକୁ ପଠାଇଲେ। ଆନନ୍ଦର ସହ ସେ ଆଦେଶକୁ ଗ୍ରହଣ କଲେ।
ପଚିଶ ବର୍ଷର ଚାକିରି କାଳ ପରେ, ମୁଁ ସେଦିନର ମୂର୍ଖତା ପାଇଁ ଅନୁତାପ କରିଥିଲି। କାରଣ ଆମ ଦୁହିଁଙ୍କର ପଦବୀ ଓ ମର୍ଯ୍ୟାଦାରେ ବିଶେଷ ବ୍ୟତିକ୍ରମ ନ ହୋଇଥିଲେ ବି ବାହାର ପରିଚୟ ଓ ଆର୍ଥିକ ସ୍ବଚ୍ଛନ୍ଦତାରେ ଆକାଶପାତାଳ ପ୍ରଭେଦ ବାରିହୋଇ ପଡିଥିଲା। ମୁଁ ମୋ ନିଜ ବିଭାଗରେ ବୈଷୟିକ ପରିସୀମା ଭିତରେ ସୀମିତ ହୋଇ ରହିଗଲି। ସେ କିନ୍ତୁ ଏକ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ପରିଚାଳନାର ଅଧିପତି ହୋଇଗଲେ। ଖଣିଖାଦାନ ମାଲିକମାନଙ୍କଠାରୁ ଆରମ୍ଭ କରି ଅନେକ ଠିକାଦାର ଓ କମିଶନ ମଧ୍ୟସ୍ଥମାନେ ତାଙ୍କ ଚାରିପଟେ ଘୂରି ବୁଲିଲେ। ସରକାରୀ ଉଚ୍ଚାଧିକାରୀମାନଙ୍କ ସହିତ ତାଙ୍କର ପରିଚୟ ଓ ସମ୍ପର୍କ ତିଆରି ହୋଇପାରିଲା। ତେଣୁ ତାଙ୍କର କ’ଣ ସବୁ ଲାଭ ହେଲା, ସେ ସବୁ ସହଜରେ ଅନୁମେୟ।
ମୁଁ ଏତକ ଲେଖିବାର ଉଦ୍ଦେଶ୍ୟ ହେଲା, ଆମ ଦେଶର ନୀତିଚରିତ୍ର ଏଇଭଳି ମାନସିକତାରେ ଉଲ୍ଲସିତ। ଉତ୍ପାଦନଠାରୁ ବ୍ୟବସାୟ ଅଧିକ ଆକର୍ଷଣୀୟ ଓ ଲାଭପ୍ରଦ। ଆଉ ତା’ଠାରୁ ଅଧିକ ଆକର୍ଷଣୀୟ ହେଉଛି ପ୍ରଶାସନିକ ଓ ସେବା କ୍ଷମତା। ହାଡ଼ଭଙ୍ଗା କଠିନ ପରିଶ୍ରମ କରି ଯେଉଁମାନେ ଉତ୍ପାଦନ କରାନ୍ତି, ସେମାନଙ୍କ ପ୍ରତ୍ୟକ୍ଷ ଲାଭ-ବ୍ୟବସାୟିକ ଓ ପ୍ରଶାସନିକ ଉପାୟରେ ଯେଉଁମାନେ ତାକୁ ପରିଚାଳନା କରନ୍ତି, ସେମାନଙ୍କ ପରୋକ୍ଷ ଲାଭଠାରୁ ଅନେକ କମ୍‌। ଏ କଥା ଜଣେ ଚିନ୍ତା କରିପାରିବ ନାହିଁ, ଆଉ ଚିନ୍ତାକଲେ ସହିପାରିବ ନାହିଁ।
ଏବେ ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନକୁ ବିଚାରକୁ ନିଆଯାଉ। କୃଷକମାନେ ସରକାର ବିରୋଧରେ ଆନ୍ଦୋଳନ କରୁନାହାନ୍ତି। ସେମାନଙ୍କ ଆନ୍ଦୋଳନ ବୈଷମ୍ୟତା ବିରୋଧରେ। ଯେଉଁମାନେ ଦିନ ରାତି ପରିଶ୍ରମ କରି ଦେଶ ପାଇଁ ଉତ୍ପାଦନ କରୁଛନ୍ତି, ତାଙ୍କ ଉତ୍ପାଦିତ ଦ୍ରବ୍ୟର ଯେତିକି ଲାଭ ତାଙ୍କ ପାଖରେ ପହଞ୍ଚେ, ତା’ଠାରୁ ଯଥେଷ୍ଟ ଅଧିକ ବ୍ୟବସାୟୀ ଓ ପ୍ରଶାସକଙ୍କ ପାଖରେ ପହଞ୍ଚେ। ସେମାନେ ସେହି ଲାଭକୁ କୌଶଳରେ ଅପହରଣ କରି ନିଅନ୍ତି। ଲାଭରୂପକ ଫଳରୁ ସେମାନେ ରସ ଶୋଷି ନେଲା ପରେ ଉତ୍ପାଦନ କରିଥିବା ମଣିଷ ପାଇଁ ଶିଠା ଟିକକ ରହେ। ଦେଶ ତମାମ ଏ ତିନି ଶ୍ରେଣୀର ଜୀବନଧାରଣର ମାନକକୁ ଯଦି ନିରପେକ୍ଷ ଭାବରେ ବିଚାର କରାଯାଏ, ତେବେ ଏକଥା ବୁଝିବାରେ ଅସୁବିଧା ହେବନାହିଁ ଯେ, କୃଷକ ଶ୍ରେଣୀର ଜୀବନ ଧାରଣର ମାନଠାରୁ, ପ୍ରଶାସକ ଶ୍ରେଣୀ ଓ ବ୍ୟବସାୟୀ ଶ୍ରେଣୀର ଜୀବନ ଧାରଣର ମାନ ଅନେକ ଭଲ।
ଆବଶ୍ୟକୀୟ ପଦାର୍ଥର ମୂଲ୍ୟବୃଦ୍ଧି ହେଲେ ଚାକିରିଆଙ୍କ ମହଙ୍ଗାଭତ୍ତା ଆପେ ବଢ଼ିଯାଏ। ବ୍ୟବସାୟୀମାନେ ସେମାନଙ୍କ ସେବା ଓ ସାମଗ୍ରୀର ମୂଲ୍ୟବୃଦ୍ଧି ନିଜେ କରି ଦିଅନ୍ତି। ଅବଶିଷ୍ଟ ଶ୍ରେଣୀ ଭକୁଆ ଭଳି ଚାହିଁଥାନ୍ତି। ପ୍ରଶାସକମାନେ ସରକାରଙ୍କୁ ଭୁଲ୍‌ ମାର୍ଗରେ ପରିଚାଳିତ କରାନ୍ତି। ଏଥିପାଇଁ ମଝିରେ ମଝିରେ, କେବେକେବେ ସାଙ୍ଗଠନିକ କ୍ରୋଧ ପ୍ରକାଶ ପାଏ। ତାକୁ କୁହାଯାଏ ଆନ୍ଦୋଳନ। କିନ୍ତୁ ଅଧିକାଂଶ ଅଣସଙ୍ଗଠିତ ହୋଇ ଅଧିକ ନିର୍ଯାତିତ ହୁଅନ୍ତି। ସେମାନଙ୍କ ଲାଳସା ଆଉ କ୍ରୋଧ ସହଜରେ ପ୍ରଶମିତ ହୁଏନାହିଁ। ସେମାନେ ଅନ୍ୟାୟ ଉପାୟରେ, ଆପରାଧୀକ ରାସ୍ତାରେ ଲାଭ ଆଦାୟ କରି ନେବାର ପ୍ରୟାସ କରନ୍ତି। ଆପରାଧୀକ ପ୍ରବୃତ୍ତି ବଢ଼େ। ଦେଶ ଭ୍ରଷ୍ଟାଚାର ଦିଗରେ ଯିବାର ଏହା ଏକ କାରଣ।
ଗୋଟିଏ ଅତି ସାଧାରଣ ବିଷୟ ବିଚାରକୁ ନିଆଯାଉ। ସମସ୍ତ ଉପାର୍ଜନକ୍ଷମ ନାଗରିକଙ୍କୁ ତିନି ଭାଗରେ ଭାଗ କରି ଦିଆଯାଉ। ପ୍ରଥମଟି ଯେଉଁମାନେ ଉତ୍ପାଦନ ପ୍ରକ୍ରିୟାରେ ଉପାର୍ଜନ କରନ୍ତି, ଦ୍ବିତୀୟଟି ଯେଉଁମାନେ ସେବା ଆଉ ବ୍ୟବସାୟିକ ପ୍ରକ୍ରିୟାରେ ଉପାର୍ଜନ କରନ୍ତି, ତୃତୀୟଟି ଯେଉଁମାନେ ପରିଚାଳନା ଓ ପ୍ରଶାସନିକ ଉପାୟରେ ଉପାର୍ଜନ କରନ୍ତି। ବିଗତ ପଚିଶ ବର୍ଷର ଅଭିବୃଦ୍ଧିର ହିସାବ ମୂଲ୍ୟାୟନ କରାଯାଉ। କେଉଁ ଶ୍ରେଣୀର ସମ୍ପତ୍ତିମୂଲ୍ୟ କେତେ ବଢ଼ିଛି, କିଏ କେତେ ଜୀବନ ମାନରେ ଉନ୍ନତି କରିଛି, କିଏ କେତେ ମାତ୍ରାରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇବାରେ ସକ୍ଷମ ହୋଇଛି, କାହାର ଆଗାମୀ ପିଢ଼ି, ଆସନ୍ତା ସମୟ ପାଇଁ କେତେ ଶିକ୍ଷାଗତ ଯୋଗ୍ୟତାରୁ ପ୍ରସ୍ତୁତ ହୋଇଛି। ଏହି ପରିଗଣନାରେ ସ୍ପଷ୍ଟ ଦେଖାଯିବ, ଉତ୍ପାଦନରେ ନିୟୋଜିତ ଶ୍ରେଣୀ ସବୁଠାରୁ ଅବହେଳିତ ଓ ଅସମର୍ଥ। ପରିଚାଳନା-ପ୍ରଶାସକ କ୍ଷେତ୍ର ସବୁଠାରୁ ବିକଶିତ।
ଏହି ମାତ୍ରାଧିକ ବୈଷମ୍ୟ କାରଣରୁ, ଦେଶର ବେକାରି ସମସ୍ୟା ବଢ଼ିଚାଲିଛି। ସମସ୍ତେ ଚାହୁଁଛନ୍ତି ଚାକିରି କରିବେ। କାରଣ ସେହି ବାଟଟି ଜୀବନ ଜିଇବାର ସବୁଠାରୁ ସହଜ ଉପାୟ। କେହି ଚାହାନ୍ତି ନାହିଁ ଚାଷ କରିବେ-ଶ୍ରମ କରିବେ। ସରକାର ସବୁବର୍ଷ ବିକାଶର ନୂଆ ନୂଆ ଯୋଜନା କରୁଛନ୍ତି। କିନ୍ତୁ ମୌଳିକ ଭାବନା ନଈରେ ଭାସି ସମୁଦ୍ରରେ ବୁଡିଗଲାଣି। ସରକାର ସେକଥା ଭାବୁନାହାନ୍ତି, କାରଣ ଯଦି ସରକାର ଠିକ ମାର୍ଗରେ ଯିବ, ତେବେ ତାଙ୍କ ହାତରୁ କ୍ଷମତାର ସୁନା ଅଣ୍ଡାଦିଆ କୁକୁଡାଟା ଉଡ଼ିଯାଇ ଏଇ ଶ୍ରମିକ-କୃଷକ ଶ୍ରେଣୀଙ୍କ ଅଗଣାରେ ଅଣ୍ଡା ଦେଇଦବ।
ଭୟାବହ କରୋନା ମହାମାରୀ ସମୟରେ, କେଉଁମାନେ ସବୁଠାରୁ ଅଧିକ ଆର୍ଥିକ ସ୍ବଚ୍ଛନ୍ଦତାରେ ରହୁଥିଲେ? ସେମାନେ ଚାକିରିଆ, ତାଙ୍କ ଆୟ ଓ ଉପାର୍ଜନରେ ଟିକିଏ ବି ମଳି ଲାଗିଲାନି। ଆମ ଦେଶରେ ସମସ୍ତେ ଏକଥା ଜାଣନ୍ତି କିନ୍ତୁ କେହି କିଛି କରିବେ ନାହିଁ।
୫୮, ସ୍ବର୍ଣ୍ଣପୁରୀ, ଭୁବନେଶ୍ବର
ମୋ-୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?