କୃଷି ଉପେକ୍ଷିତ

ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏଥିତ୍ରେ ୧.୭୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଗତ ଆର୍ଥିକ ବର୍ଷ ବଜେଟଠାରୁ ଏହା ପ୍ରାୟ୧୩% ଅଧିକ। ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଋଣ ଯୋଜନାକୁ ୧.୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ୨୦୨୦-୨୧ ଧାର୍ଯ୍ୟଲକ୍ଷ୍ୟଠାରୁ ଏହା ୨୨.୫% ଅଧିକ। ଚଳିତ ବଜେଟରେ ସରକାର କୃଷି ବ୍ୟତୀତ ଅଧିକାଂଶ କ୍ଷେତ୍ରରେ ଖର୍ଚ୍ଚ ବଢ଼ାଇଛନ୍ତି। ଓଡ଼ିଶାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ଏହାର ୭୫ ଭାଗ ଲୋକଙ୍କ ମୁଖ୍ୟ ଜୀବିକା କୃଷି। ଦୁର୍ଭାଗ୍ୟର କଥା ଯେ, ଏହି ଲୋକମାନଙ୍କ ମଧ୍ୟରୁ ଏକ ସିଂହଭାଗ ଗରିବ। କେବଳ ଏତିକି ନୁହେଁ, ଓଡ଼ିଶାରେ ବି ବହୁଳ ସଂଖ୍ୟକ କୃଷକଙ୍କ ପାଇଁ ‘ଗରିବ’ ଏକ ସମାର୍ଥକ ଶବ୍ଦ ପାଲଟିଯାଇଛି। ସେଥିପାଇଁ ସରକାର କୃଷକମାନଙ୍କ ହିତ ଲାଗି ଅନେକ ଯୋଜନା କରିଛନ୍ତି। ୨୦୧୩-୧୪ ଠାରୁ ରାଜ୍ୟ ସରକାର ଏକ ପୃଥକ୍‌ କୃଷି ବଜେଟ ମଧ୍ୟ ଉପସ୍ଥାପନ କରିଆସୁଛନ୍ତି। ୨୦୧୩-୧୪ ବଜେଟରେ ଏଥିରେ ୭,୧୬୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଏହା ୨୦୨୦-୨୧ରେ ୧୯,୪୦୮ କୋଟି ଟଙ୍କାରେ ପହଞ୍ଚିଛି। ଅବଶ୍ୟ ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ କରାଯାଇଥିବା ବ୍ୟୟ ବରାଦ ୧୦% କମିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର କୃଷି ଅଭିବୃଦ୍ଧି ୬.୫% ହ୍ରାସ ପାଇଛି। ଏଣୁ ଅତି କମ୍‌ରେ ଆମେ ଆଶା କରୁଥିଲୁ ଯେ, କୃଷିକୁ ଆଗକୁ ବଢ଼ାଇବା ଲାଗି ଏହି ବଜେଟରେ ସରକାର ଅଧିକ ବ୍ୟୟବରାଦ କରିବେ । ଯଦିଓ ଦୀର୍ଘଦିନ ଧରି ଲାଗି ରହିଥିବା କୃଷକ ଆନ୍ଦୋଳନ ସାରା ଦେଶକୁ ଅଚଳ କରିଥିବା ସମୟରେ କୃଷି ପାଇଁ କମ୍‌ ବ୍ୟୟବରାଦ ସେମାନଙ୍କ ଲାଗି ଅତ୍ୟନ୍ତ ଦୁଃଖଦାୟକ। ସେହିପରି କୃଷକମାନଙ୍କ କଲ୍ୟାଣ ପାଇଁ କରାଯାଇଥିବା ବହୁ ଚର୍ଚ୍ଚିତ ‘କାଳିଆ’ ଯୋଜନା ନିମନ୍ତେ ବି କମ୍‌ ବ୍ୟୟବରାଦ କରାଯାଇଛି। ଏ ବାବଦରେ ଗତ ବର୍ଷ ବଜେଟରେ କରାଯାଇଥିବା ବ୍ୟୟବରାଦ ୩,୧୯୫ କୋଟି ଟଙ୍କାରୁ ୪୩% କମାଯାଇ ଏବେ ୧,୮୦୦ କୋଟି ଟଙ୍କା ରଖାଯାଇଛି। ବାସ୍ତବରେ ଏଭଳି ହ୍ରାସ ଚିନ୍ତାଜନକ। ‘କାଳିଆ’ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା କୁହାଯାଉଛି। ଅବଶ୍ୟ ରାଜ୍ୟରେ ଏହି ଯୋଜନା ଲାଗୁ ହେବା ପରଠାରୁ ସବୁଠୁ ବିବାଦୀୟ ରହିଆସିଛି। ବୁଧବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ବୀକାର କରିଛନ୍ତି ଯେ, ୧.୦୪ ଲକ୍ଷ ନକଲି ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଯାଇଛି। ସରକାର ଏ ବାବଦରେ ପ୍ରାୟ ୧୦୦ କୋଟି ଟଙ୍କା ହରାଇଛନ୍ତି। ଏହି ଠକ ହିତାଧିକାରୀମାନଙ୍କ ପାଖରୁ ଟଙ୍କା ଆଦାୟ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଗୃହରେ କହିଥିଲେ। ଏହା ମଧ୍ୟ ପ୍ରକାଶ କରିଥିଲେ ଯେ, ଏହି ଯୋଜନାରେ ଗ୍ରାମାଞ୍ଚଳର ବହୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଟଙ୍କା ପାଇଛନ୍ତି ଓ ଏହାଦ୍ୱାରା ସେମାନେ ଉପକୃତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ ଆସିବା ପରଠାରୁ ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ବହୁ ଦୁଃଖ ବି ସହିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶାରେ କୃଷକମାନଙ୍କ ପାଖରେ ସ୍ବଳ୍ପ ଜମି ରହିଛି ଓ ଏହା ବହୁ ଭାଗରେ ବିଭାଜିତ। ତେବେ କୃଷକମାନେ ସେମାନଙ୍କ କୃଷି ଉପତ୍ାଦରୁ କମ୍‌ ଆୟ କରିବାର ଏହା ଏକ ପ୍ରମୁଖ କାରଣ। ଏହା ସହ ରାଜ୍ୟରେ ଶୀତଳଭଣ୍ଡାର ଓ ଗୋଦାମ ଘର ସୁବିଧା ନାହିଁ। ଏ କ୍ଷେତ୍ରରେ ଭିତ୍ତିଭୂମିର ଅଧିକ ବିକାଶ କରାଯାଇନାହିଁ। ଏଭଳି ପରିସ୍ଥିତିରେ କୃଷକମାନଙ୍କ କୃଷି ଉପତ୍ାଦ ନଷ୍ଟ ହେଉଛି। ଶେଷବେଳକୁ କୃଷକମାନେ ତାହାକୁ ବିକ୍ରିକରି କିଛି ବି ଲାଭ ପାଉନାହାନ୍ତି । ଏଣୁ ସରକାର କୃଷକଙ୍କ ହିତରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ବା ଯୋଜନାକୁୁ ଅଧିକ କ୍ରିୟାଶୀଳ କରିବା ଉଚିତ ଏବଂ ସେମାନଙ୍କୁ ଏକକ କୃଷି ବଦଳରେ ବିଭିନ୍ନ ପ୍ରକାର ଫସଲ କରିିବାକୁ ପ୍ରୋତ୍ସାହିତ କରିବା ଲାଗି ସଚେତନାତା ଭିତ୍ତିକ ପଦକ୍ଷେପ ନେବା ଦରକାର। ହେଲେ ଏକର ପିଛା କୃଷି ଉପତ୍ାଦନ ବୃଦ୍ଧି କରିବାରେ ଆବଶ୍ୟକ ଭିତ୍ତିିଭୂମି ବିକାଶ ପାଇଁ ଏହିି ବଜେଟ କିଛି ବି ଯୋଗାଇ ଦେଇନାହିଁ। ଅପରପକ୍ଷେ, ‘କାଳିଆ’ ଦ୍ୱାରା ଗରିବ ଚାଷୀମାନେ କିଛି ଆର୍ଥିକ ସହାୟତା ପାଇଲେ। ଏପରିକି କେନ୍ଦ୍ର ରାଜ୍ୟ ସରକାରଙ୍କୁ ନକଲ କରି ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଲାଗୁ କରି ଏଥିରେ ପ୍ରତ୍ୟକ ହିତାଧିତ୍କାରୀଙ୍କୁ ବର୍ଷକୁ ୬,୦୦୦ ଟଙ୍କା ଯୋଗାଇଦେଲେ। ଏଣୁ କାଳିଆ ଯୋଜନାର ଭୁଲ୍‌ କାର୍ଯ୍ୟକାରିତାକୁ ଦାୟୀକରି ଏହାର ବଜେଟ ହ୍ରାସ କରିବା କେବେ ବି ଗ୍ରହଣୀୟ ନୁହେଁ। କୋଭିଡ୍‌ ମହାମାରୀରେ ଭୀଷଣ ଦୁଃଖ ସହିଥିତ୍ବା ସମାଜର ଏହି ନାମମାତ୍ର ବର୍ଗଙ୍କୁ ଆର୍ଥିକ ସହାୟତା ବନ୍ଦ କରିବା କିମ୍ବା ହ୍ରାସ କରିବା ଆଦୌ ଉଚିତ ନୁହେଁ। କୃଷି କ୍ଷେତ୍ରରେ ଓଡ଼ିଶାର ତିଳେ ମାତ୍ର ଅବହେଳା ବା ଉପେକ୍ଷାକୁ କେବେ ବି ସହ୍ୟ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri