କୃଷି ଉପେକ୍ଷିତ

ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏଥିତ୍ରେ ୧.୭୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଗତ ଆର୍ଥିକ ବର୍ଷ ବଜେଟଠାରୁ ଏହା ପ୍ରାୟ୧୩% ଅଧିକ। ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଋଣ ଯୋଜନାକୁ ୧.୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ୨୦୨୦-୨୧ ଧାର୍ଯ୍ୟଲକ୍ଷ୍ୟଠାରୁ ଏହା ୨୨.୫% ଅଧିକ। ଚଳିତ ବଜେଟରେ ସରକାର କୃଷି ବ୍ୟତୀତ ଅଧିକାଂଶ କ୍ଷେତ୍ରରେ ଖର୍ଚ୍ଚ ବଢ଼ାଇଛନ୍ତି। ଓଡ଼ିଶାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ଏହାର ୭୫ ଭାଗ ଲୋକଙ୍କ ମୁଖ୍ୟ ଜୀବିକା କୃଷି। ଦୁର୍ଭାଗ୍ୟର କଥା ଯେ, ଏହି ଲୋକମାନଙ୍କ ମଧ୍ୟରୁ ଏକ ସିଂହଭାଗ ଗରିବ। କେବଳ ଏତିକି ନୁହେଁ, ଓଡ଼ିଶାରେ ବି ବହୁଳ ସଂଖ୍ୟକ କୃଷକଙ୍କ ପାଇଁ ‘ଗରିବ’ ଏକ ସମାର୍ଥକ ଶବ୍ଦ ପାଲଟିଯାଇଛି। ସେଥିପାଇଁ ସରକାର କୃଷକମାନଙ୍କ ହିତ ଲାଗି ଅନେକ ଯୋଜନା କରିଛନ୍ତି। ୨୦୧୩-୧୪ ଠାରୁ ରାଜ୍ୟ ସରକାର ଏକ ପୃଥକ୍‌ କୃଷି ବଜେଟ ମଧ୍ୟ ଉପସ୍ଥାପନ କରିଆସୁଛନ୍ତି। ୨୦୧୩-୧୪ ବଜେଟରେ ଏଥିରେ ୭,୧୬୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଏହା ୨୦୨୦-୨୧ରେ ୧୯,୪୦୮ କୋଟି ଟଙ୍କାରେ ପହଞ୍ଚିଛି। ଅବଶ୍ୟ ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ କରାଯାଇଥିବା ବ୍ୟୟ ବରାଦ ୧୦% କମିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର କୃଷି ଅଭିବୃଦ୍ଧି ୬.୫% ହ୍ରାସ ପାଇଛି। ଏଣୁ ଅତି କମ୍‌ରେ ଆମେ ଆଶା କରୁଥିଲୁ ଯେ, କୃଷିକୁ ଆଗକୁ ବଢ଼ାଇବା ଲାଗି ଏହି ବଜେଟରେ ସରକାର ଅଧିକ ବ୍ୟୟବରାଦ କରିବେ । ଯଦିଓ ଦୀର୍ଘଦିନ ଧରି ଲାଗି ରହିଥିବା କୃଷକ ଆନ୍ଦୋଳନ ସାରା ଦେଶକୁ ଅଚଳ କରିଥିବା ସମୟରେ କୃଷି ପାଇଁ କମ୍‌ ବ୍ୟୟବରାଦ ସେମାନଙ୍କ ଲାଗି ଅତ୍ୟନ୍ତ ଦୁଃଖଦାୟକ। ସେହିପରି କୃଷକମାନଙ୍କ କଲ୍ୟାଣ ପାଇଁ କରାଯାଇଥିବା ବହୁ ଚର୍ଚ୍ଚିତ ‘କାଳିଆ’ ଯୋଜନା ନିମନ୍ତେ ବି କମ୍‌ ବ୍ୟୟବରାଦ କରାଯାଇଛି। ଏ ବାବଦରେ ଗତ ବର୍ଷ ବଜେଟରେ କରାଯାଇଥିବା ବ୍ୟୟବରାଦ ୩,୧୯୫ କୋଟି ଟଙ୍କାରୁ ୪୩% କମାଯାଇ ଏବେ ୧,୮୦୦ କୋଟି ଟଙ୍କା ରଖାଯାଇଛି। ବାସ୍ତବରେ ଏଭଳି ହ୍ରାସ ଚିନ୍ତାଜନକ। ‘କାଳିଆ’ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା କୁହାଯାଉଛି। ଅବଶ୍ୟ ରାଜ୍ୟରେ ଏହି ଯୋଜନା ଲାଗୁ ହେବା ପରଠାରୁ ସବୁଠୁ ବିବାଦୀୟ ରହିଆସିଛି। ବୁଧବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ବୀକାର କରିଛନ୍ତି ଯେ, ୧.୦୪ ଲକ୍ଷ ନକଲି ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଯାଇଛି। ସରକାର ଏ ବାବଦରେ ପ୍ରାୟ ୧୦୦ କୋଟି ଟଙ୍କା ହରାଇଛନ୍ତି। ଏହି ଠକ ହିତାଧିକାରୀମାନଙ୍କ ପାଖରୁ ଟଙ୍କା ଆଦାୟ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଗୃହରେ କହିଥିଲେ। ଏହା ମଧ୍ୟ ପ୍ରକାଶ କରିଥିଲେ ଯେ, ଏହି ଯୋଜନାରେ ଗ୍ରାମାଞ୍ଚଳର ବହୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଟଙ୍କା ପାଇଛନ୍ତି ଓ ଏହାଦ୍ୱାରା ସେମାନେ ଉପକୃତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ ଆସିବା ପରଠାରୁ ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ବହୁ ଦୁଃଖ ବି ସହିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶାରେ କୃଷକମାନଙ୍କ ପାଖରେ ସ୍ବଳ୍ପ ଜମି ରହିଛି ଓ ଏହା ବହୁ ଭାଗରେ ବିଭାଜିତ। ତେବେ କୃଷକମାନେ ସେମାନଙ୍କ କୃଷି ଉପତ୍ାଦରୁ କମ୍‌ ଆୟ କରିବାର ଏହା ଏକ ପ୍ରମୁଖ କାରଣ। ଏହା ସହ ରାଜ୍ୟରେ ଶୀତଳଭଣ୍ଡାର ଓ ଗୋଦାମ ଘର ସୁବିଧା ନାହିଁ। ଏ କ୍ଷେତ୍ରରେ ଭିତ୍ତିଭୂମିର ଅଧିକ ବିକାଶ କରାଯାଇନାହିଁ। ଏଭଳି ପରିସ୍ଥିତିରେ କୃଷକମାନଙ୍କ କୃଷି ଉପତ୍ାଦ ନଷ୍ଟ ହେଉଛି। ଶେଷବେଳକୁ କୃଷକମାନେ ତାହାକୁ ବିକ୍ରିକରି କିଛି ବି ଲାଭ ପାଉନାହାନ୍ତି । ଏଣୁ ସରକାର କୃଷକଙ୍କ ହିତରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ବା ଯୋଜନାକୁୁ ଅଧିକ କ୍ରିୟାଶୀଳ କରିବା ଉଚିତ ଏବଂ ସେମାନଙ୍କୁ ଏକକ କୃଷି ବଦଳରେ ବିଭିନ୍ନ ପ୍ରକାର ଫସଲ କରିିବାକୁ ପ୍ରୋତ୍ସାହିତ କରିବା ଲାଗି ସଚେତନାତା ଭିତ୍ତିକ ପଦକ୍ଷେପ ନେବା ଦରକାର। ହେଲେ ଏକର ପିଛା କୃଷି ଉପତ୍ାଦନ ବୃଦ୍ଧି କରିବାରେ ଆବଶ୍ୟକ ଭିତ୍ତିିଭୂମି ବିକାଶ ପାଇଁ ଏହିି ବଜେଟ କିଛି ବି ଯୋଗାଇ ଦେଇନାହିଁ। ଅପରପକ୍ଷେ, ‘କାଳିଆ’ ଦ୍ୱାରା ଗରିବ ଚାଷୀମାନେ କିଛି ଆର୍ଥିକ ସହାୟତା ପାଇଲେ। ଏପରିକି କେନ୍ଦ୍ର ରାଜ୍ୟ ସରକାରଙ୍କୁ ନକଲ କରି ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଲାଗୁ କରି ଏଥିରେ ପ୍ରତ୍ୟକ ହିତାଧିତ୍କାରୀଙ୍କୁ ବର୍ଷକୁ ୬,୦୦୦ ଟଙ୍କା ଯୋଗାଇଦେଲେ। ଏଣୁ କାଳିଆ ଯୋଜନାର ଭୁଲ୍‌ କାର୍ଯ୍ୟକାରିତାକୁ ଦାୟୀକରି ଏହାର ବଜେଟ ହ୍ରାସ କରିବା କେବେ ବି ଗ୍ରହଣୀୟ ନୁହେଁ। କୋଭିଡ୍‌ ମହାମାରୀରେ ଭୀଷଣ ଦୁଃଖ ସହିଥିତ୍ବା ସମାଜର ଏହି ନାମମାତ୍ର ବର୍ଗଙ୍କୁ ଆର୍ଥିକ ସହାୟତା ବନ୍ଦ କରିବା କିମ୍ବା ହ୍ରାସ କରିବା ଆଦୌ ଉଚିତ ନୁହେଁ। କୃଷି କ୍ଷେତ୍ରରେ ଓଡ଼ିଶାର ତିଳେ ମାତ୍ର ଅବହେଳା ବା ଉପେକ୍ଷାକୁ କେବେ ବି ସହ୍ୟ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?