ଆମ ଜିଲା ଖବର

କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର କୋର୍ଟ ବର୍ଜନ

ଭବାନୀପାଟଣା,୨୫।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଜିଲା ଓକିଲ ସଂଘ ବିଗତ ସାତ ବର୍ଷ ହେଲା ଆନ୍ଦୋଳନ ଚଳାଇଆସିଛି। ଏ ନେଇ ମଙ୍ଗଳବାର କଳାହାଣ୍ଡି ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଅଶ୍ୱିନୀ ଦାଶଙ୍କ ନେତୃତ୍ୱରେ ପୂର୍ବତନ…

ଯୋଡ଼ାରେ ଲଜ୍ଜା, ନାବାଳିକାକୁ ଗଣବଳତ୍କାର

ଯୋଡ଼ା,୨୫।୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଲଜ୍ଜା। ଜଣେ ନାବାଳିକାକୁ ଗଣବଳତ୍କାର କରାଯାଇଥିବା ଜଣାପଡ଼ିଛି। ଯୋଡ଼ା ଲକ୍ଷ୍ମୀ ପଡ଼ିଆଠାରେ ସୋମବାର ରାତିରେ ନାବାଳିକା ତାଙ୍କ ପ୍ରେମିକଙ୍କ ସହିତ ବସି ଗପୁଥିବାବେଳେ ସ୍ଥାନୀୟ ଅଞ୍ଚଳର ୬/୭ ଜଣ ଯୁବକ ସେମାନଙ୍କୁ କାବୁ କରିଥିଲେ।…

୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆଳି ଥାନା ଏଏସ୍‌ଆଇ

ଆଳି, ୨୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏଏସ୍‌ଆଇ ରଣେନ୍ଦ୍ର ସାମଲ ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ଅଭିଯୁକ୍ତଙ୍କୁ ସହାୟତା କରିବାକୁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସ୍‌ପି…

ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବାକୁ ଯାଇ ଜଣେ ଗୁରୁତର

ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପୁଟୁଳିଆ ଶିବକୃପା ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧୁଥିବା ସମୟରେ କରେଣ୍ଟଲାଗି ଗୁରୁତର ହୋଇଛନ୍ତି। ସେ ହେଲେ ବଡ଼ଜାମୁପଶି ଗ୍ରାମର ଭୀମ ମହାନ୍ତଙ୍କ ପୁଅ ଘନେଶ୍ୱର (୫୫)।…

ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଛି ସଟ୍ଟା ଖେଳ: ୩୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

ରାଉରକେଲା ଅଫିସ,୨୫।୬: ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଥିବା ସଟ୍ଟା ଖେଳ ଓ ଏଥିରେ ଲାଗୁଥିବା ଲକ୍ଷାଧିକ ବାଜିର ପର୍ଦ୍ଦାଫାଶ ହୋଇଛି। ସୋମବାର ବିଳମ୍ବିତ ରାତିରେ ରାଉରକେଲା ମୁଖ୍ୟ ବଜାର ଜନତା ନିବାସ ଗଳିରେ ପ୍ଲାଣ୍ଟସାଇଟ ପୋଲିସ ପକ୍ଷରୁ ଚଢ଼ାଉ ସମୟରେ…

ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବାରିମୂଳ ଆଦିବାସୀ ସାହିର ପାର୍ବତୀ ହେମ୍ବ୍ରମ୍‌(୪୨)। ପରିବାରଙ୍କ ସୂଚନା ଅନୁଯାୟୀ, ସୋମବାର ପାର୍ବତୀ…

ଉଦଳା ଜଳସେଚନ ବିଭାଗ ସହକାରୀ ନିର୍ବାହ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଉଦଳା, ୨୫।୬(ଡି.ଏନ୍‌.ଏ.): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା ଉଦଳା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଭିଜିଲାନ୍ସ ଚଢ଼ାଉ କରିଛି। ଉଦଳା ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରିରହିଛି।

୭ମ ଥର ପାଇଁ ଅଣ୍ଡା ଦେଲା ‘ଗୋରୀ’

ରାଜନଗର,୨୫ା୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଡାଙ୍ଗମାଳ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ବସବାସ କରୁଥିବା ୪୫ ବର୍ଷୀୟ ଶଙ୍ଖୁଆ ବଉଳା କୁମ୍ଭୀର ‘ଗୋରୀ’ ୨ ଦଶନ୍ଧି ପରେ ପୁନର୍ବାର ଅଣ୍ଡା ଦେଇଛି । ଗତ…

୬ ଅନାଥ ଭଉଣୀଭାଇ ନିରାଶ୍ରୟ

କେନ୍ଦୁଝର,୨୫ା୬ (ସ୍ବ.ପ୍ର.)-ଅନାଥ ହୋଇପଡ଼ିଛନ୍ତି ୬ ଭାଇଭଉଣୀ। ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ଶିଶୁମାନେ ସବୁ ପ୍ରକାର ଯୋଜନାରୁ ବଞ୍ଚିତ ହୋଇପଡ଼ିଛନ୍ତି। ଭାଗ୍ୟର ବିଡ଼ମ୍ବନା ଦେଖ ବାପାଙ୍କ ମୃତ୍ୟୁ ପରେ ସେମାନଙ୍କ ମା’ମଧ୍ୟ ପ୍ରାଣ ହରାଇଛନ୍ତି। ଜୀବନ…

ଚାହିଦା ଥିଲେ ବି ଅଲୋଡ଼ା

କେନ୍ଦୁଝର, ୨୫ା୬ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଅନେକ ବନବାସୀ ଆଜି ବି ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଛନ୍ତି। ସେମାନେ ବିଭିନ୍ନ ଋତୁକାଳୀନ ଫଳ ସଂଗ୍ରହ କରି ହାଟବଜାରରେ ବିକି ତେଲଲୁଣ କିଣିଥାନ୍ତି। ଆମ୍ବ ଅମଳ ଋତୁରେ ସେମାନେ…

ଯୁକ୍ତ ୩ ପଦାର୍ଥ ବିଜ୍ଞାନ ସେମିଷ୍ଟର ଫଳାଫଳକୁ ନେଇ ଅସନ୍ତୋଷ : ୧୬ ଛାତ୍ରୀଙ୍କ ମଧ୍ୟରୁ ୧୫ ଫେଲ

କେନ୍ଦ୍ରାପଡା ଅଫିସ, ୨୫ା୬- ପଦାର୍ଥ ବିଜ୍ଞାନର ୪ଟି ସେମିଷ୍ଟର ପରୀକ୍ଷାରେ ୭୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ୧୫ ଜଣ ଛାତ୍ରୀ ପଞ୍ଚମ ସେମିଷ୍ଟର ପରୀକ୍ଷାରେ ଫେଲ ହୋଇଯାଇଛନ୍ତି । ଏପରିକି ୧୦ରୁ ଅଧିକ ଛାତ୍ରୀ ଶୂନ ନମ୍ବର ରଖିଛନ୍ତି। ଉତ୍ତର ଖାତାର…

ଛୋଟ ପ୍ରୟାସ ସୃଷ୍ଟି କଲା ଆଦର୍ଶ ପ୍ରୟାସ

ପାରାଦୀପ,୨୫ା୬(ସ୍ବ.ପ୍ର.): କର୍ମମୟ ଜୀବନରୁ ସମୟ ମିଳିଲେ ଜମୁଥିଲା ଖଟି। ହେଲେ ହଠାତ୍‌ ବଦଳିଗଲା ଜୀବନର ରାସ୍ତା। ଦୁର୍ଘଟଣାରେ ଗୁରୁତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ଯୋଗାଇବାରେ ସଫଳ ହେବା ପରେ ଜନ୍ମ ନେଲା ନୂଆ ସଂକଳ୍ପ। ଏଣିକି ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?