ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପୁଟୁଳିଆ ଶିବକୃପା ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧୁଥିବା ସମୟରେ କରେଣ୍ଟଲାଗି ଗୁରୁତର ହୋଇଛନ୍ତି। ସେ ହେଲେ ବଡ଼ଜାମୁପଶି ଗ୍ରାମର ଭୀମ ମହାନ୍ତଙ୍କ ପୁଅ ଘନେଶ୍ୱର (୫୫)। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଘନେଶ୍ୱର ବିଦ୍ୟୁତ ବିଭାଗର କର୍ମଚାରୀ ନ ଥିବା ବେଳେ ସ୍ଥାନୀୟ ଲୋକଙ୍କ ଡାକରାରେ ସେ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି କରନ୍ତି। ତେବେ ସେ ସୋମବାର ଶିବକୃପା ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବାକୁ ଯିବା ସମୟରେ ଏବି ସୁଇଚ ଅଫ୍ କରି ନ ଥିଲେ। ଏଥିରେ ତାଙ୍କର ପେଟ ଓ ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍ଖଡ଼ି
ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…
Archives

