ଯୁକ୍ତ ୩ ପଦାର୍ଥ ବିଜ୍ଞାନ ସେମିଷ୍ଟର ଫଳାଫଳକୁ ନେଇ ଅସନ୍ତୋଷ : ୧୬ ଛାତ୍ରୀଙ୍କ ମଧ୍ୟରୁ ୧୫ ଫେଲ

କେନ୍ଦ୍ରାପଡା ଅଫିସ, ୨୫ା୬- ପଦାର୍ଥ ବିଜ୍ଞାନର ୪ଟି ସେମିଷ୍ଟର ପରୀକ୍ଷାରେ ୭୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ୧୫ ଜଣ ଛାତ୍ରୀ ପଞ୍ଚମ ସେମିଷ୍ଟର ପରୀକ୍ଷାରେ ଫେଲ ହୋଇଯାଇଛନ୍ତି । ଏପରିକି ୧୦ରୁ ଅଧିକ ଛାତ୍ରୀ ଶୂନ ନମ୍ବର ରଖିଛନ୍ତି। ଉତ୍ତର ଖାତାର ଫଟୋ କପି ପାଇଁ ବିଶ୍ୱ ବିଦ୍ୟାଳୟ ନିକଟରେ ଅର୍ଥ ଦାଖଲ କରାଯାଇଥିଲେ ମଧ୍ୟ୍ୟ ସମୟ ଅବଧି ମଧ୍ୟରେ ତାହା ମିଳିପାରି ନାହିଁ । ଏପରି ଘଟଣା ରମାଦେବୀ ବିଶ୍ୱ ବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା କେନ୍ଦ୍ରାପଡ଼ା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ଘଟିଛି । ଯୁକ୍ତ ୩ ତୃତୀୟ ବାର୍ଷିକ ଛାତ୍ରୀମାନେ ଏହି ଘଟଣା ସମ୍ପର୍କରେ ସୋମବାର ଏଡିଏମ୍‌ଙ୍କୁ ଜଣାଇଛନ୍ତି। ମଙ୍ଗଳବାର ଏନେଇ ମହାବିଦ୍ୟାଳୟ ପରିସରରେ ଆନ୍ଦୋଳନ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି ।
ଏ ସମ୍ପର୍କରେ ଛାତ୍ରୀ ସଶ୍ମିତା ମହାନ୍ତି କହିଛନ୍ତି, ତୁଳସୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସମ୍ମାନରେ ୧୬ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ଗତ ୪ଟି ସେମିଷ୍ଟାର ପରୀକ୍ଷାରେ ସମସ୍ତ ଛାତ୍ରୀ ୭୦ରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି । ମାତ୍ର ପଞ୍ଚମ ସେମିଷ୍ଟର ପରୀକ୍ଷାରେ ୧୫ ଜଣ ଛାତ୍ରୀ ଫେଲ ହୋଇଥିବା ନେଇ ପରୀକ୍ଷା ଫଳରୁ ଜଣାପଡିଛି । ଏ ସମ୍ପର୍କରେ ମହାବିଦ୍ୟାଳୟର ଦୃଷ୍ଟି ଆକର୍ଷଣ କରିବା ସହ ପରୀକ୍ଷାର ଫଟୋ କପି ପାଇଁ ଗତ ମେ ୧୩ରେ ଦେୟ ଦାଖଲ ହୋଇଛି । ଇତିମଧ୍ୟରେ ସମୟ ଅବଧି ୩୦ ଦିନ ବିତି ଯାଇଥିଲେ ମଧ୍ୟ ପରୀକ୍ଷା ଖାତାର ନକଲ ହସ୍ତଗତ ହୋଇନାହିଁ । ଫଳରେ ଛାତ୍ରୀମାନେ ମାନସିକ ଅଶାନ୍ତି ଦେଇ ଗତି କରୁଛନ୍ତି । ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଛାତ୍ରୀ ସଶ୍ମିତାଙ୍କ ସହ ଅର୍ଚ୍ଚନା ବେହେରା, ସୁନିତା ଗିରି, ପିନୁ ପାଇଟାଳ ପ୍ରମୁଖ ଉପସ୍ଥିତ ଥିଲେ। ଏସମ୍ପର୍କରେ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା କୁହନ୍ତି, ଛାତ୍ରୀଙ୍କ ମାର୍କ କମିବା ସମ୍ପର୍କରେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ଚିଠି ହୋଇଛି । ତାହାର ଉତ୍ତର ଅଦ୍ୟାବଧି ମିଳିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଛତୁଚାଷ

କେନ୍ଦ୍ରାପଡ଼ା,୨୯ା୩ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଶିଳ୍ପ ଓ କୃଷିଭିତ୍ତିକ ଶିଳ୍ପ ପାଇଁ ବାରମ୍ବାର ଦାବି ହେଉଛି। କର୍ମ ନିଯୁକ୍ତିକୁ ନେଇ...

ଏଥର ବୈଜୟନ୍ତଙ୍କ ସହ ଅଂଶୁମାନ୍‌ଙ୍କ ମୁକାବିଲା

କେନ୍ଦ୍ରାପଡ଼ା,୨୮ା୩ (ଜଗନ୍ନାଥ ଧଳ)ଆସନ୍ତା ଜୁନ୍‌ ୧ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ସାଧାରଣ ନିର୍ବାଚନ ହେବ ା ୭ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ...

୧୫ ଦିନ ତଳେ ହୋଇଥିଲା ଉଦ୍‌ଘାଟନ, ଧସିଲା ସେତୁ

ଆଳି,୨୫ା୩ (ବନମାଳୀ ସେନାପତି): ବହୁ ପ୍ରତୀକ୍ଷିତ ପଦନିପାଳ ସେତୁ ଉଦ୍‌ଘାଟନ ହେବାର ୧୫ଦିନ ମଧ୍ୟରେ ସଂଯୋଗୀକରଣ ରାସ୍ତା ସାମାନ୍ୟ ବର୍ଷାରେ ଧୋଇଯାଇଛି। ଫଳରେ ପଞ୍ଚାୟତବାସୀ ପୁନର୍ବାର...

ଦୂଷିତ ଜଳ, ଚିନ୍ତାରେ ଜିଲାବାସୀ

କେନ୍ଦ୍ରାପଡ଼ା,୨୪ା୩ (ଜଗନ୍ନାଥ ଧଳ):ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ଖରାତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ସମସ୍ୟାର ସମାଧାନ ପାଇଁ...

ଇଟାଭାଟି ଧୂଆଁ ଯୋଗୁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୨୪ା୩ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି। ଶନିବାର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିଥିବା ବେଳେ...

ଏକାଠି ହେଲେ ଧ୍ରୁବ, ଅଂଶୁମାନ

ରାଜନଗର, ୨୩ା୩(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀର ବିଜେଡି ସମନ୍ବୟ ବୈଠକ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା...

ନିଶା କବଳରେ ଯୁବଗୋଷ୍ଠୀ, ବଢୁଛି ଅପରାଧ

ପଟ୍ଟାମୁଣ୍ଡାଇ,୨୨ା୩ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢ଼଼ି ଚାଲିଛି। ନିଶାସେବନକାରୀଙ୍କ ସଂଖ୍ୟା ବି ବଢ଼ିଛି। ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ...

ଅସରାଏ ବର୍ଷାରେ ବିଦ୍ୟାଳୟରେ ଖେଳୁଛି ପାଣି

ଡେରାବିଶ,୨୦।୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ନବ ନିର୍ମିତ ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri