୬ ଅନାଥ ଭଉଣୀଭାଇ ନିରାଶ୍ରୟ

କେନ୍ଦୁଝର,୨୫ା୬ (ସ୍ବ.ପ୍ର.)-ଅନାଥ ହୋଇପଡ଼ିଛନ୍ତି ୬ ଭାଇଭଉଣୀ। ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ଶିଶୁମାନେ ସବୁ ପ୍ରକାର ଯୋଜନାରୁ ବଞ୍ଚିତ ହୋଇପଡ଼ିଛନ୍ତି। ଭାଗ୍ୟର ବିଡ଼ମ୍ବନା ଦେଖ ବାପାଙ୍କ ମୃତ୍ୟୁ ପରେ ସେମାନଙ୍କ ମା’ମଧ୍ୟ ପ୍ରାଣ ହରାଇଛନ୍ତି। ଜୀବନ ସଂଘର୍ଷରେ ଏବେ ୬ ଶିଶୁଙ୍କୁ ଏବେ ଏକାକୀ ବାଟ ଚାଲିବାକୁ ପଡ଼ିବ। ଏଭଳି ଘଟଣା ଘଟିଛି ସାହାରପଡା ବ୍ଲକ ଲୁଙ୍ଗା ଗ୍ରାମ ମୁଣ୍ଡା ସାହିରେ। ୬ ଜଣ ଶିଶୁ ଅନାଥ ହୋଇଯାଇଥିବାରୁ ପାଠ ପଢା ଛାଡି ପେଟପାଟଣା ପାଇଁ ପର ଘରେ କାମ କରିବାକୁ ନିଷ୍ପତ୍ତି ନେଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ତାଙ୍କ ବାପା ବିକ୍ରମ ମୁଣ୍ଡା ଟିବି ରୋଗରେ ପିଡ଼ୀତ ହୋଇ ଅର୍ଥାଭାବରୁ ଚିକିତ୍ସିତ ନ ହୋଇ ୨ ବର୍ଷ ତଳେ ଆଖି ବୁଜି ଥିଲେ। ତାଙ୍କର ୫ ଝିଅ ଓ ଗୋଟିଏ ପୁତ୍ର ସନ୍ତାନ ଥିଲେ। ମା’ ସମ୍ଭାରୀ ମୂଲଲାଗି ତାଙ୍କର ୬ ସନ୍ତାନଙ୍କ ପ୍ରତିପୋଷଣ ବହୁ କଷ୍ଟରେ କରିଆସୁଥିଲେ। ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ପିଲାଙ୍କ ପ୍ରତିପୋଷଣ ପାଇଁ କଠିନ କାମ କରି କରୁଥିଲେ। ଅର୍ଥାଭାବରୁ ଚିକିତ୍ସିତ ହୋଇ ନ ପାରି ଚଳିତ ମାସ ୧୪ ତାରିଖରେ ସମ୍ଭାରୀ ପ୍ରାଣ ହରାଇଛନ୍ତି।
ବଡ ଝିଅ ଜାନକୀ ମୁଣ୍ଡା ବହୁ କଷ୍ଟରେ ମାଟ୍ରିକ ପାସ କରିଥିବା ବେଳେ ତା ତଳ ଝିଅ ବାଲମା ୯ମରେ ପଢୁଛନ୍ତି। ତୃତୀୟ ଝିଅ ମେ ୮ମରେ ଏବଂ ୪ର୍ଥ ଝିଅ ମଙ୍ଗୁଳି ୭ମରେ ପଢୁଛନ୍ତି। ୫ମ ପୁଅ କୃପାସିନ୍ଧୁ ୩ୟ ଓ ୬ଷ୍ଠ ଝିଅ ଲିଲିମଣୀ ମୁଣ୍ଡା ୨ୟ ଶ୍ରେଣୀରେ ପଢୁଥିଲେ। ବାପା ପରେ ମା’ଙ୍କ ଦେହାନ୍ତ ପରେ ଅନାଥ ଶିଶୁ ମାନେ ଏବେ ପାଠ ଛାଡି ପେଟ ପାଇଁ ମୂଲମଜୂରୀ (ଶିଶୁଶ୍ରମିକ) କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଭଳି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ସାମାଜିକ କର୍ମୀ କେଦାର ଆରୁକ ସେମାନଙ୍କୁ ବୁଝାଶୁଝା କରି ଅନାଥାଶ୍ରମରେ ବା ଆଶ୍ରମ ବିଦ୍ୟାଳୟରେ ରହି ପାଠ ଜାରି ରଖିବାକୁ କହିଥିଲେ। କନ୍ୟା ରତନ, କର ଯତନ ସ୍ଲୋଗାନ ଦିଆଯାଉଥିବା ବେଳେ ଏହି ଆଦିବାସୀ କନ୍ୟା ଶିଶୁ ମାନେ ସରକାରୀ ସହାୟତାରୁ ବଞ୍ଚିତ ରହୁଥିବାରୁ ଅସନ୍ତୋଷ ଦେଖାଦେଉଛି ା ଘରର ମୂରବୀଙ୍କ ଦେହାନ୍ତ ପରେ ନ୍ୟାଶନାଲ ଫ୍ୟାମିଲି ବେନିଫିଟ ଯୋଜନାରେ ସହାୟତା ବ୍ୟବସ୍ଥା ଥିଲେ ମଧ୍ୟ ଏହି ଅନାଥ ଶିଶୁମାନଙ୍କୁ କୌଣସି ପ୍ରକାର ସହାୟତା ମିଳୁ ନାହିଁ। ଏଣୁ ଏନେଇ ତୁରନ୍ତପଦକ୍ଷେପ ନେବାକୁ ଦାବି ହେଉଛି ା ଶିଶୁ କଲ୍ୟାଣ ସମିତି ଏନେଇ ତୁରନ୍ତ ପଦକ୍ଷେପ ନେଇ ଅନାଥ ଶିଶୁଙ୍କୁ ସହାୟତା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri