ଆମ ଜିଲା ଖବର

ଦକ୍ଷିଣ-ପଞ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ପୋଲିସରେ ଅଦଳବଦଳ : ୮ ଇନ୍ସପେକ୍ଟର, ୩ ସବ୍‌ଇନ୍ସପେକ୍ଟର, ୪ ଏଏସ୍‌ଆଇଙ୍କ ବଦଳି

କୋରାପୁଟ,୨୨।୭(ସ୍ବ.ପ୍ର.): କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ଅଧୀନରେ ପୋଲିସସ୍ତରରେ ଅଦଳବଦଳ ହୋଇଥିବା ରେଞ୍ଜ କାର୍ଯ୍ୟାଳୟର ବିଜ୍ଞପ୍ତିରୁ ଜଣାଯାଇଛି ା ଏଥିରେ ୮ ଜଣ ଇନ୍ସପେକ୍ଟର, ୩ ଜଣ ସବ୍‌ଇନ୍ସପେକ୍ଟର ଓ ୪ ଜଣ ଏଏସ୍‌ଆଇଙ୍କୁ ରେଞ୍ଜ ମଧ୍ୟରେ ବଦଳି କରାଯାଇଛି ା…

ଲାଞ୍ଚ ନେଇ ଧରାପଡ଼ିଲେ ଜୁନିୟର ଇଞ୍ଜିନିୟର

କେନ୍ଦୁଝର/ପାଟଣା, ୨୨।୭ (ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜୁନିୟର ଇଞ୍ଜିନିୟର ବିଭୂତି ଭୂଷଣ ପ୍ରଧାନ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଖବରରୁ ପ୍ରକାଶ ଯେ, ଠିକାଦାର ହେମନ୍ତ ମହାନ୍ତଙ୍କଠାରୁ ଏକ କମ୍ୟୁନିଟି ସେଣ୍ଟରର ଫାଇନାଲ ବିଲ୍‌…

ପ୍ରଥମ ସୋମବାରରେ କାଉଡ଼ିଆଙ୍କ ଜଳଲାଗି

ଆରଡ଼ି,୨୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ହଜାର ହଜାର କାଉଡ଼ିଆ ଶ୍ରାବଣ ମାସର ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳଲାଗି କରିଛନ୍ତି। ରବିବାର ରାତି ୧୧ଟାରୁ ଏହି ଜଳଲାଗି ଆରମ୍ଭ ହୋଇଥିଲା। କାଉଡ଼ିଆମାନେ ଲମ୍ବା ଲାଇନରେ ଆସି ଜଳ ଲାଗିବା ସହ…

ପୋଲିସ ଇନ୍‌ଫର୍ମର ସନ୍ଦେହ : ସାପ୍ତାହିକ ବଜାରରେ ଠିକାଦାରଙ୍କୁ ହତ୍ୟା

ଲାଞ୍ଜିଗଡ଼,୨୨।୭(ଡି.ଏନ.ଏ.) : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଜଣେ ଠିକାଦାରଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା କରିଛନ୍ତି। ମୃତକ ହେଲେ ବୋରପଦର ଗଁାର ଠିକାଦାର ରାଜେନ୍ଦ୍ର ସାହୁ। ଏହି ଘଟଣା…

ଲୁଟ୍‌ ସମ୍ପତ୍ତିର ମିଳୁନାହିଁ ପତ୍ତା :ଅନିଶ୍ଚିତତା ମଧ୍ୟରେ ତାଳଚେର-ଡୁବୁରୀ-ଚଣ୍ଡିଖୋଲ ୪ ଲେନ ନିର୍ମାଣ କାର୍ଯ୍ୟ

ଯାଜପୁର ଅଫିସ,୨୨ା୭ : ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅଧୀନରେ ତାଳଚେର-ଡୁବୁରୀ-ଚଣ୍ଡିଖୋଲ ୨୦୦ନମ୍ବର ଜାତୀୟ ରାଜପଥର ୪ଲେନ ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ଅବହେଳା ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଛି। ଅବହେଳାରୁ ନିର୍ମାଣ କାର୍ଯ୍ୟ ତ ବନ୍ଦ…

ବଣ୍ଡାଘାଟିରେ ଜଳକଷ୍ଟ: ବର୍ଷାଦିନେ ବି ଚୁଆପାଣି ଭରସା

ଗୋବିନ୍ଦପାଲି,୨୨ା୭(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡାଘାଟି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ବର୍ଷାଦିନେ ମଧ୍ୟ ଲୋକେ ଚୁଆପାଣି ଉପରେ ନିର୍ଭର କରୁଛନ୍ତି। ପାନୀୟ ଜଳ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏହାର…

ମହିଳାଙ୍କ ଉଦ୍ୟମରୁ ସମ୍ଭବ: ୧୭ବର୍ଷ ହେଲା ଖେମୁଣ୍ଡିଆମୁଣ୍ଡା ନିଶାମୁକ୍ତ

ସୋନପୁର,୨୨।୭: ଗାଁର ନା ଖେମୁଣ୍ଡିଆମୁଣ୍ଡା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଧୀନ ଏହି ଗାଁ ବାରପାହାଡ ସଂରକ୍ଷିତ ଜଙ୍ଗଲପାର୍ଶ୍ୱରେ ଅବସ୍ଥିତ। ଲୋକସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ। ଗ୍ରାମର ୯୦ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର। ସମସ୍ତେ ଗରିବ ଶ୍ରେଣୀର। ଚାଷ କାର୍ଯ୍ୟ,…

ଚାଷ ଜମି ଫାଟି ଆଁ କଲାଣି, ଗଜା ମରୁଡି ଆଶଙ୍କା

ବୌଦ୍ଧ,୨୨।୭(ସ୍ବ.ପ୍ର) ବୌଦ୍ଧ ଜିଲାରେ ବର୍ତ୍ତମାନ ବର୍ଷା ନ ଥିବାରୁ ଚାଷ ଜମି ଗୁଡିକ ଫାଟି ଆଁ କଲାଣି । ଏହାସହ ତଳି ଗୁଡିକ ମରିବାକୁ ବସିଲାଣି। ଦୁଇ ତିନି ଦିନ ମଧ୍ୟରେ ଭଲ ବର୍ଷା ନ ହେଲେ ଗଜା ମରୁଡି ହେବା…

କେନ୍ଦରା ସ୍ବରରେ ଜୀବନ

ଭବାନୀପାଟଣା, ୨୨ା୭(ଡି.ଏନ.ଏ.)-ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ କଳାକାର ପେନ୍‌ସନ ଯୋଜନା ପ୍ରଣୟନ କରାଯାଇଛି। ବୟସର ଅପରାହ୍ନରେ ପହଞ୍ଚତ୍ ଥିବା କଳାକାରଙ୍କୁ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ ଆଜି…

ମାନବିକତାର ବାର୍ତ୍ତା ଦେଲେ ଯୁବ ସ୍ବେଚ୍ଛାସେବୀ: କୁଷ୍ଠରୋଗୀଙ୍କ ଘା’ ସଫା କଲେ

ବଲାଙ୍ଗୀର ଅଫିସ, ୨୨ା୭: ବଲାଙ୍ଗୀର ସୁଦପଡାସ୍ଥିତ କୁଷ୍ଠ କଲୋନୀରେ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ଏକ ମହତ୍‌ ସେବା କାର୍ଯ୍ୟ କରି ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଫାଉଣ୍ଡେସନ୍‌ର ୧୫ ଜଣ ଯୁବ ସ୍ବେଚ୍ଛାସେବୀ ରବିବାର କୁଷ୍ଠ…

ବର୍ଷା ଅଭାବ, ଅଟକି ଯାଇଛି ରୁଆବିହୁଡା କାମ

ବିଜେପୁର, ୨୨।୭ (ଡି.ଏନ.ଏ) ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ବରଗଡ ଜିଲା ବିଜେପୁର ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଗଲାଣି । ଏଠାକାର ଚାଷୀ ବର୍ଷାଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ୧୧୦ ଖଣ୍ଡ ରାଜସ୍ବ ଗ୍ରାମରୁ ବଡବ୍ରାହ୍ମଣୀ…

କଳ୍ପନାଙ୍କ କୀର୍ତ୍ତିକୁ ମିଳିନି ନ୍ୟାୟ

ଢେଙ୍କାନାଳ ଅଫିସ, ୨୨।୭: ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଯଶକୀର୍ତ୍ତିକୁ ଉଚିତ ନ୍ୟାୟ ମିଳିନାହିଁ। ଏପରି ଜଣେ ନିଆରା ପ୍ରତିଭାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଉପଯୁକ୍ତ ସମ୍ମାନ ଦେଇନାହାନ୍ତି। ଏହାକୁ ନେଇ କ୍ଷୋଭ ବ୍ୟକ୍ତ କରିଛି ଢେଙ୍କାନାଳ ସୁରପ୍ରତାପ ସ୍ମୃତିପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?