ବାହୁଡ଼ିଲା ନରହନ୍ତା ଦନ୍ତା

ପରଜଙ୍ଗ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି ନରହନ୍ତା ଦନ୍ତା। ଦାନ୍ତ କଟାଯିବା ସତ୍ତ୍ୱେ ଏହାର ହିଂସ୍ର ଆଚରଣରେ କୌଣସି ପରିବର୍ତ୍ତନ ହେଉନାହିଁ। ଜନବସତିରେ ପଶି ଘରଦ୍ୱାର ଭାଙ୍ଗି ପକାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ କ୍ଷତିଗ୍ରସ୍ତମାନେ ମଙ୍ଗଳବାର ଜନଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏହାର ପ୍ରତିକାର ଦାବି କରିଛନ୍ତି।
ଡିହଡୋଳ ଫରେଷ୍ଟ ସେକ୍ସନରେ ୧୭ରୁ ଊର୍ଦ୍ଧ୍ୱ ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ଫସଲ ନଷ୍ଟ କରି ଚାଲିଛନ୍ତି। ସବୁଠାରୁ ବେଶି ଉତ୍ପାତ କରୁଛି ନରହନ୍ତା ଦନ୍ତା। କିଛିଦିନ ତଳେ ଉକ୍ତ ଦନ୍ତାର ହିଂସ୍ର ଆଚରଣରେ ଅତିଷ୍ଠ ହୋଇ ବନ ବିଭାଗ ଦାନ୍ତ କାଟିଥିଲା। ଏହା ଫଳରେ ଉପଦ୍ରବ କିଛିଟା କମିବ ବୋଲି ଆଶା କରାଯାଉଥିଲା। ହେଲେ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ସୋମବାର ବିଳମ୍ବିତ ରାତିରେ ଦନ୍ତା ହାତୀ ଲୋଧଣି, ପାଟରପଦା, ନୂଅଁାରୋଡ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ଲୋଧଣି ଗ୍ରାମର ବିକ୍ରମ ବିଶ୍ୱାଳ, ବାସନ୍ତୀ ବିଶ୍ୱାଳ, ଛଞ୍ଚା ସାହୁ, ନୂଅଁାରୋଡ ଗ୍ରାମର ଚିନା ନାୟକ, ରଞ୍ଜୁ ନାୟକ, ଭାରତୀ ନାୟକ, ପାଟରପଦା ଗ୍ରାମର କାର୍ତ୍ତିକ ନାୟକ, କ୍ଷେତ୍ରବାସୀ ନାୟକ, ରମେଶ ନାୟକ, ଡାକ୍ତର ନାୟକ, ଦୁଷ୍ମନ୍ତ ନାୟକ, ଅନାମ ବିଶ୍ୱାଳଙ୍କ ଘର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ହାତୀ କେବଳ ଘର ଭାଙ୍ଗୁନାହିଁ, ଘରେ ଥିବା ରନ୍ଧାଖାଦ୍ୟ, ଶସ୍ୟ ଖାଇଯାଉଛି। ହାତୀ ଭୟରେ ଲୋକମାନେ ସନ୍ଧ୍ୟା ହେଲେ ପଦାକୁ ବାହାରୁନାହାନ୍ତି। ବନ ବିଭାଗ କର୍ମଚାରୀଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ହାତୀ ପଲ ଅଞ୍ଚଳ ଛାଡ଼ି ଯିବାର ନଁା ଧରୁନାହାନ୍ତି। ଏହାକୁ ନେଇ ଚାଷୀ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି।
ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଉପଦ୍ରୁତ ଗ୍ରାମରେ କ୍ଷୟକ୍ଷତି ଆକଳନ କରାଯାଉଛି। ଖୁବ୍‌ଶୀଘ୍ର କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ହେଲେ ହାତୀ ଦ୍ୱାରା ଫସଲ ନଷ୍ଟ ଏବଂ ଘର ଭଙ୍ଗା ସହାୟତା ଠିକ୍‌ ଭାବେ ମିଳୁ ନ ଥିବା ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ଫେରାଦ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

କେନ୍ଦ୍ରାପଡ଼ା କେନାଲ ବନ୍ଧରେ ୧୨ଫୁଟର ଘାଇ

ଡେରାବିଶ,୯ା୫(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଶାଖାର ୮ ନଂ. କେନାଲ ବନ୍ଧରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନ୍ଦ୍ରାପଡ଼ା ଜିଲା...

ଥିଲାବାଲାଙ୍କୁ କାର୍ଡ, ଗରିବଙ୍କୁ ମିଳୁନି ରାଶନ

ପଟ୍ଟାମୁଣ୍ଡାଇ,୯ା୫ (କଳ୍ପତରୁ ନାୟକ)ଦେଶରେ କେହି ଭୋକିଲା ରହିବେ ନାହିଁ। ପେଟ ପାଇଁ ଆଉ କେହି ଭିକ୍ଷାବୃତ୍ତି କରିବେ ନାହିଁ। ଏ ନେଇ ୨୦୧୩ରେ କେନ୍ଦ୍ର ସରକାର...

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରୁଦ୍ର ମହାରଥୀଙ୍କ ସ୍ତ୍ରୀ

ପୁରୀ, ୯ା୫(ଅଜିତ୍‌ ମହାନ୍ତି)ଆସନ୍ତା ୨୫ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ପିପିଲି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନପତ୍ର ଦାଖଲ...

ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍‌ ରୋକାଯାଉ

ଭୁବନେଶ୍ୱର, ୯।୫(ଅସମାପିକା ସାହୁ)ପରିବର୍ତ୍ତିତ ସମାଜରେ ଟେକ୍ନୋଲୋଜିର ବ୍ୟବହାର ବଢ଼ୁଛି। ଆଉ ଏଥିରେ ଯୁବପିଢ଼ିଙ୍କ କାର୍ଯ୍ୟଶୈଳୀ ବି ବଦଳୁଛି। ଅନେକ କଲେଜ ପଢୁଆ ଯୁବପିଢ଼ି ଏବେ ସିଗାରେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri