ଆମ ଜିଲା ଖବର

ତାଜା ଭୁଶୁଡ଼ି ୩ ମହିଳା ଆହତ

ନୟାଗଡ଼ ଅଫିସ,୧୪।୮- ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଶରଧାପୁର ଗ୍ରାମରେ ଘରର ତାଜା ଭୁଶୁଡ଼ି ୩ ଜଣ ମହିଳା ଆହତ ହୋଇଛନ୍ତି। ସେମାନେ ହେଲେ ଶରଧାପୁର ତଳସାହିର ପ୍ରମିଳା ସାହୁ (୪୭), ସୁଷମା ସାହୁ (୪୩) ଓ ବାସନ୍ତୀ ସାହୁ (୪୩)।…

ବିଦ୍ୟୁତ୍‌ ତାରରେ ବସା ବାନ୍ଧୁଛି ବାଇଚଢ଼େଇ: ଦେଖିବାକୁ ମିଳୁନାହିଁ ଖଜୁରି , ତାଳଗଛ

ନୟାଗଡ଼ ଅଫିସ,୧୪।୮-ପୂର୍ବେ ରାସ୍ତାରେ ଯାଉଥିବା ବେଳେ ଗଛଡାଳରେ ବାଇଚଢ଼େଇ ବସା ଓ ତା’ର କିଚିରିମିଚିର ଶବ୍ଦ ଶୁଣିବା ପାଇଁ ବାଟୋଇଟିଏ କିଛି ସମୟ ପାଇଁ ଅଟକି ଯାଉଥିଲା। ହେଲେ ବର୍ତ୍ତମାନ ଆଉ ସେହିଭଳି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ରାସ୍ତା ପାର୍ଶ୍ୱ…

ଲଗାଣ ବର୍ଷା : ବଢୁଛି ମହାନଦୀ ଜଳସ୍ତର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଗ୍ରାମବାସୀ

ଗଣିଆ,୧୪।୮(ଡି.ଏନ.ଏ.)-ଗତ ୨ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ା ଚଳିତ ବର୍ଷ ହୀରାକୁଦ ନଦୀବନ୍ଧରୁ ଏ ପର୍ଯ୍ୟନ୍ତ ବନ୍ୟାଜଳ ଛଡ଼ାଯାଇନଥିଲେ ମଧ୍ୟ ଏହାର ତଳିଆ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ଧୀରେ…

୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ: ନିଲମ୍ବିତ ହୋଇଥିଲେ ୭ପୋଲିସ କର୍ମଚାରୀ

ଭାପୁର,୧୪।୮(ଡି.ଏନ.ଏ)-ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ ଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ କଏଦୀଙ୍କୁ ଗିରଫ କରାଯାଇଛି। ସେ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

ଭାପୁର,୧୪ା୮ (ଡି.ଏନ୍‌.ଏ.):ଭାପୁର ବ୍ଲକ ବାଇଗୁଣିଆ ଗ୍ରାମର ଦାଣ୍ଡ ସାହିରେ ରବିବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ ପରିବାରଙ୍କ ୨ ବଖରା ଜଳିିଯାଇଛି। ଅଗ୍ନିକାଣ୍ଡରେ ଗୋଟିଏ ବାଇକ୍‌ ସହ ବହୁ ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି। ଦାଣ୍ଡସାହିର ଉଲ୍ଲାସ ପ୍ରଧାନ ଓ ମାଧବ…

ବିଏସ୍‌ଏଫ୍‌ ଏଏସ୍‌ଆଇଙ୍କ ଦାୟିତ୍ୱହୀନତା : ଟ୍ରେନ୍‌ରେ ଛାଡ଼ିଦେଲେ ୬୦ ରାଉଣ୍ଡ ଗୁଳି

ଜୟପୁର,୧୪ା୮(ନି.ପ୍ର./ଡି.ଏନ୍‌.ଏ.): ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍‌ରୁ ମଙ୍ଗଳବାର ଇନସାସ୍‌ ରାଇଫଲର ୬୦ ରାଉଣ୍ଡ ଗୁଳି (୩ଟି ମାଗାଜିନ) ଏବଂ ଗୋଟିଏ ୟୁନିଫର୍ମ ବେଲ୍ଟ ଉଦ୍ଧାର କରିଛି କୋରାପୁଟ ଜିଲା ଜୟପୁର ଆରପିଏଫ୍‌। ବିଏସ୍‌ଏଫ୍‌ର ଜଣେ ଏଏସ୍‌ଆଇ ଏହି ଟ୍ରେନ୍‌ରେ ଯିବାବେଳେ ନିଜ ସିଟ୍‌ରେ ଉପରୋକ୍ତ…

କଲଭର୍ଟ ଗାର୍ଡ଼ୱାଲ ମରାମତି ଦାବି

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.):ଖଣ୍ଡପଡ଼ା-ବାହାଡ଼ା ରାସ୍ତା ପୂର୍ତ୍ତ ବିଭାଗ ବଙ୍ଗଳା ନିକଟସ୍ଥ ରାସ୍ତାରେ ଥିବା ଏକ କଲଭର୍ଟ ଗାର୍ଡୱାଲ ଭାଙ୍ଗି ତଳେ ଖସିପଡିଛି ା କିଛିଦିନ ତଳେ ଏକ ବାଲି ବୋଝେଇ ହାଇୱାଗାଡ଼ିି ଏହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଗାର୍ଡୱାଲଟି ଭାଙ୍ଗିଯାଇଥିଲା ା ତେଣୁ…

ନିଷ୍କାସିତ ହୋଇପାରୁନି ନର୍ଦ୍ଦମା, ବର୍ଷା ଜଳ: ପଦକ୍ଷେପ ନ ହେଲେ ଆନ୍ଦୋଳନ ଚେତାବନୀ

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.)-ମନ୍ଦିର ଉନ୍ନତି ନାମରେ ଦେବୋତ୍ତର ବିଭାଗ ବିଭିନ୍ନ ସ୍ଥାନରେ ଥିବା ଦେବୋତ୍ତର ଜାଗାକୁ ବିକ୍ରିକରି ଦେବା ଯୋଗୁ ଏହା କଣ୍ଟିଲୋ ଗ୍ରାମବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା କାରଣ ଏହି ଭୂମିକୁ ଲୋକେ କ୍ରୟ କରି ଖାଲ, ଢିପ ଓ…

ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ:୨ୟ, ୪ର୍ଥ ମଙ୍ଗଳବାର ଜାରି ରହିବ କାର୍ଯ୍ୟକ୍ରମ

ବୋଲଗଡ଼,୧୪ା୮(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତ କାର୍ଯ୍ୟାଳୟଠାରେ ମଙ୍ଗଳବାର ପିପୁଲ୍ସ ଫୋରମ୍‌ ପକ୍ଷରୁ ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ଏଥିରେ ସହଯୋଗ କରିଥିଲା। ଶିବିରରେ ଶିଶୁ ଓ ସ୍ତ୍ରୀ ରୋଗ ଚିକିତ୍ସା ସୁବିଧା ସହ ପରାମର୍ଶ ଦିଆଯାଇଥିଲା।…

ପିଆଇସିଟିକୁ ଅହେତୁକ ଅନୁକମ୍ପା : କ୍ଲିନ କାର୍ଗୋ ବର୍ଥରେ ପରିବହନ ହେଉଛି ଡଷ୍ଟ କାର୍ଗୋ

ପାରାଦୀପ,୧୪ା୮(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ ପର୍ଯ୍ୟାୟ କ୍ରମେ ସବୁ ବ୍ୟବସ୍ଥାର ଘରୋଇକରଣ ହୋଇଚାଲିଛି। ଏହି ବ୍ୟବସ୍ଥାରେ ବନ୍ଦର ବର୍ଥଗୁଡିକ ଘରୋଇ ସଂସ୍ଥାକୁ ବିଓଟି ( ବିଲ୍ଡ ଅପରେଟ ଆଣ୍ଡ ଟ୍ରାନ୍ସଫର) ଦାୟିତ୍ୱ ଦିଆଯାଉଛି। ଏବେ ସୁଦ୍ଧା ୪ଟି…

ବର୍ଷାଦିନେ ନଦୀବନ୍ଧ ପଥର ପ୍ୟାକିଂ : ସୂଚନା ଫଳକରେ ସୀମିତ ରହିଛି କାର୍ଯ୍ୟ

ନାଉଗାଁ,୧୪।୮(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ବଛାଳୋ, ଗଳଦାରୀ, ଶିଖର, ଓଷକଣା ଓ କୋରୁଅ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ। ତଳିଆ ଅଞ୍ଚଳ ହୋଇଥିବାରୁ ଅତ୍ୟଧିକ ବର୍ଷା ହେଲେ କିମ୍ବା ନଦୀରେ ବନ୍ୟା ଆସିଲେ ଏସବୁ ପଞ୍ଚାୟତର…

ପାଏନ୍‌ ଘେରରେ ଗୌଡ଼ଗାଁ ଅଙ୍ଗନଓ୍ବାଡି କେନ୍ଦ୍ର

ଉଲୁଣ୍ଡା,୧୪ା ୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକରେ ଦିନାକେତେ ହେଲା ଲଘୁଚାପ ପରଭାବରେ ବରଷା ଲାଗି ରହିଛେ। ଲଗାତାର ବରଷା ଲାଗି ଗୌଡ଼ଗଁା ୧ ନମ୍ବର ଅଙ୍ଗନଓ୍ବାଡି କେନ୍ଦ୍ରର ଚାର୍‌ହିକୁତି ପାଖାପାଖି ୨ ଫୁଟ୍‌ ପାଏନ୍‌ ଜମିଥିବାର ମଙ୍ଗଲବାର ଦେଖ୍‌ବାକେ ମିଲିଛେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?