ଆମ ଜିଲା ଖବର

ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର, ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୨ା୭-ସଦର ଥାନା ପୋଲିସ ଫେରାର ଥିବା ଜଣେ ଅଭିଯୁକ୍ତ ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର ଗିରଫ କରିଛି। ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ଏକ ସ୍କୁଟି (ନଂ ଓଡି୦୭ଭି୨୩୨୯), ୨୫…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ସଚିବଙ୍କ ଚିଠି; ଜୟନ୍ତଙ୍କୁ ସିଣ୍ଡିକେଟରୁ ବାଦ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ମନୋନୀତ ହୋଇଥିବା ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କ ସଦସ୍ୟତା ବାତିଲ ହୋଇପାରେ। ଏହାକୁ ବାତିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଶାଶ୍ୱତ କୁମାର ମିଶ୍ର ବିଭାଗୀୟ ନିର୍ଦ୍ଦେଶକଙ୍କୁ ଗତ ୧୯ତାରିଖରେ…

ଝିକରା ଜଳପ୍ରପାତ ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ବଡବିଲ/କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବଲାଣୀକୁ ଦୁଇ ଦିନିଆ ଗସ୍ତରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଝିକରାନାଳ ଜଳପ୍ରପାତ ସପରିବାର ପରିଦର୍ଶନ କରିଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନେବାକୁ ସେଲ କମ୍ପାନୀ ଓ…

ହମ୍ପସ ନିର୍ମାଣ ଲାଗି ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ

ଯୋଡ଼ା, ୨୨।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି କ୍ରେଚ ହଟିଂଠାରେ ପରିବହନ ଜନିତ ଦୁର୍ଘଟଣା ବୃଦ୍ଧି ହେତୁ ରାସ୍ତାରେ ହମ୍ପସ ନିର୍ମାଣ ଦାବି କରି ଜୁରୁଡି କ୍ରେଚ ହଟିଂ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରୁ ଜଣାପଡିଛି ଯେ, ରବିବାର…

ଓଭରବ୍ରିଜ ତଳେ ପରିବା ବିକ୍ରି; ରାସ୍ତା ଜାମ, ଲୋକେ ହଇରାଣ

ଢେଙ୍କିକୋଟ,୨୨।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଲାଇଫ ଲାଇନ୍‌ ଜାତୀୟ ରାଜପଥ ୨୦ ନଂ ପାଣି କୋଇଲିଠାରୁ ରାଜାମୁଣ୍ଡାକୁ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଛି। ଯାହାକି ଏହାର ନବୀକରଣ ୪ ଲେନ୍‌ ରାସ୍ତା ନିର୍ମାଣ ବେଳେ ଢେଙ୍କିକୋଟ ବଜାର ମଧ୍ୟରେ ଏକ ଓଭରବ୍ରିଜ୍‌…

ରାସ୍ତାକଡ଼ରେ ଦାନ୍ତକାଠି ପସରା; ଜଙ୍ଗଲ ଉପରୁ କମୁନି ନିର୍ଭରଶୀଳତା

କେନ୍ଦୁଝର, ୨୨।୭ (ସ୍ବ.ପ୍ର.)- ଦିନ ଥିଲା ଲୋକେ ଜଙ୍ଗଲ ଉପରେ ନିିର୍ଭର କରି ଚଳୁଥିଲେ। ସେମାନଙ୍କୁ ଜଙ୍ଗଲ ଦେଉଥିଲା ଦାନାପାଣି। ଦିନକୁ ଦିନ ଜଙ୍ଗଲ ସମ୍ପଦର କ୍ଷୟ ଘଟିବା ଯୋଗୁ ବନଜାତ ଦ୍ରବ୍ୟ ସଂଗ୍ରହ ଉପରେ କଟକଣା ଜାରି କରାଯାଉଛି। ବନବାସୀ…

ମଦ ନିଶା ଜୀବନ ନେଲା: କଟୁରୀରେ ହାଣି ପୁତୁରାକୁ ହତ୍ୟା, କକା ଗିରଫ

କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁତୁରାଙ୍କୁ କଟୁରୀରେ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ ପାଉ ଦେହୁରୀ । ରବିବାର ସାରେ…

କମିବାରେ ଲାଗିଛି ମହାନଦୀ ଜଳସ୍ତର : ଖଣ୍ଡପଡା ନିର୍ବାଚନମଣ୍ଡଳୀର ୬ ପଞ୍ଚାୟତ ପ୍ରଭାବିତ

କଣ୍ଟିଲୋ,୨୨ା୭ (ସ୍ବ.ପ୍ର.): ସମ୍ପ୍ରତି ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ଛୋଟବଡ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ (ବ୍ୟାରେଜ) ନିର୍ମାଣ କରିବା ଫଳରେ ଏହାର ପ୍ରଭାବ ମହାନଦୀ ଉପରେ ପଡିଛି। ନୟାଗଡ଼ ଜିଲା ଖଣ୍ଡପଡା ନିର୍ବାଚନମଣ୍ଡଳୀର ମହାନଦୀ ଉପକୂଳରେ ଥିବା ୬ଟି ପଞ୍ଚାୟତ ଏହାଦ୍ୱାରା…

ବଜ୍ରକୋଟ ଇନ୍ଦିରାଆବାସ ଚଞ୍ଚକତା ଘଟଣା : ଗରିବଙ୍କୁ ପକ୍କାଘର ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ରଣପୁର,୨୨ା୭(ସ୍ବ.ପ୍ର.) : ନୟାଗଡ଼ ଜିଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତସ୍ଥ ଭେରୁପଡ଼ା ଗ୍ରାମରେ ଇନ୍ଦିରାଆବାସ ଯୋଜନାରେ ଚଞ୍ଚକତା ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଏଥିରେ ହୋଇଥିବା ଦୁର୍ନୀତିକୁ ବ୍ଲକ ପ୍ରଶାସନ ପକ୍ଷରୁ ଚପାଇ ଦେବା ସହିତ ଦୁର୍ନୀତିଗ୍ରସ୍ତଙ୍କୁ ଅଧିକ ଦୁର୍ନୀତି…

ଅଧାପନ୍ତରିଆ ଅବସ୍ଥାରେ ୧୮ ପ୍ରକଳ୍ପ

ବନ୍ତ, ୨୨।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ଦିଗହରା ହୋଇପଡ଼ିଛି ଗ୍ରାମ୍ୟ ଜଳ ଯୋଗାଣ ଯୋଜନା। ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ସ୍ବଚ୍ଛ ପାନୀୟଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଯୋଜନା କିନ୍ତୁ ଫେଲ୍‌ ମାରିଥିବା…

ପାଠପଢ଼ା ସାଙ୍ଗକୁ ଖେଳରେ ବି ଧୁରନ୍ଧର

ସିମୁଳିଆ, ୨୨ା୭(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ବବିତା ମହାପାତ୍ର(୧୬)। ବିଭିନ୍ନ କ୍ରୀଡ଼ା ସହିତ ପାଠପଢ଼ାରେ ବେଶ୍‌ ଧୁରନ୍ଧର। ଜଣେ ଅଲ୍‌ରାଉଣ୍ଡର ଭାବେ ସେ କଲେଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗୋଟିଏ…

ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ

ବିରିଡ଼ି,୨୨।୭(ଡି.ଏନ.ଏ): ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରି ସଚେତନତା ଅଭିଯାନ ଆରମ୍ଭ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା ମଦମୁକ୍ତି ବାହିନୀ। ରବିବାର ମଦମୁକ୍ତି ବାହିନୀର କର୍ମକର୍ତ୍ତାମାନେ ବିରିଡ଼ି ବ୍ଲକ ୨୨ ମୌଜାର ବାଗଲପୁରଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?