ନାବାଳିକାଙ୍କୁ ନେଇ ସିଡବ୍ଲ୍ୟୁସି-ପୋଲିସ ବିବାଦ ଘଟଣା: ଝିଅକୁ ପାଖରେ ରଖିବାକୁ ବାପା ପ୍ରଶାସନର ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୪।୮-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଥଇଥାନ କରିବା ନେଇ ପୋଲିସ ଓ ଜିଲା ଶିଶୁ ମଙ୍ଗଳ ସମିତି ମଧ୍ୟରେ ବିବାଦ ଜଟିଳ ହେବାରେ ଲାଗିଛି। ପୋଲିସ କିଶୋର ନ୍ୟାୟ ଆଇନ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)କୁ ଉଲ୍ଲଂଘନ କରିଥିବା ଜିଲା ଶିଶୁ ମଙ୍ଗଳ ସମିତି ଅଭିଯୋଗ କରୁଥିବା ବେଳେ ପୋଲିସ ପକ୍ଷରୁ ତାହାକୁ ଖଣ୍ଡନ କରାଯାଇ ଆସୁଛି। ତେବେ ନାବାଳିକା ଏବେ କେଉଁଠି ରହିବେ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ମଙ୍ଗଳବାର ନାବାଳିକାଙ୍କ ବାପା ଝିଅକୁ ପାଖରେ ରଖିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ଜିଲାସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଆଠମଲ୍ଲିକରେ ଥିବାବେଳେ ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍‌ରେ ଅତିରିକ୍ତ ଜିଲାପାଳ ଜନଶୁଣାଣି କରୁଥିଲେ। ଅପରାହ୍ନ ଗୋଟାଏରେ ନାବାଳିକାଙ୍କୁ ତାଙ୍କ ବାପା ଓ ପିଉସୀ ଧରି ଜିଲା କାର୍ଯ୍ୟାଳୟରେ ପହଞ୍ଚତ୍ ପ୍ରଶାସନର ଅନୁମତି ଲୋଡ଼ିଥିଲେ। ତେବେ ଜିଲାପାଳ ଆସିଲେ ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ନାବାଳିକାଙ୍କ ପରିବାର ଲୋକଙ୍କୁ କହିବା ସହ ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କ ନିକଟକୁ ଆସିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ପୋଲିସ ବିବାଦରୁ ବର୍ତ୍ତିବା ପାଇଁ ନାବାଳିକାଙ୍କ ବାପାଙ୍କୁ ପ୍ରଶାସନ ନିକଟକୁ ପଠାଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଅନୁଗୋଳ ଥାନା ଆଇଆଇସି ରମେଶ ଚନ୍ଦ୍ର ବିଶୋଇ ଖଣ୍ଡନ କରିଛନ୍ତି। ପୋଲିସ ପକ୍ଷରୁ ଏପରି କିଛି କରାଯାଇ ନ ଥିବା ଆଇଆଇସି କହିଛନ୍ତି। ସୂଚନାଯୋଗ୍ୟ ଯେ, ନାବାଳିକା କଟକରୁ ଚିକିତ୍ସିତ ହୋଇ ଆସିବା ପରେ ପୋଲିସ ତାଙ୍କୁ ଜିଲା ଶିଶୁ ସୁରକ୍ଷା ସମିତିରେ ହାଜର କରିଥିଲା। କିନ୍ତୁ ସୁସ୍ଥତା ନେଇ କୌଣସି ରିପୋର୍ଟ ସିଡବ୍ଲ୍ୟୁସିକୁ ପ୍ରଦାନ କରି ନ ଥିଲା। ଫଳରେ ସିଡବ୍ଲ୍ୟୁସି ତୁରନ୍ତ ନାବାଳିକାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ନାବାଳିକା ସୁସ୍ଥ ହେବା ପରେ ଅନୁଗୋଳ ପୋଲିସ ତାଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର ନ କରି ତାଙ୍କ ବାପାଙ୍କ ଜିମାରେ ଛାଡ଼ି ଦେଇଥିଲା। ଏହାକୁ ନେଇ ସିଡବ୍ଲ୍ୟୁସି ଓ ପୋଲିସ ମଧ୍ୟରେ ବିବାଦ ଦେଖାଦେଇଥିଲା। ଜିଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ନାବାଳିକା ଓ ତାଙ୍କ ବାପାଙ୍କୁ ଆଣି ସମିତିର କାର୍ଯ୍ୟାଳୟରେ ହାଜିର କରିବାକୁ ଶନିବାର ଚିଠି (ନଂ. ୪୨୬/୧୯) କରାଯାଇଥିଲେ ମଧ୍ୟ ପୋଲିସ ତାହା ପାଳନ କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri