ପରିଣତ ବୟସରେ ଉଦାହରଣ ‘ରସ’: ନିଷ୍ଠା କରିଛି ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୧୪।୮- ରସ ନାଏକଙ୍କ ଘର ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ। ସ୍ବାମୀ ଫଗୁ ନାଏକ, ଦୁଇ ପୁଅ, ଝିଅଙ୍କୁ ନେଇ ତାଙ୍କ ସଂସାର। ପିଲାମାନେ ବିବାହ କରି ନିଜ ନିଜ ପରିବାର ସହ ବ୍ୟସ୍ତ। ୮୫ ବର୍ଷୀୟ ଫଗୁ ଆଉ କାମଧନ୍ଦା କରିପାରୁନାହାନ୍ତି। ରସଙ୍କର ବି ନଇଁଆସିଲାଣି ଅଣ୍ଟା। ତଥାପି ଖରା, ବର୍ଷା, ଶୀତକୁ ଖାତିର ନ କରି ସେ ଦୀର୍ଘ ୧୫ବର୍ଷ ହେଲା ପରିବା ବ୍ୟବସାୟ କରି ଆସୁଛନ୍ତି। ରଥଗଡ଼ାସ୍ଥିତ ବୟନିକା ସମ୍ମୁଖ ଫୁଟ୍‌ପାଥ୍‌ରେ ସେ ଖୋଲିଛନ୍ତି ନିଜର ଅସ୍ଥାୟୀ ଦୋକାନ। କାଙ୍କଡ଼, ଲେମ୍ବୁ, ଲଙ୍କା, ସଜନା ଛୁଇଁ, ଆମ୍ବୁଲ, ପଣସ ମଂଜି ସହିତ ଯେତେ ଋତୁକାଳୀନ ଜିନିଷ ସବୁ ତାଙ୍କ ପାଖରେ ସହଜରେ ମିଳେ। ସ୍ଥାନୀୟ ହାଟ, ବ୍ୟବସାୟୀଙ୍କଠାରୁ ସେ ଏସବୁ ଜିନିଷ ସଂଗ୍ରହ କରିଥାନ୍ତି। ରୋଜଗାର ଟଙ୍କାରୁ ନିଜ ପରିବାର ଚଳାଇବା ସହ କିଛି ନାତିନାତୁଣୀଙ୍କ ପଢ଼ାଖର୍ଚ୍ଚ ପାଇଁ ଦେଇଥାନ୍ତି।
ସକାଳୁ କାମଧାମ ସାରି ୭ଟାରେ ଜିନିଷପତ୍ର ଧରି ବସ୍‌ରେ ରସଙ୍କୁ ଢେଙ୍କାନାଳ ରଥଗଡ଼ାରେ ପହଞ୍ଚତ୍ବାକୁ ପଡ଼େ। ଅପରାହ୍ନ ୪ଟା ସୁଦ୍ଧା ବିକ୍ରିବଟା ସାରି ସେ ଘରକୁ ଫେରିଥାନ୍ତି। ବୃତ୍ତିଗତ ଜୀବନ ସମ୍ପର୍କରେ ରସ କୁହନ୍ତି, ‘ଘରେ ବସି କଣ କରିବି ା ମୋତେ ବସିବାକୁ ଭଲ ଲାଗେନି। କାହା ପାଖରେ ହାତ ପତେଇବା ଅପେକ୍ଷା ନିଜେ ରୋଜଗାର କରିବା ଭଲ। ସରକାରଙ୍କ ପକ୍ଷରୁ ଭତ୍ତା ମିଳୁଛି। ହାତଗୋଡ଼ ଚାଲୁଥିବା ଯାଏ ବେପାର କରୁଥିବି। ହାତଗୋଡ଼ ଅଚଳ ହୋଇଗଲେ ତେଣିକି ଠାକୁରଙ୍କ ଇଚ୍ଛା ବୋଲି ସେ ହସହସ ମୁହଁରେ କୁହନ୍ତି।
ଶାସନ ଅଞ୍ଚଳର ବୁଦ୍ଧିଜୀବୀ ଶଶିମୌଳି ରଥ କୁହନ୍ତି, ରସ ଜଣେ ଭଲ ମଣିଷ। ତାଙ୍କରି ବ୍ୟବହାର ଭଲ। ସେ ଭଲ ଜିନିଷ ରଖନ୍ତି। ଠିକ୍‌ ମୂଲ୍ୟ ନିଅନ୍ତି। ପରିଣତ ବୟସରେ ତାଙ୍କର ଏପରି ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଖୁସିଭରା ମନରେ ସେ ଜୀବନ ପଥରେ ଆଗେଇ ଚାଲିଛନ୍ତି। ତାଙ୍କଠାରୁ ସମସ୍ତଙ୍କୁ ଅନେକ କିଛି ଶିଖିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri