ଆମ ଜିଲା ଖବର

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର ଦିଗପହଣ୍ଡି,୨୨।୭(ଡି.ଏନ.ଏ.):ସାନଖେମୁଣ୍ଡି ବ୍ଲକ ନିସ୍ତିପୁର-ଲକ୍ଷ୍ମୀପୁର ମୁଖ୍ୟ ରାସ୍ତାକଡ଼ରେ ଥିବା କେନାଲ ମଧ୍ୟକୁ ସୋମବାର ସକାଳ ପ୍ରାୟ ୮ଟାରେ ଏକ କାର ଓଲଟି ପଡ଼ିବାରୁ ଚାଳକ ଗୁରୁତର ହୋଇଛନ୍ତି। ଆହତ ଚାଳକଙ୍କ ପରିଚୟ ଜଣାପଡ଼ ନାହିଁ। ତାଙ୍କୁ…

ସୀମାନ୍ତରୁ ୩ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ପ୍ରତିବର୍ଷ ମାଓବାଦୀ ସଙ୍ଗଠନ ପକ୍ଷରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହ ପାଳନ ବେଳେ ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରେ ବଡଧରଣର ହିଂସା…

ଡମି ମାଓବାଦୀ ନିକଟରୁ ୨ ବୋମା ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ମାଓବାଦୀମାନେ ଯବାନମାନଙ୍କୁ ଚକମା ଦେବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି। ଗତ କିଛିଦିନ ତଳେ ଛତିଶଗଡ଼ର ସୁକୁମା ଜିଲାରେ ସେମାନେ ଡମି ମାଓବାଦୀ ପୁତୁଳା କରି ହାତରେ ନକଲି ବନ୍ଧୁକ ଧରାଇ ଗଛ କୋଣରେ…

କାମାକ୍ଷାନଗରରେ ଆଦିବାସୀଙ୍କ ମେଳି: ୧୦ ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କାମାକ୍ଷାନଗର,୨୨।୭(ଡି.ଏନ.ଏ.)- ୧୦ ଦଫା ଦାବିରେ ଆଦିବାସୀ କ୍ରାନ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଶତାଧିକ ଆଦିବାସୀ ସୋମବାର କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆଦିବାସୀମାନେ ଜିରିଡାମାଳିଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର…

ବୋଲ ବମ୍‌ ଧ୍ୱନିରେ କମ୍ପିଲା ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୨୨।୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାର ଉତ୍ତରଓଡ଼ିଶାର ଅନ୍ୟତମ ଶୈବପୀଠ ନୀଳଗିରିସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆମାନେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର କାଉଡ଼ିଆଙ୍କ ‘ବୋଲବମ୍‌, ହରହର ବମ୍‌ ଧ୍ୱନି’ରେ ଶୈବପୀଠ କମ୍ପିଥିଲା। ବାଲେଶ୍ୱର ନିକଟସ୍ଥ ବୁଢ଼ାବଳଙ୍ଗ ନଦୀର…

ବର୍ଜ୍ୟବସ୍ତୁ ସଂଗ୍ରହ କରିବ ଭ୍ରାମ୍ୟମାଣ ଭ୍ୟାନ୍‌

ଭଦ୍ରକ ଅଫିସ, ୨୨।୭ – ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ ୱାର୍ଡରୁ ଏଣିକି ଦୁଇଟି ଭ୍ରାମ୍ୟମାଣ ଭ୍ୟାନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିବ। ଏଥିପାଇଁ ସୋମବାର ପୌରପାଳିକା ପକ୍ଷରୁ ଦୁଇଟି ଭ୍ୟାନ୍‌କୁ ଉଦ୍‌ଘାଟନ କରାଯାଇଛି। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମୁଖ୍ୟଅତିଥି ଭାବେ…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ପୁଣି ହତ୍ୟା: ୧୨ ଘଣ୍ଟା ମଧ୍ୟରେ ମାଓବାଦୀଙ୍କ ଦ୍ୱିତୀୟ ନରସଂହାର

ଲାଞ୍ଜିଗଡ,୨୨।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା କରିଥିଲେ। ଏହାର ୬ ଘଣ୍ଟା ନ ପୂରୁଣୁ ଏହି ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ…

ବିଦ୍ୟାଳୟରେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ମାମଲା: ୨ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଆସିକା, ୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋତିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ହୋଇଥିଲେ। ଏହି ମାମଲାରେ ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।…

କାଉଡ଼ିଆଙ୍କ ବୋଲବମ୍‌ ଶବ୍ଦରେ କମ୍ପିଲା ବୁଦ୍ଧେଶ୍ୱର

ଭୁବନ, ୨୨।୭(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ବୁଦ୍ଧେଶର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାର ଜଳଲାଗି ପାଇଁ ୧୦ ହଜାରରୁ ଉଦ୍ଧର୍‌ବ କାଉଡ଼ିଆଙ୍କ ସମାଗମ ହୋଇଥିଲା। ମନ୍ଦିରର ଦକ୍ଷିଣ ଦିଗରେ ବହି ଯାଇଥିବା ବ୍ରାହ୍ମଣୀନଦୀରେ କାଉଡ଼ିଆମାନେ ପୂଜାର୍ଚ୍ଚନା କରି ସଙ୍କୀର୍ତ୍ତନ କରିବା…

ଜଙ୍ଗଲ ବିଭାଗର ଅବହେଳା: ଭବାନୀପାଟଣା ରାସ୍ତାରେ ଗଛ ପଡ଼ି ବାଇକ୍‌ ଆରୋହୀ ଗୁରୁତର

ଭବାନୀପାଟଣା,୨୨।୭ (ଡି.ଏନ୍‌.ଏ.): ଜଙ୍ଗଲ ବିଭାଗ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ସୋମବାର ଭବାନୀପାଟଣା ରାସ୍ତାରେ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଥିବା ଏକ ଶୁଖିଲା ଗଛ ପଡ଼ି ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇପଡ଼ିଛନ୍ତି। ସେ ହେଲେ ମରାଜୋର ଗ୍ରାମର ଦିଲୁ କନ୍ଦପାନ(୪୦)।…

ହିଞ୍ଜିଳି ପୋଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟ ଠାବ: ୨ବସ୍ତା ଗଞ୍ଜେଇ ଜବତ, ୩ ଗିରଫ

ହିଞ୍ଜିଳିକାଟୁ,୨୨ା୭(ଡି.ଏନ୍‌.ଏ): କନ୍ଧମାଳଠାରୁ ରାଜଧାନୀ ନୂଆଦିଲୀ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟକୁ ରବିବାର ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଠାବ କରିବା ସହ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କାର ଡ୍ରାଇଭର ତଥା ନୂଆଦିଲୀସ୍ଥିତ ରାଣୀଖେଦା…

ଦୋକାନ ସଟର୍‌ ଭାଙ୍ଗି ଚୋରି କରି ନେଲେ ୮୦ ହଜାର ଟଙ୍କା

ବ୍ରହ୍ମପୁର ଅଫିସ, ୨୨।୭: ଟାଉନ ଥାନା ଅନ୍ତର୍ଗତ ଭାପୁର ବଜାର ରେ ଥିବା ସାହୁ ଫୁଡ୍ସରୁ ରବିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା ଭାଙ୍ଗି କ୍ୟାସ୍‌ କାଉଣ୍ଟରରୁ ୮୦ ହଜାର ଟଙ୍କା ଚୋରି କରି ନେଇଥିବା ନେଇ ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?