କର୍ଲାମୁଣ୍ଡା ବ୍ଲକ ସର୍ବାଧିକ ୬୦୮ ମି.ମି. ବର୍ଷା ରେକର୍ଡ: ଶତାଧିକ ଲୋକେ ବିଭିନ୍ନ ସ୍ଥାନରେ ଆଶ୍ରୟ

କର୍ଲାମୁଣ୍ଡା,୧୪।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସୋମବାରଠାରୁ ମଙ୍ଗଳବାର ୧୨ଟା ସୁଦ୍ଧା ପ୍ରବଳ ବର୍ଷା ହୋଇଛି। ଏହି ବ୍ଲକରେ ସର୍ବମୋଟ ୬୦୮ ମି.ମି. ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆଶ୍ରୟ ନେଇଥିବା ଜଣାପଡିଛି । ବ୍ଲକର ସାପଲହରା ପଞ୍ଚାୟତ କଣ୍ଡରେଇ ଗାଁରେ ୧୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ଯାଇଥିବା ବେଳେ ଗାଁ ଜଳବନ୍ଧି ହୋଇରହିଛି । ଗାଁର ୪୦ ଜଣ ଲୋକ ନିକଟସ୍ଥ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ସେହିପରି କୁଶୁଲା ଯୁବକ ସଂଘ ଗୃହଠାରେ ୧୨ ଜଣ, ଯୋରାଡବରା ସ୍କୁଲରେ ୧୫ଜଣ, ସରାବାହାଲି ସ୍କୁଲରେ ୧୭ଜଣ, ଦେଓଗାଁ ସ୍କୁଲରେ ୫ଜଣ, ରିଞ୍ଜା ପଞ୍ଚାୟତ କାର୍ଯ୍ୟାଳୟଠାରେ ରିଞ୍ଜାର ୧୧ ଜଣ ଆଶ୍ରୟ ନେଇଛନ୍ତି । ବାଗବୁରେଇ ୧୩ ଜଣଙ୍କୁ କର୍ଲାମୁଣ୍ଡାଠାରେ ଓ କେନ୍ଦୁମୁଣ୍ଡିର ୨୫ ଜଣ କେନ୍ଦୁମୁଣ୍ଡି ସ୍କୁଲଠାରେ ଆଶ୍ରୟ ନେଇଥିବା ଜଣାପଡିଛି । ଅନ୍ୟପଟେ ଏହି ବ୍ଲକରେ ଲଗାଣ ବର୍ଷା ଯୋଗୁ ବ୍ଲକର ସଦର ମୁଖ୍ୟ ପିଡବ୍ଲ୍ୟୁଡି ରାସ୍ତା, ବିନ୍ଧାଣିଠାରୁ କର୍ଲାମୁଣ୍ଡା ରାସ୍ତା, ତେରେସିଙ୍ଗାଠାରୁ ରିଷିଡା ରାସ୍ତା, ବଡଡୁଙ୍ଗୁରିଗୁଡାଠାରୁ ମ.ରାମପୁର ରାସ୍ତା, ସରାବାହାଲିଠାରୁ ଖଲିଆପାଲି ରାସ୍ତା ପ୍ରମୁଖ ସ୍ଥାନରେ ରାସ୍ତା କଟପ୍‌ ହୋଇଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ପଲିଥିନ ବଣ୍ଟନ ବ୍ୟବସ୍ଥା କରିଥିବା ବେଳେ ଏଥିପାଇଁ ଲୋକଙ୍କ ଭିଡ଼ ଜମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri