ଆମ ଜିଲା ଖବର

ଚାଇନା ସୀମାରେ ଓଡ଼ିଆ ଯବାନ ଶହୀଦ

ରାଇକିଆ,୧୭।୬(ଡି.ଏନ୍‌.ଏ.): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଭାରତ-ଚାଇନା ଯବାନ ସଂଘର୍ଷରେ କନ୍ଧମାଳ ଜିଲା ରାଇକିଆ ଥାନା ବିୟରପାଙ୍ଗା ଅଞ୍ଚଳର ଜଣେ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଶହୀଦ ହୋଇଛନ୍ତି। ଏ ନେଇ ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିପାରି ନାହିଁ। ବୁଧବାର ସକାଳୁ ଏହି…

ବାଘଛାଲ ଶିକାର ଘଟଣା: ଜଣଙ୍କୁ ଉଠାଇନେଲେ ବନ କର୍ମଚାରୀ

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୧୭ା୬: ବାଘ ଶିକାରରେ ସମ୍ପୃକ୍ତି ଅଭିଯୋଗରେ ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜର ବନ କର୍ମଚାରୀ ଜାମୁଗଣ୍ଡରୁ ଜଣେ ବ୍ୟକ୍ତିଙ୍କୁ ବୁଧବାର ଉଠାଇ ନେଇଛନ୍ତି । ମଙ୍ଗଳବାର ବାଉଁଶଗଡ଼ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫୦ ବର୍ଷର ଜଣେ କେରଳ ଫେରନ୍ତାକୁ ଅନୁରୂପ ଭାବେ…

ପାଣି ନିଷ୍କାସନ ପାଇଁ ୫୦୦ରୁ ଅଧିକ ଗ୍ରାମବାସୀ ଏକଜୁଟ: ଟାୟାର ଜାଳି ରାସ୍ତାରୋକୋ

ଶେରଗଡ଼,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ ଥିବା ୫୦୦ ଏକର ଜମିରେ ଗତ ଦଶ ଦିନ ହେବ ୭ ଫୁଟର ପାଣି ଜମି ରହିଛି। ଏହା ଫଳରେ ୫୦୦ଏକର ଜମିରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।…

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ୩ଦିନ ପରେ ବି ମୃତ୍ୟୁ ରହସ୍ୟ ଖୋଲିଲାନି

କଣ୍ଟାବାଞ୍ଜି/ଲାଠୋର, ୧୭ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରୋଡ ରେଳଷ୍ଟେଶନ ନିକଟ ପିପଲବାହାଲଠାରେ ନିର୍ମାଣ ହେଉଥିବା ରେଳଧାରଣାର ୧୪୮/୪ ନମ୍ବର ଖୁଣ୍ଟଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଜିଆରପି ଉଦ୍ଧାର କରିଥିଲା। ମୃତକ ହେଲେ ଲାଠୋର ଗ୍ରାମର ରାଜାରାମ ସୁନା (୩୫)। ଏ…

ବ୍ଳକ ଅଧ୍ୟକ୍ଷ ପାଇଁ କଡା ସୁରକ୍ଷା ଭିତରେ ଭୋଟ ଗ୍ରହଣ ଆରମ୍ଭ

ଦାରିଙ୍ଗବାଡି,୧୭।୬(ଡି.ଏନ.ଏ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ବୁଧବାର ଭୋଟ ଗ୍ରହଣ କରାଯାଉଛି। ଏଥିପାଇଁ ୨୪ ସମିତି ସଭ୍ୟା ସଭ୍ୟ ଠିକ ସକାଳ ୧୦ଟା ସମୟରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀଙ୍କ ତତ୍ତ୍ବାବଧାନରେ ସୁରକ୍ଷାକର୍ମୀ ବ୍ଳକ…

ଭାଜପା ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ବାଲେଶ୍ୱର ଅଫିସ/ଭୁବନେଶ୍ୱର, ୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ଭାଜପା ବିଧାୟକ ମଦନମୋହନ ଦତ୍ତଙ୍କର ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ପୁଅ ମାନସ ଦତ୍ତ ସୂଚନା…

ମହାନଦୀରେ ଗୋପୀନାଥ ମନ୍ଦିର ଦଧିନଉତି ଦୃଶ୍ୟମାନ ଘଟଣା: ମନ୍ଦିରର ସ୍ଥିତି ଅନୁଧ୍ୟାନ ସହ ନମୁନା ନେଲେ ବିଶେଷଜ୍ଞ ଟିମ୍‌

ଭୁବନେଶ୍ୱର, ୧୭।୬(ବ୍ୟୁରୋ)/ ନୟାଗଡ଼ ଅଫିସ: ନୟାଗଡ଼ ଜିଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ମହାନଦୀ ଗର୍ଭରେ ବୁଡ଼ି ରହିଛି ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିର। ପାଣି ଉପରକୁ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେଉଥିବାବେଳେ ମଙ୍ଗଳବାର ଏକ ବିଶେଷଜ୍ଞ ଟିମ୍‌ ସେଠାରେ ପହଞ୍ଚତ୍ ସ୍ଥିତି…

ଚାନ୍ଦିନୀଚୌକରେ ହେବନି ରଥଯାତ୍ରା

କଟକ ଅଫିସ,୧୭ା୬: ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ରଥାଯାତ୍ରା ପାଳନ ନ ହେବା ପାଇଁ ରଥଯାତ୍ରା ପରିଚାଳନା ସମିତି ବୈଠକରେ ନିଷ୍ପତ୍ତି ହୋଇଛି। ପରିଚାଳନା ସମିତି ସମ୍ପାଦକ ଭିକାରୀ ଦାସଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏହା ସ୍ଥିର…

ଆଜି ଦଶମୂଳ ଲାଗି ହେବେ ଦାରୁଦିଅଁ

ପୁରୀ ଅଫିସ,୧୭ା୬: ଅଣସରରେ ଥିବା ମହାପ୍ରଭୁ ବୁଧବାର ଦଶମୂଳ ଲାଗି ହେବେ। ଜ୍ୱରରେ ପୀଡ଼ିତ ଦାରୁଦିଅଁ ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି। ଏଥିଲାଗି ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ଦଶମୂଳ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି।…

ସିଏମ୍‌ସି ମନା କଲା ‘ଶବ ଛୁଇଁବୁନି’: ମୃତ୍ୟୁ ପରେ ଲାଗିଲା ହୋମ୍‌ କ୍ବାରାଣ୍ଟାଇନ ଷ୍ଟିକର

କଟକ ଅଫିସ,୧୭ା୬: ମହାନଦୀ ବିହାରରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବୃଦ୍ଧଙ୍କ ମୃତଦେହ ୮ ଘଣ୍ଟା ପଡ଼ି ରହିବା ପରେ ଆମ୍ବୁଲାନ୍ସ ପହଞ୍ଚତ୍ଥିଲା। ବୃଦ୍ଧ ଜଣଙ୍କ ଗତ ୧୦ ତାରିଖରୁ ହୋମ କ୍ବାରାଣ୍ଟାଇନରେ ଥିଲେ। ସିଏମ୍‌ସି ପକ୍ଷରୁ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରାପ୍ୟ ଦାବିରେ ବ୍ଲକ ଘେରାଉ

ବାରିପଦା ଅଫିସ,୧୭ା୬- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଶ୍ଚିତ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାର୍ଯ୍ୟ କରିଥିବା ବେଳେ ମାସରୁ ଉର୍ଦ୍ଧ୍ୱ ଦିନ ହେଲାଣି ଶ୍ରମିକମାନଙ୍କୁ ଟଙ୍କା ମିଳିନାହିଁ। ସେମାନଙ୍କ ପ୍ରାପ୍ୟ ପାଇଁ ଶ୍ରମିକମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କୁ…

ଗୋରୁ ବୋଝେଇ ଗାଡ଼ି ଜବତ

ରାଇରଙ୍ଗପୁର,୧୭।୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥର ବାଇପାସ୍‌ ଛକରେ ସୋମବାର ରାତିରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିଛି। ଏହି ଘଟଣାରେ ୨ ଜଣ ଗିରଫ ହୋଇଥିତ୍ବା ବିଶୋଇ ଥାନା ଅଧିକାରୀ ଫଣିଭୂଷଣ ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?