ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୭: ପାଣି ଅଭାବରୁ ଯେଉଁ ଜମି ପଡ଼ିଆ ପଡ଼ୁଥିଲା ତାହା ଏବେ ଫସଲରେ ଭରିଯିବ ବୋଲି ଆଶା ସଞ୍ଚାର ହୋଇଛି। ଜଣେ ଯୁବ ସରପଞ୍ଚ ଜମିକୁ ଯେପରି ହେଲେ ପାଣି ନେବେ ବୋଲି ପ୍ରୟାସ ଆରମ୍ଭ କରି ସେଥିରେ ସଫଳ ହୋଇଛନ୍ତି। କରୋନା ମହାମାରୀ ଯୋଗୁ ଗାଁକୁ ଫେରିଥିବା ପ୍ରବାସୀଙ୍କ ସହାୟତାରେ ପାହାଡ଼ରେ ଦୀର୍ଘ ୨ କି.ମି. କେନାଲ ଖୋଳି ଜମିକୁ ପାଣି ଆଣିବା ବ୍ୟବସ୍ଥା କରିଛନ୍ତି। କନ୍ଧମାଳ ଜିଲା କୋଟଗଡ ବ୍ଲକ ରାଣୀପଙ୍ଗା ପଞ୍ଚାୟତର ସରପଞ୍ଚ ଜୋହନ ପ୍ରଧାନ ଏହି କାର୍ଯ୍ୟ କରି ଦେଖାଇଛନ୍ତି।
ରାଣୀପଙ୍ଗା ପଞ୍ଚାୟତର ବି. ରାଣୀପଙ୍ଗା ଏକ ରାଜସ୍ବ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୭୭ ଆଦିବାସୀ ପରିବାର ବସବାସ କରନ୍ତି। ଗ୍ରାମରେ ଭଲ ଚାଷ ଜମି ଥିଲେ ମଧ୍ୟ ପାଣି ସୁବିଧା ନାହିଁ। ଚାଷ ପାଇଁ ବର୍ଷା ଉପରେ ନିର୍ଭର କରିବାକୁ ପଡ଼େ। ତେଣୁ ବର୍ଷାଦିନେ ଯାହା କିଛି ଚାଷବାସ ହୁଏ। ଅନ୍ୟ ସମୟରେ ଜମି ପଡ଼ିଆ ପଡ଼ିଥାଏ। ଆଉ କିଛି ରୋଜଗାର ଉପାୟ ନ ଥିବାରୁ ଅଧିକାଂଶ ଗ୍ରାମବାସୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୁଅନ୍ତି। ସରପଞ୍ଚ ଏହି ସମସ୍ୟା ଜାଣିବା ପରେ ଜମିକୁ କିପରି ପାଣି ଆସିପାରିବ ଏବଂ ବର୍ଷସାରା ଚାଷ ହେବ ସେହି ଚିନ୍ତା କରିଥିଲେ। ଗ୍ରାମଠାରୁ ପ୍ରାୟ ୨ କି.ମି. ଦୂରରେ ଥିବା ୨ ପାହାଡ଼ରୁ ବାହାରିଥିବା ଦୁଇଟି ଝରଣା ପାଣି ବୋହିଯାଇ ନଷ୍ଟ ହେଉଥିବା ସେ ଜାଣିଥିଲେ। ଉକ୍ତ ପାଣି ଗ୍ରାମ ନିକଟକୁ ଆଣିବା ସହଜ ନ ଥିଲା। ପାହାଡ଼ରେ କେନାଲ ଖୋଳିବା ଅସମ୍ଭବ ଲାଗୁଥିଲା। ଏଥିପାଇଁ ଅନେକ ଶ୍ରମ ଓ ଅର୍ଥର ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଦାଦନ ଖଟିବାକୁ ବାହାରକୁ ଯାଇଥିବା ଗ୍ରାମର ଲୋକେ କରୋନା ଯୋଗୁ ଫେରିଆସି ଘରେ ବସିଥିଲେ। ସେମାନଙ୍କୁ କାମ ଯୋଗାଇ ଦେବାକୁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଉପରେ ଗୁରୁତ୍ୱ ଦେଲେ। ତେଣୁ ଜୋହନ ଏହି ସୁଯୋଗକୁ ହାତଛଡ଼ା ନ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଉକ୍ତ ପ୍ରକଳ୍ପ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରସ୍ତାବ ଦେଲେ। ଏଥିପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହେଲା। ଜମିକୁ ପାଣି ମାଡିବ ଏବଂ ଚାଷ ହେବ ବୋଲି ଗ୍ରାମବାସୀଙ୍କୁ କାମ କରିବା ଲାଗି ଜୋହନ ବୁଝାଇଲେ। ଗ୍ରାମବାସୀ ବି ରୋଜଗାର ପାଇ କାମ ଆରମ୍ଭ କଲେ। ଏ ସମ୍ପର୍କରେ ସରପଞ୍ଚ ପ୍ରଧାନ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗ୍ରାମର ପ୍ରାୟ ୧୦୦ ଏକରରୁ ଅଧିକ ଜମିରେ ଜଳସେଚନ ହୋଇପାରିବ ଏବଂ ବର୍ଷ ସାରା ବିଭିନ୍ନ ଫସଲ କରିହେବ। ଗ୍ରାମବାସୀଙ୍କୁ ଆଉ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ପଡିବନି। ଝରଣା ପାଣିକୁ କେନାଲ ମାଧ୍ୟମରେ ଶୁଖିଲା ଜମିକୁ ଆଣିବାର ପ୍ରୟାସ ଆତ୍ମସନ୍ତୋଷ ଦେଇଛି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?