ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୭: ପାଣି ଅଭାବରୁ ଯେଉଁ ଜମି ପଡ଼ିଆ ପଡ଼ୁଥିଲା ତାହା ଏବେ ଫସଲରେ ଭରିଯିବ ବୋଲି ଆଶା ସଞ୍ଚାର ହୋଇଛି। ଜଣେ ଯୁବ ସରପଞ୍ଚ ଜମିକୁ ଯେପରି ହେଲେ ପାଣି ନେବେ ବୋଲି ପ୍ରୟାସ ଆରମ୍ଭ କରି ସେଥିରେ ସଫଳ ହୋଇଛନ୍ତି। କରୋନା ମହାମାରୀ ଯୋଗୁ ଗାଁକୁ ଫେରିଥିବା ପ୍ରବାସୀଙ୍କ ସହାୟତାରେ ପାହାଡ଼ରେ ଦୀର୍ଘ ୨ କି.ମି. କେନାଲ ଖୋଳି ଜମିକୁ ପାଣି ଆଣିବା ବ୍ୟବସ୍ଥା କରିଛନ୍ତି। କନ୍ଧମାଳ ଜିଲା କୋଟଗଡ ବ୍ଲକ ରାଣୀପଙ୍ଗା ପଞ୍ଚାୟତର ସରପଞ୍ଚ ଜୋହନ ପ୍ରଧାନ ଏହି କାର୍ଯ୍ୟ କରି ଦେଖାଇଛନ୍ତି।
ରାଣୀପଙ୍ଗା ପଞ୍ଚାୟତର ବି. ରାଣୀପଙ୍ଗା ଏକ ରାଜସ୍ବ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୭୭ ଆଦିବାସୀ ପରିବାର ବସବାସ କରନ୍ତି। ଗ୍ରାମରେ ଭଲ ଚାଷ ଜମି ଥିଲେ ମଧ୍ୟ ପାଣି ସୁବିଧା ନାହିଁ। ଚାଷ ପାଇଁ ବର୍ଷା ଉପରେ ନିର୍ଭର କରିବାକୁ ପଡ଼େ। ତେଣୁ ବର୍ଷାଦିନେ ଯାହା କିଛି ଚାଷବାସ ହୁଏ। ଅନ୍ୟ ସମୟରେ ଜମି ପଡ଼ିଆ ପଡ଼ିଥାଏ। ଆଉ କିଛି ରୋଜଗାର ଉପାୟ ନ ଥିବାରୁ ଅଧିକାଂଶ ଗ୍ରାମବାସୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୁଅନ୍ତି। ସରପଞ୍ଚ ଏହି ସମସ୍ୟା ଜାଣିବା ପରେ ଜମିକୁ କିପରି ପାଣି ଆସିପାରିବ ଏବଂ ବର୍ଷସାରା ଚାଷ ହେବ ସେହି ଚିନ୍ତା କରିଥିଲେ। ଗ୍ରାମଠାରୁ ପ୍ରାୟ ୨ କି.ମି. ଦୂରରେ ଥିବା ୨ ପାହାଡ଼ରୁ ବାହାରିଥିବା ଦୁଇଟି ଝରଣା ପାଣି ବୋହିଯାଇ ନଷ୍ଟ ହେଉଥିବା ସେ ଜାଣିଥିଲେ। ଉକ୍ତ ପାଣି ଗ୍ରାମ ନିକଟକୁ ଆଣିବା ସହଜ ନ ଥିଲା। ପାହାଡ଼ରେ କେନାଲ ଖୋଳିବା ଅସମ୍ଭବ ଲାଗୁଥିଲା। ଏଥିପାଇଁ ଅନେକ ଶ୍ରମ ଓ ଅର୍ଥର ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଦାଦନ ଖଟିବାକୁ ବାହାରକୁ ଯାଇଥିବା ଗ୍ରାମର ଲୋକେ କରୋନା ଯୋଗୁ ଫେରିଆସି ଘରେ ବସିଥିଲେ। ସେମାନଙ୍କୁ କାମ ଯୋଗାଇ ଦେବାକୁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଉପରେ ଗୁରୁତ୍ୱ ଦେଲେ। ତେଣୁ ଜୋହନ ଏହି ସୁଯୋଗକୁ ହାତଛଡ଼ା ନ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଉକ୍ତ ପ୍ରକଳ୍ପ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରସ୍ତାବ ଦେଲେ। ଏଥିପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହେଲା। ଜମିକୁ ପାଣି ମାଡିବ ଏବଂ ଚାଷ ହେବ ବୋଲି ଗ୍ରାମବାସୀଙ୍କୁ କାମ କରିବା ଲାଗି ଜୋହନ ବୁଝାଇଲେ। ଗ୍ରାମବାସୀ ବି ରୋଜଗାର ପାଇ କାମ ଆରମ୍ଭ କଲେ। ଏ ସମ୍ପର୍କରେ ସରପଞ୍ଚ ପ୍ରଧାନ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗ୍ରାମର ପ୍ରାୟ ୧୦୦ ଏକରରୁ ଅଧିକ ଜମିରେ ଜଳସେଚନ ହୋଇପାରିବ ଏବଂ ବର୍ଷ ସାରା ବିଭିନ୍ନ ଫସଲ କରିହେବ। ଗ୍ରାମବାସୀଙ୍କୁ ଆଉ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ପଡିବନି। ଝରଣା ପାଣିକୁ କେନାଲ ମାଧ୍ୟମରେ ଶୁଖିଲା ଜମିକୁ ଆଣିବାର ପ୍ରୟାସ ଆତ୍ମସନ୍ତୋଷ ଦେଇଛି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ...

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ...

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ଅଖିମୁଠି

କେନ୍ଦୁଝର,୧୦।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ କେନ୍ଦୁଝର ସରକାରୀ ଫାର୍ମରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ ହୋଇଯାଇଛି । କୃଷି ଓ କୃଷକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri