ଧସୁଛି ବନ୍ଧ, ଲୋକେ ଆତଙ୍କିତ

ବାଲେଶ୍ୱର ଅଫିସ, ୨୯।୭-ବୁଢ଼ାବଳଙ୍ଗରୁ ବାହାରିଥିବା ବାହାର୍ଦ୍ଦା ଶାଖା ନଈ ବାଲେଶ୍ୱର ଜିଲା ସଦର ବ୍ଲକ ଗୋପିନାଥପୁର ପଞ୍ଚାୟତ ବାହାର୍ଦ୍ଦା ଗ୍ରାମଦେଇ ବଙ୍ଗୋପସାଗରରେ ମିଶିଛି। ବାହାର୍ଦ୍ଦା ନଈରେ ସମୁଦ୍ର ଜୁଆର ପାଣି ପ୍ରବାହିତ ହେବା ଯୋଗୁ ୪ ଫୁଟରୁ ଅଧିକ ବନ୍ଧ ଧସିଗଲାଣି। ବନ୍ଧ ଭୁଶୁଡ଼ିଲେ ଉକ୍ତ ଅଞ୍ଚଳରେ ଥିବା ଶହ ଶହ ଏକର ଚାଷଜମି ବୁଡ଼ିବା ସହ ଅଧା ଗାଁରେ ଲୁଣିପାଣି ପଶିଯିବ। ଶାଖା ନଈ ଗ୍ରାମବାସୀଙ୍କ ପାଇଁ ଘାତକ ସାଜିଛି। ଅଞ୍ଚଳବାସୀ ଧାନ ଓ ମାଛ ଚାଷ ଉପରେ ନିର୍ଭର କରି ଚଳୁଥିବାରୁ ଲୁଣି ପାଣି ପଶିଲେ ଉକ୍ତ ପଞ୍ଚାୟତ ଅଧୀନ ୧୩ଟି ୱାର୍ଡ଼ର ୫ହଜାରରୁ ଊର୍ଦ୍ଧ୍ୱ ଲୋକ ଜୀବିକା ହରାଇବା ଆଶଙ୍କା ରହିଛି।
ସମୁଦ୍ରରେ ଜୁଆର ଆସିଲେ ଶାଖା ନଈରେ ଭରିଯାଉଛି ଲୁଣି ପାଣି। ଗତ କିଛିମାସ ହେବ ନଈ କଡ଼େ ଯାଇଥିବା ବନ୍ଧରାସ୍ତାକୁ ନିଜ ଗର୍ଭରେ ମିଶାଇ ସାରିଲାଣି। ନଈର ପ୍ରଭାବରେ ରାସ୍ତା ଦବିଯାଉଛି। ରାସ୍ତା ଦବିଯିବା ଭୟରେ ଲୋକେ ବାଉଁଶ ପୋଲଟିଏ ବାନ୍ଧି ଅନ୍ୟ ଏକ ରାସ୍ତା ନିର୍ମାଣ କରି ଯା’ଆସ କରୁଛନ୍ତି। ଯଦି ରାସ୍ତା ସମ୍ପୂର୍ଣ୍ଣ ନଦୀଗର୍ଭକୁ ଚାଲିଯିବ ତେବେ ଗାଁ ଭିତରେ ମାଡ଼ିଯାଇପାରେ ଲୁଣି ପାଣି। ଏଠାରେ ପଥରବନ୍ଧ ନିର୍ମାଣ ଲାଗି ପଞ୍ଚାୟତବାସୀ କମଳଲୋଚନ ପରିଡ଼ା, ବୁଦ୍ଧିରାମ ମଣ୍ଡଳ, ସୁରେଶ ବେରା, ନିତ୍ୟାନନ୍ଦ ଦାସ, ସୁବଳ ବେହେରା, ପ୍ରଦୀପ୍ତ ମଣ୍ଡଳ ଓ ସପନ ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି। ଜଳସମ୍ପଦ ବିଭାଗର ଅଧିକାରୀ ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ବନ୍ଧ ରାସ୍ତା ମରାମତି ଲାଗି ସେ ଆଶ୍ୱାସନା ଦେଇଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ଦୀପକ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଛି, ଖୁବ୍‌ଶୀଘ୍ର କୌଣସି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?