ଝାଟିମାଟି ଘରେ ବିତୁଛି ଜୀବନ

କେନ୍ଦୁଝର, ୨୯ା୭ (ସ୍ବ.ପ୍ର.)-ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଗରିବ ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଆଦି ଯୋଜନାରେ ବାସଗୃହ ଯୋଗାଇ ଦେବାପାଇଁ ସରକାରୀ ବ୍ୟବସ୍ଥା ଥିଲେ ହେଁ କେନ୍ଦୁଝର ଜିଲାରେ ଅନେକ ଗରିବ ପରିବାର ସରକାରଙ୍କ ଏହି ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ଫଳରେ ଏବେ ମଧ୍ୟ ଝାଟିମାଟି ଘରେ ଆଦି ଦୟନୀୟ ଅସହାୟ ଅବସ୍ଥାରେ ପଡି ରହିଛନ୍ତି। ଘର ଖଣ୍ଡେ ନେଇ ବହୁବାର ଅଭିଯୋଗ କରିଆସୁଥିଲେ ହେଁ ନ ପାଇ ଆଶା ଭରସା ଛାଡିଦେଇ ଭାଗ୍ୟକୁ ଆଦରି ପଡିରହିଛନ୍ତି ା
ଏଭଳି ଏକ ଦୃଶ୍ୟ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜାମୁଜୋଡି ପଞ୍ଚାୟତର ଆଟପୁର ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଶେଷ ମୁଣ୍ଡରେ ଝାଟିମାଟି ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ନାଏକ ମୁଣ୍ଡାଙ୍କ ପରିବାର। ପରିବାର କହିଲେ ସ୍ତ୍ରୀ ଓ ୩ ସନ୍ତାନ। ସରକାରୀ ସହାୟତା କହିଲେ କେବଳ ରାଶନ କାର୍ଡ କିନ୍ତୁ ସେଥିରେ ଜଣକର ନାମ କାର୍ଡରୁ କଟିଯାଇଥିବାରୁ କମ ଚାଉଳ ପାଉଥିବା କହିଛନ୍ତି। ଘର ନ ଥିବାରୁ ଝାଟିମାଟି କୁଡ଼ିଆ ଘରେ ରହୁଛନ୍ତି। ମୂଲ କଲେ ଚୂଲି ଜଳେ ଦେହ ଅସୁସ୍ଥ ହେଲେ କାମ ବନ୍ଦ ହୋଇଗଲେ ପଡୋଶୀଙ୍କ ଠାରୁ ମାଗି ଚଳିଥାନ୍ତି ନଚେତ ଉପାସରେ ରହିଥାନ୍ତି ବୋଲି କୁହନ୍ତି। ଘର ନ ଥିବା କାରଣରୁ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଝାଟିମାଟି ଭଙ୍ଗାଦଦରା ଘରେ ଖରା ବର୍ଷା ଶୀତ ବହୁ କଷ୍ଟରେ ରହୁଛନ୍ତି ା ବର୍ଷାରେ ପାଣି ଗଳୁଛି ା ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ପାଇଁ ପଞ୍ଚାୟତଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ସବୁଠି ଗୁହାରି କରି ନୟାନ୍ତ ହୋଇ ସାରିଲେଣି କିନ୍ତୁ ଆମକଥା ଶୁଣୁ ନ ଥିବା କହିଛନ୍ତି ନାଏକ ମୁଣ୍ଡା। ମାଟିଝାଟି ଘର ହୋଇଥିବାରୁ ସାପ, ହାତୀ ଆଦି ସରୀସୃପ ତଥା ବନ୍ୟଜନ୍ତୁ ଭୟ ଲାଗି ରହୁଥିବାରୁ ରାତିରେ ପିଲାମାନଙ୍କୁ ଶୁଆଇ ସ୍ବାମୀସ୍ତ୍ରୀ ପାଳି କରି ଅନିଦ୍ରା ରହି ଜଗନ୍ତି ବୋଲି ତାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡା କହିଛନ୍ତି। ଏସମ୍ପର୍କରେ ସରପଞ୍ଚ ଜଗତାନାନ୍ଦ ମୁଣ୍ଡାଙ୍କୁ ପଚାରିବାରୁ ଜମି ପଟ୍ଟା ନ ଥିବାରୁ ଘର ମିଳି ନ ଥିବା କହିଛନ୍ତି। ତେବେ ସରକାର ଭୂମିହୀନ ମାନଙ୍କୁ ଜମି ସହିତ ଘର ଦେବା ବ୍ୟବସ୍ଥା ରହିଥିବାରୁ ତୁରନ୍ତ ଜମି ପଟ୍ଟା ସହିତ ଘର ଯୋଗାଇ ଦିଆଯିବ ବୋଲି ସେମାନଙ୍କୁ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri