ଆମ ଜିଲା ଖବର

ହାବିଲଦାରଙ୍କୁ କରୋନା: ମୋଟୁ ଥାନା ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା, କ୍ୱାରାଣ୍ଟାଇନ୍‌ରେ ଗଲେ କର୍ମଚାରୀ

ମାଲକାନଗିରି,୧୨।୬(ଡି.ଏନ୍‌.ଏ.): ମାଲକାନଗରିରେ ଜଣେ ପୋଲିସ ହାବିଲଦାର ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋଟୁ ସୀମା ଚେକ୍‌ ପୋଷ୍ଟରେ କାର୍ଯ୍ୟରତ ହାବିଲଦାର କରୋନା ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ପରେ ମୋଟୁ ଥାନା ଆଇଆଇସିଙ୍କ ସମେତ ସବୁ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ ରହିବାକୁ ନିର୍ଦ୍ଦେଶ…

ପୁରୀରୁ ପୁଣି ୧୫ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା

ପୁରୀ ଅଫିସ,୧୨ା୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୨ ଜଣ ସୁସ୍ଥ ହୋଇଥିବା ବେଳେ ୪୧ଜଣ ଚିକିତ୍ସାଧୀନ…

ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ୱାସ…

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା

ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛିନ୍ତି। ସେ ସକାଳେ ସରକାରୀ ଗାଡ଼ିରେ ଭୁବନେଶ୍ୱର ଅଭିମ୍ମୁଖେ ଯାଉଥିବା ବେଳେ ବେତନଟୀଠାରେ ବାଲେଶ୍ୱର…

ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଗଣବଳାତ୍କାର, ହତ୍ୟା ମାମଲା: ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ରାଜ୍ୟ ମହିଳା କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ମାଲକାନଗିରି ଏସ୍‌ପିଙ୍କୁ ରାଜ୍ୟ ମହିଳା…

ବେଆଇନ ଗୋ’ ଚାଲାଣ: ପୋଲିସର ଚଢ଼ାଉ, ୩ ଅଟକ

ଚୌଦ୍ୱାର,୧୨ା୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକାର ୨ ନମ୍ବର ଓ୍ବାର୍ଡ ସୁଲତାନ ନଗରଠାରେ ବେଆଇନ ଗୋରୁଚାଲଣ ରାକେଟକୁ ଠାବ କରିଛି ପୋଲିସ। ଆଜକୁ ଦୀର୍ଘଦିନ ହେବ ଚୌଦ୍ୱାରୁ ଭଦ୍ରକ, କୋଲକାତା ଓ ଅନ୍ୟ ଅଞ୍ଚଳକୁ ବାରମ୍ବାର ଗୋରୁ ଚାଲାଣ…

ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତକୁ ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଓଡ଼ଗାଁ,୧୨ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ କୋମଣ୍ଡ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଜିଲାପାଳ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ…

ବଂଶୀବାଦକ ଅଭିରାମ: ବଂଶୀର ସୁରକାର ସେ, କାରିଗର ବି

କଟକ ଅଫିସ,୧୧ା୬: ଖଣ୍ଡେ ବାଉଁଶରୁ ବଂଶୀ ତିଆରି କରିପାରନ୍ତି ଆଉ ସେଥିରେ ଅପୂର୍ବ ସୁର ବି ତୋଳି ଧରନ୍ତି ସେ। ଦେଶବିଦେଶରେ ବଂଶୀ ପାଇଁ ଖ୍ୟାତି ଅର୍ଜିଥିବା ଯେଉଁ ହାତଗଣତି ପ୍ରତିଭା ଓଡ଼ିଶାରେ ରହିଛନ୍ତି, ସେମାନଙ୍କ ଭିତରୁ ବଂଶୀବାଦକ ଅଭିରାମ ନନ୍ଦଙ୍କ…

ଡିଏଲ୍‌, ଏଲ୍‌ଏଲ୍‌ ସ୍ଲଟ୍‌ ବୁକିଂ ବାତିଲ: ସେପ୍ଟେମ୍ବର ୩୦ ଯାଏ ଗାଡ଼ି କାଗଜପତ୍ର ବୈଧ

କଟକ ଅଫିସ,୧୨।୬: ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲନର୍ସ ଲାଇସେନ୍ସ (ଏଲଏଲ୍‌) ଟେଷ୍ଟ ପୁଣି ଥରେ ଅନ୍ୟାଦେଶ ଯାଏ ବାତିଲ ହୋଇଛି। ଗୁରୁବାରଠାରୁ ଡିଏଲ୍‌ ଟେଷ୍ଟ ନିମନ୍ତେ ସ୍ଲଟ୍‌ ବୁକିଂ ପାଇଁ ଘୋଷଣା କରାଯାଇଥିଲା। ହେଲେ ‘ସାରଥୀ’ ପୋର୍ଟାଲ୍‌ରେ ସମସ୍ୟା ଯୋଗୁ…

୪୦ ଜଣଙ୍କ ନାମରେ ମାମଲା, ୪ ଅଟକ

ବଇଣ୍ଡା, ୧୨ା୬(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳରେ ଗତ ରବିବାର ରାତିରେ ପରକୀୟା ପ୍ରୀତି ବୋଲି କହି ଜଣେ ମହିଳାଙ୍କୁ ହଣ୍ଡପା ଥାନା ଅଞ୍ଚଳର ଯୁବକଙ୍କ ସହ ବିବାହ କରାଇଦେବା ଘଟଣା ଏବେ ଥାନାରେ ପହଞ୍ଚିଛି।…

ହାତୀ ସହ ମୁହାଁମୁହିଁ ଏଡ଼ାଇବ ମୋବାଇଲ ଆପ୍‌

ଅନୁଗୋଳ ଅଫିସ, ୧୨।୬ – ଜଙ୍ଗଲ ମଧ୍ୟରେ କ’ଣ ଘଟୁଛି, କେଉଁ ହିଂସ୍ରଜନ୍ତୁ ଜନବସତିର କେତେ ନିକଟରେ ଅଛନ୍ତି, କେଉଁଠି କାହା ପାଇଁ କିଛି ବିପଦ ଆଶଙ୍କା ରହିଛି କି ନାହିଁ, ଏହା ଏବେ ସିଧାସଳଖ ଜାଣିପାରିବେ ବନ ବିଭାଗ ଅଧିକାରୀ…

୬ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଢେଙ୍କାନାଳ ଅଫିସ, ୧୨।୬ – ଢେଙ୍କାନାଳ ଜିଲାରେ ଚୋରା ବାଲି ଏବଂ ପଥର ବ୍ୟବସାୟୀଙ୍କ ଦୌରାତ୍ମ୍ୟ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏହାକୁ ରୋକିବାରେ ପୋଲିସ ଏବଂ ତହସିଲ କର୍ତ୍ତୃପକ୍ଷ ବିଫଳ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ଜିଲା ପ୍ରଶାସନ। ଅଧିକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?