ଅନ୍‌ଲାଇନ ପାଠପଢ଼ା ବେଳେ ମୋବାଇଲ ଫୋନ୍‌ ଫାଟିଲା

ପୁରୀ ଅଫିସ,୨୯ା୭: ଅନ୍‌ଲାଇନରେ ପାଠପଢାବେଳେ ମୋବାଇଲ ଫୋନ୍‌ ଫାଟିଲା। ତେବେ ସୌଭାଗ୍ୟବଶତଃ ରକ୍ଷା ପାଇଛନ୍ତି ଜଣେ ସପ୍ତମଶ୍ରେଣୀ ଛାତ୍ରୀ। ତାଙ୍କ ବାମ ହାତରେ ଆଘାତ ଲାଗିଛି। କିନ୍ତୁ ମୋବାଇଲ ଫୋନ୍‌ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏମିତି ଏକ ଅଭାବନୀୟ ଘଟଣା ମଙ୍ଗଳବାର ପୁରୀ ବାଲିଘାଇ ଆଦର୍ଶ ନଗର ଅଞ୍ଚଳରେ ଘଟିଛି। ଏହି ଘଟଣା ପରେ ଅନ୍‌ଲାଇନ ମାଧ୍ୟମରେ ପାଠପଢାକୁ ନେଇ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନେ ଏକପ୍ରକାର ଭୟଭୀତ ହୋଇପଡ଼ିିଛନ୍ତି।
କରୋନା ସଂକ୍ରମଣ ବ୍ୟାପୁଥିବାରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆଦିକୁ ବନ୍ଦ କରିଦିଆଯାଇଛି। ଏହି ସମୟରେ ଛାତ୍ରୀଛାତ୍ର ଘରେ ରହି ମୋବାଇଲ ଫୋନ୍‌ ମାଧ୍ୟମରେ ଅନ୍‌ଲାଇନରେ ପାଠ ପଢିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫଳରେ ପିଲାମାନେ ଅନ୍‌ଲାଇନରେ ପାଠ ପଢିବା ସହ ହୋମ୍‌ୱର୍କ ମଧ୍ୟ କରୁଛନ୍ତି। ହ୍ବାଟ୍ସଆପ୍‌ ଜରିଆରେ ଏଭଳି ଶିକ୍ଷାଦାନ ପ୍ରକ୍ରିୟା ଜାରି ରହିଛି। ତେବେ ମଙ୍ଗଳବାର ସକାଳେ ଆଦର୍ଶ ନଗରର ବିଦ୍ୟାଧର ପଲେଇଙ୍କ ଝିଅ ରୂପ୍‌ସା ପଲେଇ (ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ) ଘରେ ଅନ୍‌ଲାଇନରେ ପାଠ ପଢୁଥିଲେ। ଶିକ୍ଷକ ହ୍ବାଟ୍ସଆପ୍‌ରେ ଦେଇଥିବା ପ୍ରଶ୍ନର ଉତ୍ତର ରଖୁଥିଲେ। ଏହି ସମୟରେ ସେ ବାମ ହାତରେ ମୋବାଇଲ ଧରିଥିଲେ। ହଠାତ୍‌ ମୋବାଇଲ ଫୋନ୍‌ଟି ଫାଟିଯାଇଥିଲା। ସୌଭାଗ୍ୟବଶତଃ ରୂପ୍‌ସାଙ୍କର ବିଶେଷ କିଛି କ୍ଷତି ହୋଇ ନ ଥିବାବେଳେ ବାମହାତରେ ସାମାନ୍ୟ ଆଘାତ ଲାଗିଛି। ହାତର କେତୋଟି ଅଙ୍ଗୁଳିରେ ଫୋଟକା ହୋଇଯାଇଛି। କିନ୍ତୁ ଫାଟିବା ପରେ ମୋବାଇଲ ଫୋନ୍‌ଟି ଜଳି ଉଠିଥିଲା। ଏହି ଘଟଣା ପରେ ରୁପ୍‌ସା ଭୟଭୀତ ହୋଇପଡ଼ିଥିଲେ। ତେବେ ତାଙ୍କର ବିଶେଷ କିଛି କ୍ଷତି ହୋଇ ନ ଥିବା ସେ ପରେ ଜାଣିବାକୁ ପାଇ ଆଶ୍ୱସ୍ତ ହୋଇଥିଲେ। ରୂପ୍‌ସା କହିଛନ୍ତି, ଅନ୍‌ଲାଇନରେ ପାଠ ପଢୁଥିବାବେଳେ ମୋବାଇଲ ଫୋନ୍‌ ଫାଟିଯାଇଥିଲା। ଭଗବାନଙ୍କ ଦୟାରୁ ମୋର ବେଶି କିଛି ହୋଇନି, କେବଳ ହାତରେ କିଛି ଫୋଟକା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri