ବରଗଡ଼ରେ ଆଉ ୮ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଲା
ବରଗଡ଼ ଅଫିସ,୨୪ା୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୭ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼…
ଖୋର୍ଦ୍ଧାରେ ଆଜି ୭୯ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ବ୍ଲକରୁ କେତେ
ଖୋର୍ଦ୍ଧା ଅଫିସ,୨୪ା୭: ଖୋର୍ଦ୍ଧା ଜିଲାରେ ଉଦ୍ବେଗଜନକ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗଞ୍ଜାମ ଜିଲା ପରେ ଅଧିକ ସଂକ୍ରମିତ ଜିଲା ହେଉଛି ଖୋର୍ଦ୍ଧା। ଶୁକ୍ରବାର ଏହି ଜିଲାରେ ବିଏମ୍ସିକୁ ବାଦ୍ ଦେଇ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳରୁ…
ପ୍ରସବ ପରେ ମହିଳାଙ୍କ କୋଭିଡ ରିପୋର୍ଟ ପଜିଟିଭ୍
କଟକ ଅଫିସ,୨୪।୭: କଟକ ଜିଲାର ଜଣେ ଗର୍ଭବତୀଙ୍କ କୋଭିଡ ରିପୋର୍ଟ ଶୁକ୍ରବାର ପ୍ରସବ ପରେ ପଜିଟିଭ୍ ଆସିିଛି। ଏବେ ଉଭୟ ମା’ ଓ ନବଜାତ ଶିଶୁକୁ ଆଇସୋଲେଶନରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ସକାଳ ୯ଟାରେ ପ୍ରସବ ଯନ୍ତ୍ରଣା ହେବାରୁ…
କରୋନାରୁ ସୁସ୍ଥ ହେଲେ ରାଜ୍ୟର ପ୍ରଥମ ପ୍ଲାଜମା ନେଇଥିବା ମହିଳା
କଟକ ଅଫିସ,୨୪।୭: ପ୍ଲାଜମା ଦେଲା ନୂଆ ଜୀବନ। ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତଥା ପ୍ରଥମ ପ୍ଲାଜମା ନେଇଥିବା ୪୮ ବର୍ଷୀୟ ମହିଳା ସୁସ୍ଥ ହୋଇଛନ୍ତି। ତାଙ୍କୁ ଶୁକ୍ରବାର ଡିସ୍ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
କରୋନାକୁ ନେଇ ବୋମାମାଡ଼, ଜଣେ ଆହତ
ବ୍ରହ୍ମଗିରି,୨୪ା୭(ଡି.ଏନ୍.ଏ.): ବ୍ରହ୍ମଗିରି ବ୍ଲକରେ ଜଣେ କରୋନା ପଜିଟିଭ୍ ବାହାରିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଗାଁରେ ପୋଲିସ ମୁତୟନ ରହିଛି। ଏଭଳି ଘଟଣା ଘଟିଛି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ନିଶିଭଅଁର…
ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା: ଖାଲି ଗଞ୍ଜାମରୁ ୩
ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୬ଜଣଙ୍କ ମୁଣ୍ଡ ନେଇଛି କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ଜଣ ଗଞ୍ଜାମ ଜିଲାର ଥିବା ବେଳେ ଜଣେ ଗଜପତି, ଜଣେ ରାୟଗଡ଼ା, ଜଣେ ଭଦ୍ରକ ଜିଲାର ଥିବା ରାଜ୍ୟ ସ୍ବାସ୍ଥ୍ୟ…
ଧର୍ମାନୁଷ୍ଠାନରେ ୧୪୪ ଧାରା ବଳବତ୍ତର: କଟକଣା ମଧ୍ୟରେ ପାଳନ ହେବ ଇଦ୍, ଝୁଲଣ
ଭଦ୍ରକ ଅଫିସ,୨୪ା୭: ଲକ୍ଡାଉନ୍ ସ୍ଥିତିକୁ ନେଇ ଜିଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନରେ ଶ୍ରାବଣ ମାସର ଶେଷ ସୋମବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଛି। ଏହି ସମୟ ମଧ୍ୟରେ ଝୁଲଣଯାତ୍ରା ପଡୁଥିବାରୁ ଏହାକୁ କଟକଣାର ସହିତ ପାଳନ କରାଯିବ। ଅନୁରୂପ…
ଜଗତ୍ସିଂହପୁର ଆସି ଫସିଲେ ପଶ୍ଚିମବଙ୍ଗ ଶ୍ରମିକ
ବାଲିଆ,୨୪।୭: ଜଗତ୍ସିଂହପୁର ଜିଲାକୁ ପଶ୍ଚିମବଙ୍ଗରୁ ଆସିଥିବା ୪୫ ଶ୍ରମିକ ଫସି ଯାଇଛନ୍ତି। ଧାନରୋଇବା କାର୍ଯ୍ୟରେ ଲଗାଇବା ପାଇଁ ମଣ୍ଡାସାହିର ଜଣେ ବ୍ୟକ୍ତି ସେମାନଙ୍କୁ ଆଣିଥିଲେ। ବସ୍ଯୋଗେ ଆସି ବିରିଡି ଥାନା ବାଲିଆ ଷ୍ଟୋରଠାରେ ଓହ୍ଲାଇ ୨୨ ମୌଜାଦେଇ ମଣ୍ଡାସାହି ଯିବାକୁ ସେମାନଙ୍କୁ…
ଉପାନ୍ତ ଅଞ୍ଚଳରେ ଅନ୍ଲାଇନ୍ ପାଠପଢ଼ା ଅପହଞ୍ଚ
ମହାକାଳପଡା,୨୪ା୭(ଡି.ଏନ୍.ଏ.): କରୋନା ମହାମାରୀ ପାଇଁ ରାଜ୍ୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଛି। ଏପରିସ୍ଥିତିରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ବାଘୁଆମେଦସ୍ଥିତ ଆଦିବାସୀପଡ଼ାରେ ବହୁ ଛାତ୍ରୀଛାତ୍ର ଏବେ ପାଠପଢ଼ା ଛାଡ଼ି ଚାଷ କାମରେ ପରିବାର ଲୋକଙ୍କୁ…
ଗାଁ ଦାଣ୍ଡରେ ପଚୁଛି ପନିପରିବା
ରସୁଲପୁର, ୨୪।୭ (ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସବୁ ଋତୁରେ ବିଭିନ୍ନ ପନିପରିବା ଚାଷ କରୁଥିବା ବ୍ଲକ ଅଞ୍ଚଳର ଚାଷୀମାନେ କରୋନା ଯୋଗୁ ବହୁ କ୍ଷତି ସହିଲେଣି। ଶଟ୍ଡାଉନ୍, ଲକ୍ଡାଉନ୍ ଯୋଗୁ…
ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ,୨୪ା୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି। ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।…
ଗଳାବାଟ ଦେଇ ଆସୁଛି କରୋନା
ପୁରୀ ଅଫିସ,୨୪।୭: ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଗତ ଦୁଇଦିନରେ ଜିଲାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ବୁଧବାର ୨୮ ପଜିଟିଭ…

