ଭାଇର ସୁରକ୍ଷା ପାଇଁ ‘କୋଭିଡ୍‌ ରାଖୀ’

କରୋନା ମହାମାରୀ ଯୋଗୁ ପୂଜା, ପର୍ବପର୍ବାଣିରେ କଟକଣାର ଟ୍ୟାଗ୍‌ ଝୁଲୁଛି। ଉତ୍ସବ ପାଳିବାକୁ ବି ସୁଯୋଗ ମିଳୁନି। ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗକୁ ଆସୁଥିବା ରାଖୀ ପୂର୍ଣ୍ଣିମା ପାଇଁ କଟକର ଜଣେ ଯୁବକ ଭିନ୍ନ ଧରଣର ପ୍ରୟାସ କରି ଚର୍ଚ୍ଚାକୁ ଆସିଛନ୍ତି। ଚାଉଳିଆଗଞ୍ଜ ଥଟାରିସାହିର ୨୮ ବର୍ଷୀୟ ଈଶ୍ୱର ସାହୁ କୋଭିଡ୍‌ ରାଖୀ ପ୍ରସ୍ତୁତ କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ଛତିଶଗଡ଼, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁରୁ ଏହାର ଅର୍ଡର ଆସିଲାଣି।

କଟକ ଅଫିସ,୨୯ା୭: ସମୟ ଥିଲା ବଜାରରେ ରାଖୀ ଥାଏ, ମାତ୍ର ଭାଇ ରାଜ୍ୟ ବାହାରେ କିମ୍ବା ବିଦେଶରେ ଥାଆନ୍ତି। ତାଙ୍କ ହାତରେ ରାଖୀ ବାନ୍ଧିବାର ସୁଯୋଗ ମିଳେନି। ଏବେ ଭାଇ ନିଜ ପାଖରେ ଅଛନ୍ତି, ମାତ୍ର ରାଖୀ ବଜାର ଏଯାଏ ଖୋଲିନି। ଏଥିପାଇଁ ଅନ୍‌ଲାଇନ୍‌ ହିଁ ବିକଳ୍ପ ପାଲଟିଛି। କରୋନାକୁ ଦୃଷ୍ଟିକୁ ରଖି ଈଶ୍ୱର ପ୍ରସ୍ତୁତ କରିଥିବା ରାଖୀ ପ୍ୟାକେଟ୍‌ର ନାଁ ଦେଇଛନ୍ତି ‘କୋଭିଡ୍‌ ରାଖୀ’, ଯାହା ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ବିକ୍ରି ହେଉଛି।
ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ଦିଏ ଭାଇ। ସେଲାଗି ଏହି ପର୍ବ। ହେଲେ ଭାଇକୁ କରୋନାରୁ ରକ୍ଷା କରିବା ପାଇଁ ଭଉଣୀ ଏବେ ପ୍ରତିଶ୍ରୁତିବଦ୍ଧ। ଏଭଳି ଭିନ୍ନ ଚିନ୍ତାଧାରା ମାଧ୍ୟମରେ ରାଖୀ ବିକୁଛନ୍ତି ଈଶ୍ୱର। ସେ ଜଣେ ଗ୍ରାଫିକ୍ସ ଡିଜାଇନର। ସିନେମା, ସିରିଏଲ କିମ୍ବା ବିଜ୍ଞାପନ ଆଦିର ପୋଷ୍ଟର ତିଆରି କରନ୍ତି। ଲକ୍‌ଡାଉନ ଯୋଗୁ ତାଙ୍କ ରୋଜଗାରର ମାଧ୍ୟମ ବନ୍ଦ ହୋଇଛି। ତେଣୁ ପ୍ରଥମେ ଥ୍ରୀ-ଡି ମାସ୍କ ତିଆରି କରି ବିକିବା ପରେ ଏବେ ରାଖୀ ପ୍ରସ୍ତୁତ କରି ୩ଟି ଭିନ୍ନ ସ୍କିମ୍‌ରେ ବିକୁଛନ୍ତି। ଯାହା ସବୁଠାରୁ ଅଧିକ ବିକ୍ରି ହେଉଛି, ତାହା ହେଲା କୋଭିଡ୍‌ ରାଖୀ। ଏଥିରେ ଭାଇ-ଭଉଣୀଙ୍କ ଫଟୋ ଥିବା ଏକ ରାଖୀ, ଗୋଟିଏ ଲେଖାଏ ମାସ୍କ, ସାନିଟାଇଜର, ଚାଉଳ ବୋତଲ, ସିନ୍ଦୂର ବୋତଲ, ଚକୋଲେଟ ଓ ଗୋଟିଏ କ୍ୟୁ ଆର୍‌ କୋଡ୍‌ ଚାବି ରିଙ୍ଗ ରହୁଛି। ଏହି ପ୍ୟାକେଟ୍‌ର ମୂଲ୍ୟ ୨୭୦ ଟଙ୍କା। ଟୁ ଇନ୍‌ ୱାନ୍‌ ସ୍କିମ୍‌ରେ ଗୋଟିଏ ରାଖୀ ଓ ଗୋଟିଏ ମାସ୍କ ରହୁଛି, ଯାହାର ଦାମ୍‌ ୯୦ ଟଙ୍କା। କେବଳ ଭାଇ-ଭଉଣୀଙ୍କ ଫଟୋ ଥିବା ରାଖୀକୁ ସେ ୬୦ ଟଙ୍କାରେ ବିକୁଛନ୍ତି। ବେଙ୍ଗାଲୁରୁ ଓ ଛତିଶଗଡ଼ରୁ ସର୍ବାଧିକ ଅର୍ଡର ଆସିଛି। ସହର ଭିତରୁ ମିଳୁଥିବା ଅର୍ଡରକୁ ବିନା ଅଧିକ ଦେୟରେ ହୋମ୍‌ ଡେଲିଭରି କରାଯାଉଛି। ଏବେ ସୁଦ୍ଧା କେବଳ କୋଭିଡ୍‌ ରାଖୀ ୫୦୦ରୁ ଅଧିକ ବିକ୍ରି ସରିଲାଣି। ଏହି କାର୍ଯ୍ୟରେ ମୁକେଶ ମଲ୍ଲିକ ଓ ଶେଷଦେବ ସାହୁ ତାଙ୍କୁ ସହଯୋଗ କରୁଛନ୍ତି ବୋଲି ଈଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ଘୁମୁସର ବିକାଶ ପରିଷଦ ବୈଠକ, ଜିଲା ଅନ୍ଦୋଳନକୁ ତ୍ୱରାନ୍ୱିତ କରିବା….

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ବାସଭବନରେ ରବିବାର ଘୁମୁସର ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri