ଆମ ଜିଲା ଖବର

ସଙ୍ଗରୋଧ କେନ୍ଦ୍ରରେ ଟିକଟିକ୍‌, ପ୍ରଶାସନ ପାଖରେ ଖବର ନାହିଁ

ବାରିପଦା ଅଫିସ,୧୭ା୬- ପ୍ରଶାସନ ପକ୍ଷରୁ ହୋଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବକ କିଛି ଦିନ ହେଲାଣି ଟିକଟିକ୍‌ ଭିଡ଼ିଓ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଦୁଇଦିନ ତଳେ ସେ କରିଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ…

ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ: ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର,୧୭।୬(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ଏକ ସଙ୍ଗରୋଧ କେନ୍ଦ୍ରରେ ରହୁଥିତ୍ବା ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ(ନଂ.୭୨/୨୦୨୦)ରେ ମାମଲା ରୁଜୁ ହୋଇଛି। ପୋଲିସ…

ଆଲୋଚନା ପାଇଁ ସମୟ ମାଗିଲା ଫାଇନାନ୍ସ କମ୍ପାନୀ

ସଜନାଗଡ଼, ୧୭।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀକୁ ଋଣ ଅସୁଲ କରିବା ଉପରେ ରୋକ୍‌୍‌ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ମହିଳା ଏସ୍‌ଏଚ୍‌ଜି ଉପରେ ଋଣ ଅସୁଲ ପାଇଁ ଚାପ ପକାଉଛନ୍ତି। ଟଙ୍କା ଦେବାକୁ ଅସମର୍ଥ ଥିବା…

ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ: ‘ଜୈବିକ କୃଷି ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୧୭।୬-ବାଲେଶ୍ୱରସ୍ଥିତ ଓସୱାନ ହଲ୍‌ରେ ମଙ୍ଗଳବାର ଖରିଫ ୨୦୨୦ ନିମନ୍ତେ ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ଅଧ୍ୟକ୍ଷତା କରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବ୍ଲକର କୃଷି…

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌

ସଜନାଗଡ଼,୧୭।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିିର ବରହମ୍‌ପୁର ଥାନା ଅଧୀନ ୧୯ନଂ. ରାଜ୍ୟ ରାଜପଥ ତେଲିପାଳ ପେଟ୍ରୋଲ ଟାଙ୍କିଠାରୁ ଅଳ୍ପ ଦୂରରେ ଶେରଗଡ଼ରୁ ଉଦଳା ଆଡ଼କୁ ଯାଉଥିବା ଦୁଇଟି ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଆଗରେ ଚାଲିଥିବା ଗ୍ୟାସ୍‌ ବୋଝେଇ ଟ୍ରକ୍‌ ବ୍ରେକ୍‌…

ବିଭିନ୍ନ ସ୍ଥାନରେ ରଜକେଶ୍ୱରଙ୍କ ପୂଜାର୍ଚ୍ଚନା

ଖଇରା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ରଜକେଶ୍ୱରଙ୍କ ପୂଜାର୍ଚ୍ଚନା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି ା ସାରଡାଙ୍ଗ ପଞ୍ଚାୟତ ଅଧୀନ ଭୁଆଁଳଗଡିଆ ଗ୍ରାମରେ ୧ଶହ ବର୍ଷରୁ ଊର୍ଦ୍ଧ୍ୱ ହେଲା ପାଳିତ ହୋଇ ଆସୁଥିବା ରଜକେଶ୍ୱରଙ୍କ ପୂଜା କମ୍‌ ସଂଖ୍ୟକ…

ପ୍ରବାସୀଙ୍କୁ ରଜପାନ

ଖଇରା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ବିଜେଡିର ସାଧାରଣ ସମ୍ପାଦକ ତଥା ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି ମଙ୍ଗଳବାର ନନ୍ଦୁର ସଙ୍ଗରୋଧ କେନ୍ଦ୍ରରେ ଥିବା ୫୦ ପ୍ରବାସୀଙ୍କୁ ସ୍ବତନ୍ତ୍ର ରଜପାନ ଖୁଆଇବା ସହ ଅନ୍ୟାନ୍ୟ ଖାଦ୍ୟପୁଡିଆ ପ୍ରଦାନ କରିଛନ୍ତି ା ଏଥିସହ…

ନପଙ୍ଗ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭଣ୍ଡାରିପୋଖରୀ,୧୭ା୬(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନପଙ୍ଗ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସୋମବାର କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପଞ୍ଚାୟତର ଚଣ୍ଡୀମାତା ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।…

ଜୀବନ ପରିବର୍ତ୍ତେ ଜୀବିକାକୁ ପ୍ରାଧାନ୍ୟ

ଅନୁଗୋଳ ଅଫିସ, ୧୭।୬ କରୋନା ମହାମାରୀ ସମୟରେ ଜୀବନ ବଡ଼ ନା ଜୀବିକା। ଏ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇ ନ ଥିବାବେଳେ ଜୀବିକାକୁ ପ୍ରାଧାନ୍ୟ ଦେଇ କର୍ମସ୍ଥଳୀ ଅନୁଗୋଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଶମ୍ଭୁନାଥ ଭୂୟାଁ। ନିଜ…

୫ ମାସ ପରେ ହେଲ୍ପ ଡେସ୍କ ଚଳଚଞ୍ଚଳ

ଅନୁଗୋଳ ଅଫିସ, ୧୭।୬ ଚିକିତ୍ସାରେ ସହଯୋଗ ସହ ଚିକିତ୍ସାଳୟର ମାନ ବଢ଼ାଇବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପ ଡେସ୍କ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ତେବେ ଦୀର୍ଘ ୫ ମାସ ହେବ ଏହି ହେଲ୍ପ ଡେସ୍କ ଏକପ୍ରକାର କୋମା ଅବସ୍ଥାକୁ ଚାଲିଯାଇଥିଲା।…

ପାଣି କାଦୁଅ ଯୋଗୁ ଜମୁନି ବେପାର

ବଅଁରପାଳ,୧୭ା୬(ଡି.ଏନ.ଏ.) କରୋନା କଟକଣା ଯୋଗୁ ବଅଁରପାଳ ସାପ୍ତାହିକ ହାଟକୁ ଦୁଇଭାଗ କରିଦିଆଯାଇଛି। ଗୋଟିଏ ହାଟ ପୁରୁଣା ସ୍ଥାନରେ ବସୁଥିବା ବେଳେ ଅନ୍ୟଟି ବଅଁରପାଳ ହାଇସ୍କୁଲ ପଡିଆରେ ବସୁଛି। ତେବେ ହାଇସ୍କୁଲ ପଡ଼ିଆରେ ବ୍ୟବସାୟ ପାଇଁ ବିଶେଷକିଛି ସୁବିଧା ନ ଥିବାରୁ ଏହାକୁ…

ରାଜସ୍ବ ଗଁ। ମାନ୍ୟତା ପାଇବାରୁ ବଞ୍ଚିତ ବାଞ୍ଜିପଦର

କର୍ଲାମୁଣ୍ଡା,୧୭।୬ (ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସାପଲହରା ପଞ୍ଚାୟତ ଅର୍ନ୍ତଗତ ସାପଲହରା ରାଜସ୍ବ ଗ୍ରାମର ହାମ୍‌ଲେଟ ହେଉଛି ବାଞ୍ଜିପଦର। ବ୍ଲକ କାର୍ଯ୍ୟାଳୟଠାରୁ ୮ କି.ମି. ଦୂରରେ ଥିବା ବାଞ୍ଜିପଦର ଗଁ। ର ଜନସଂଖ୍ୟା ୮୧୯। ୨ଟି ୱାର୍ଡ ବିଶିଷ୍ଟ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?