ରାୟଗଡ଼ାରେ ହେବ କୋଭିଡ୍-୧୯ ନମୁନା ପରୀକ୍ଷା
ରାୟଗଡ଼ା ଅଫିସ,୧୭ା୬: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍-୧୯ ନମୁନା ପରୀକ୍ଷା କରାଯିବ। ଏହି ପରିପ୍ରେକ୍ଷୀରେ ବି.ଏସ୍-୨ ପରୀକ୍ଷାଗାରକୁ ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ବୁଧବାର ଉଦ୍ଘାଟନ କରିଛନ୍ତି। ଏହି ପରୀକ୍ଷାଗାରରେ ଜିଲାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ।…
ଭାଜପା ବିଧାୟକ ମଦନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଶ୍ରୀକାନ୍ତ ଜେନା
ଭୁବନେଶ୍ୱର,୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଧାୟକଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ସେ ବହୁଦିନ…
ବାଲେଶ୍ୱର, କେନ୍ଦୁଝର ଜିଲା କଂଗ୍ରେସ ପ୍ରେରକ ଜିଲା ଇନଚାର୍ଜ ମନୋନୀତ
କେନ୍ଦୁଝର,୧୭।୬(ସ୍ବ.ପ୍ର.): କଂଗ୍ରେସ ସଂଗଠନକୁ ସୁଦୃଡ଼ ଓ କର୍ମୀଙ୍କୁ ସକ୍ରିୟ କରିବା ପାଇଁ ଜାତୀୟ, ପ୍ରଦେଶ, ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଅଧିକ କ୍ରିୟାଶୀଳ କରିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି କଂଗ୍ରେସର ପ୍ରେରକ…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନଗଲା
ଦିଗପହଣ୍ଡି,୧୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଦଶିପୁର ଗ୍ରାମର ଜଣେ ଚାଷୀ ବୁଧବାର ପୂର୍ବାହ୍ନରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଜୁ ସାହୁ। ସେ ତାଙ୍କ ଜମିରେ…
ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଫେରିଲେଣି ୨ ଲକ୍ଷ ପ୍ରବାସୀ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ
ଛତ୍ରପୁର,୧୭।୬(ଡି.ଏନ୍.ଏ.): କରୋନା ନେଇ ଗଞ୍ଜାମ ଜିଲାକୁ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୨ ଲକ୍ଷ ପ୍ରବାସୀ ଫେରିଲେଣି। ଏଥିଲାଗି ଗଞ୍ଜାମରେ କରୋନା ପଜିଟିଭ୍ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ଉକ୍ତ ପଜିଟିଭମାନଙ୍କ ସଂସ୍ପର୍ଶରେ ଆସି କରୋନା…
ବୁରୁଜାଲ ଗାଁରେ ଗୋଷ୍ଠୀ ସଂଘର୍ଷ: ୬ ଆହତ
ଚାନ୍ଦବାଲି,୧୭।୬(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତର ବୁରୁଜାଲ ଗାଁରେ ବୁଧବାର ସକାଳେ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ଚାନ୍ଦବାଲି…
ଚିକିତ୍ସା ଆଳରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଖୋର୍ଦ୍ଧାର ପୂର୍ବତନ ସିଡିଏମ୍ଓ ଗିରଫ
ଖୋର୍ଦ୍ଧା ଅଫିସ,୧୭।୬- ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଟାଉନ ପୋଲିସ ବୁଧବାର ଏକ ଘରୋଇ କ୍ଲିନିକ ଡାକ୍ତର ବୈଦ୍ୟନାଥ ନାୟକଙ୍କୁ ଗିରଫ କରିଛି। ସେ ଖୋର୍ଦ୍ଧାର ପୂର୍ବତନ ସିଡିଏମ୍ଓ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସାମନ୍ତରାପୁର ଜଣେ…
ଗଞ୍ଜାମରେ ୧୨,୨୨୧ ଜଣଙ୍କ ସ୍ବାବ ସଂଗ୍ରହ :୧,୧୦୭ ଜଣଙ୍କ ରିପୋର୍ଟକୁ ଅପେକ୍ଷା
ଛତ୍ରପୁର,୧୭।୬(ଡି.ଏନ୍.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୨୨୧ ଜଣଙ୍କ ସ୍ବାବ ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୧୦ ହଜାର ୪୧୬ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୬ ଜଣଙ୍କ…
ପୁରୁଷୋତ୍ତମପୁରରେ କଠୋର ହେଲା ପ୍ରଶାସନ: ୪ ଦୋକାନ ସିଲ୍
ପୁରୁଷୋତ୍ତମପୁର,୧୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ କରୋନା କଟକଣା ନେଇ ପ୍ରଶାସନ ବୁଧବାର କଠୋର ହୋଇଛି। ଏ ନେଇ ୪ଟି ଦୋକାନ ସିଲ୍ କରାଯାଇଛି। ସେଥିମଧ୍ୟରେ ରହିଛି ଏକ ଜେନେରାଲ ଷ୍ଟୋର ଗୋଦାମ, ଲେଡିଜ କର୍ନର, ଇଲେକ୍ଟ୍ରୋନିକ୍ସ ଦୋକାନ, ମିଠା ଦୋକାନ। ଜିଲା…
ବାପାଙ୍କ ସଂସ୍ପର୍ଶରେ ଆସି ଝିଅ ବି ହେଲେ କରୋନା ପଜିଟିଭ୍
ଭବାନୀପାଟଣା,୧୭।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ଜଣେ ୧୩ ବର୍ଷର ନାବାଳିକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ପଜିଟିଭ୍ ଥିବା ବାପାଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ତାଙ୍କ ସ୍ବାବ୍ ପରୀକ୍ଷା ପରେ ସେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପରେ ଉକ୍ତ…
ଭାରତ-ଚାଇନା ସଂଘର୍ଷରେ ଶହୀଦ ହୋଇଛନ୍ତି ରାଇରଙ୍ଗପୁରର ଯବାନ ନନ୍ଦୁରାମ, ଗ୍ରାମରେ ଶୋକର ଛାୟା
ରାଇରଙ୍ଗପୁର,୧୭।୬(ଡି.ଏନ୍.ଏ.): ଗଲଓ୍ବାନ୍ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ସେଥିରେ ୨ଜଣ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି। ସେମାନେ ହେଲେ କନ୍ଧମାଳ ଜିଲା ରାଇକିଆ ବ୍ଲକ ବିୟରପାଙ୍ଗା…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର, ଗାର୍ଡ ନିଲମ୍ବିତ
କେନ୍ଦୁଝର,୧୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡା ବ୍ଲକ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଗତ ଶନିବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ, ଓ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବୁଧବାର କେନ୍ଦୁଝର ଡିଏଫଓ…

