ବିଧାୟକ-ପୋଲିସ ମୁହାଁମୁହିଁ

ସମ୍ବଲପୁର,୨୯।୭(ବ୍ୟୁରୋ): କରୋନା କଟକଣା ଯୋଗୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ହେଲେ ମଙ୍ଗଳବାର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ମୁତୟନ ପୋଲିସ ଫୋର୍ସ ସେମାନଙ୍କ ବାଟ ଓଗାଳିଥିଲେ। ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ବିଧାୟକ ମିଶ୍ର। ପୋଲିସ ମଧ୍ୟ ଭାଜପା କର୍ମକର୍ତ୍ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନ ଥିଲା। ଦୁଇପକ୍ଷ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ପୋଲିସ ଓ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଭାଜପା କର୍ମକର୍ତ୍ତା ଧସେଇ ପଶିବା ସହ ଏଡିଏମ୍‌ ଉମାକାନ୍ତ ରାଜଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।
ଏ ସଂକ୍ରାନ୍ତରେ ଭାଜପା କର୍ମକର୍ତ୍ତା କହିଛନ୍ତି, କରୋନା ମୁକାବିଲା ପାଇଁ ଭାଜପା ସବୁ ସମୟରେ ପ୍ରଶାସନ ସହିତ ସହଯୋଗ କରିଆସୁଛି। ହେଲେ ରାଜ୍ୟ ସରକାର କରୋନା ବାହାନାକରି ରାଜ୍ୟବାସୀଙ୍କୁ ଭଣ୍ଡାଇ ଚାଲିଛନ୍ତି। ଏବେ ଜିଲାରେ କୋଭିଡ୍‌ ପରୀକ୍ଷା ପାଇଁ କିଟ୍‌ ଅଭାବ ରହୁଛି। ସ୍ବାବ୍‌ ପରୀକ୍ଷା ଲାଗି ବିଳମ୍ବ ହେବାରୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମ ଓଡ଼ିଶାବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉଛନ୍ତି। କୋଭିଡ୍‌ ପରିଚାଳନାରେ ଡାକ୍ତରମାନଙ୍କୁ ନିୟୋଜିତ କରିବା ଓ ଅନ୍ୟସ୍ଥାନକୁ ବଦଳି କରାଯାଇଛି। ହେଲେ ସେହି ସ୍ଥାନ ପୂରଣ କରାଯାଉ ନାହିଁ। ତେଣୁ ଡାକ୍ତରଖାନାଗୁଡିକରେ ସମସ୍ୟା ଦେଖାଦେଇଛି।
ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲା ସଭାପତି ଗିିରିଶ ପଟେଲ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର ପ୍ରମୁଖ ଏହି ଆନ୍ଦୋଳନରେ ଉପସ୍ଥିତ ଥିଲେ।
ବିଧାୟକ ମିଶ୍ର କହିଛନ୍ତି, ଜଣେ ବିଧାୟକ ଲୋକମାନଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ। ପୋଲିସ ଗେଟ୍‌ ସମ୍ମୁଖରେ ଆମକୁ ଅଟକାଇବା ଅଗଣତାନ୍ତ୍ରିକ। ଅନ୍ୟପକ୍ଷେ ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, କରୋନା କଟକଣା ସମୟରେ ଭାଜପା ଜିଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା କଥା। ହେଲେ ଖବରରେ ରହିବାକୁ ଭାଜପା ଚେଷ୍ଟା କରୁଛି। କରୋନା କଟକଣା ନିୟମ ଭାଙ୍ଗିବା, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରୁଥିବା ଭିଡିଓ ଭାଇରାଲ ହୋଇଛି। ତେଣୁ ଭାଜପା କର୍ମକର୍ତ୍ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ: ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାରେ କାର୍ଯ୍ୟରତ ୪୨ ଆୟୁଷ ଡାକ୍ତରଙ୍କୁ ରାଜ୍ୟସରକାର ଅବହେଳା ପ୍ରଦର୍ଶନ କରିଥିବା ନେଇ ବୁଧବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା....

କାମ ନ କରି ଅର୍ଥ ବାଟମାରଣା

ନାଉଗାଁ,୨୨ା୫(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରେ ବ୍ୟାପକ ଦୁର୍ନୀତି ହୋଇଛି। ଏଠାରେ କେଉଁଠି ପ୍ରକଳ୍ପ ନିର୍ମାଣ ହୋଇ...

ନୂଆ ରୂପରେ ନୂଆଁଖାଇ

ପଶ୍ଚିମ ଓଡିଶାର ଭିନ୍ନ ଏକ ପରମ୍ପରା ହେଉଛି କୃଷିଭିତ୍ତିକ ଗଣପର୍ବ ନବାନ୍ନ (ନୂଆଁଖାଇ)। ଏହି ପର୍ବକୁ ପଶ୍ଚିମ ଓଡିଶାବାସୀ ମୁଖ୍ୟପର୍ବ ଭାବେ ପାଳନ କରିଥାନ୍ତି। ଅନ୍ୟ...

ମାଲକାନଗିରି, ନବରଙ୍ଗପୁର ଜିଲା କରୋନା ମୁକ୍ତ: ୨୮ଜିଲାରେ ୯୯୦ ସକ୍ରିୟ ରୋଗୀ

ଭୁବନେଶ୍ୱର,୮।୬(ବ୍ୟୁରୋ)-କରୋନା କବଳରେ ସାରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢ଼ିବାରେ ଲାଗିଛି, ସୁସ୍ଥ ରୋଗୀଙ୍କ...

ଟ୍ରାଫିକ୍‌ ପୋଲିସର ବଟି ଆଦାୟ ଭିଡିଓ ଭାଇରାଲ

ଯାଜପୁର ଅଫିସ,୨୯ା୧୨: ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ତାଙ୍କ ଆବେଦନ ଶୁଣାଣିକୁ ଜାନୁୟାରୀ ୩ ତାରିଖକୁ ଜେଏମ୍‌ଏଫ୍‌ସି...

ଶ୍ରୀମନ୍ଦିର ବାହୁଡୁଛନ୍ତି ଶ୍ରୀ ଶ୍ରୀ ଦଧିବାମନ: ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ଛୁଟିଛି ଭକ୍ତଙ୍କ ସୁଅ

ଭଟଲି,୧୨ା୭(ଡି.ଏନ.ଏ.): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସମ୍ପନ୍ନ...

ଟ୍ରାକ୍ଟରରେ କରୁଥିଲେ ହଳ, ପଡ଼ିଗଲେ କୂଅରେ

ଟିଟିଲାଗଡ଼,୮ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅଧୀନ ଦେସିଲଠାରେ ସୋମବାର ଏକ ଅଘଟଣ ଘଟିଛି। ଜମିରେ ହଳ କରୁଥିବା ବେଳେ ଏକ ଟ୍ରାକ୍ଟର ପରିତ୍ୟକ୍ତ ଅବସ୍ଥାରେ...

ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ

ପୁରୀ ଅଫିସ,୨୩।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଧର୍ମପୀଠରେ କଟକଣା ଲଗାଇଛନ୍ତି। ଦେବଦେବୀଙ୍କ ସେବାପୂଜା ସ୍ବାଭାବିକ ରହିଥିବାବେଳେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି।...

Advertisement
Archives

Model This Week