ଆରମ୍ଭ ହେଲା ରଥ ଖୋଲା

ପୁରୀ ଅଫିସ,୨୯ା୭: ଚଳିତବର୍ଷ ୩ ରଥ ଭଙ୍ଗାଯିବ ନାହିଁ। ରଥଗୁଡ଼ିକୁ ସଂରକ୍ଷଣ କରି ରଖାଯିବ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହି ତିନିରଥକୁ ସଂରକ୍ଷଣ କରି ରଖାଯିବ। ଏନେଇ ବୁଧବାରଠାରୁ ରଥ ଖୋଲା କାମ ଆରମ୍ଭ ହୋଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଖୋଲାଯାଉଛି। ଏଥିରେ ୧୫ ଭୋଇ ସେବାୟତ, ତିନିରଥର ମୁଖ୍ୟ ମହାରଣା ଏବଂ ୬ ଜଣ କମାର ସେବକ ନିୟୋଜିତ ହୋଇଛନ୍ତି। ରଥ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ୨୫ ଦିନ ସମୟ ଦିଆଯାଇଛି। ରଥ ଖୋଲିବା ସମୟରେ ଯଦି କୌଣସି ଅଂଶ ଭାଙ୍ଗିଯିବ ତାହା ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବର୍ଷତମାମ ଭକ୍ତ ଓ ପର୍ଯ୍ୟଟକମାନେ ଏହି ତିନିରଥକୁ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri