ଆମ ଜିଲା ଖବର

ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ କସଂର ଗ୍ରାମ ନିଟକସ୍ଥ ଜଙ୍ଗଲରୁ ଗୁରୁବାର ବନ ବିଭାଗ ଏକ ମାଈ ହାତୀର ମୃତଦେହ ଜବତ କରିଥିଲା। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ବିଦ୍ୟୁତ୍‌ ଆଘାତରେ ହାତୀର…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୨୨ା୧: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଙ୍ଗରାଜ ଲ’ କଲେଜରେ ଠିକା ଭାବେ କାମ କରୁଥିବା ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକ ଗିରଫ ହୋଇ ଜେଲ ଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ଜାମିନ ମିଳିଛି। ହାଇକୋର୍ଟ ନିର୍ଦ୍ଦେଶ ଆଧାରରେ ଶୁକ୍ରବାର…

ବାଲ୍ୟବିବାହ ସୂଚନା ଦେଲେ ମିଳିବ ୫ ହଜାର ପୁରସ୍କାର

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ନିର୍ଭୟକଢି ଟାସ୍କଫୋର୍ସ କମିଟି ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଗାଁରେ ବାଲ୍ୟବିବାହ ହେଲେ ସ୍ଥାନୀୟ ସ୍କୁଲ ଶିକ୍ଷକ ଓ ଅଙ୍ଗନୱାଡି…

ଟଙ୍କା ଭାଗବଣ୍ଟାକୁ ନେଇ ଭାଇକୁ ହତ୍ୟା କଲା ଭାଇ

ବଇଣ୍ଡା,୨୨।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଥାନା ଅଙ୍ଗପଡା ନିକଟସ୍ଥ ଦଳିତ ସାହିରେ ବୁଧବାର ମଝିଆଁ ଭାଇ ଗୁଣନିଧି ବେହେରା (୨୬)ଙ୍କୁ ତାଙ୍କ ସାନ ଭାଇ ଜେନାମଣି ବେହେରା ଶାବଳରେ ପିଟି ହତ୍ୟା କରିଛନ୍ତି। ଏ ନେଇ ଗୁଣନିଧିଙ୍କ ସ୍ତ୍ରୀ ମମତା ବେହେରା…

ମାନବିକତା ଦେଖାଇଲେ ମନ୍ତ୍ରୀ: ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ପହଞ୍ଚାଇଲେ ଡାକ୍ତରଖାନାରେ

ସଇଁତଲା,୨୨।୧: ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଦୁର୍ଘଟଣାଗ୍ରସ୍ତ ଜଣେ ମହିଳାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ସଇଁତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ମାନବିକତା ଦେଖାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବଡ଼ମାଳ ଗୋଳାବାରୁଦ କାରଖାନା କେନ୍ଦ୍ରୀୟ…

ମହାବଳ ନା କଲରାପତରିଆ ବାଘ, ପାଦ ଚିହ୍ନକୁ ନେଇ ଦ୍ୱନ୍ଦ୍ୱରେ ବନବିଭାଗ

ସଜନାଗଡ଼, ୨୨।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ୨୭୨.୭୩ ବର୍ଗକିଲୋମିଟର ପରିବ୍ୟାପ୍ତ। ଏହା ଭିତରେ କିଛି ନିର୍ଦ୍ଦିଷ୍ଟ ସ୍ଥାନୀୟ ଅଞ୍ଚଳରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ଏହା ମହାବଳ ନା କଲରାପତରିଆ ବାଘ ଏଯାଏ ସ୍ପଷ୍ଟ ହୋଇପାରୁନି। ଯାହାକୁ…

ଟିକା ନେଲେନି, କଳାବ୍ୟାଜ୍‌ ପିନ୍ଧିଲେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୨୨।୧: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକାକରଣର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକର୍ମୀମାନେ କାର୍ଯ୍ୟକ୍ରମରେ କଳାବ୍ୟାଜ୍‌ ପିନ୍ଧି ସହଯୋଗ କରିଥିଲେ ମଧ୍ୟ ଟିକା ନେଇ ନ ଥିଲେ। ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଇ.ଫକୀର ମୋହନ ମାଝି ମୁଖ୍ୟଅତିଥି…

ପୋଲିସର ନିଆରା ପ୍ରୟାସ: ଗୋଲାପ ଦେଇ ସଚେତନତା

ଜୁନାଗଡ଼,୨୨।୧: ଟ୍ରାଫିକ ନିୟମ ମାନୁ ନ ଥିବାରୁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ପକ୍ଷରୁ ଶୁକ୍ରବାର ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ରାସ୍ତାରେ ଟ୍ରାଫିକ ନିୟମ ମାନି ଯାଉଥିବା ଓ…

ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ

ନିଶ୍ଚିନ୍ତକୋଇଲି,୨୨।୧(ସ୍ବ.ପ୍ର.) : କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ ହଳଦିଆ ପଞ୍ଚାୟତ ଇଟାମୁଣ୍ଡୁଲି ଗ୍ରାମରେ ଜଣେ ବୋହୂଙ୍କୁ ଶ୍ୱଶୁର ବଳାତ୍କାର ଉଦ୍ୟମ କରିବା ଥାନାରେ ଅଭିଯୋଗ ହୋଇଛି। ଏହି ଲଜ୍ଜାକର ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗୁରୁବାର ସକାଳୁ ବୋହୂକୁ…

ବଡ଼ ଭାଇ ମାଂସ ତରକାରୀ ଖାଇଦେବାରୁ ସାନ ଭଉଣୀର ଆତ୍ମହତ୍ୟା

ପାଟଣା,୨୨।୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ ଭାଇ ମାଂସ ତରକାରୀ ଖାଇଦେବାରୁ ସାନ ଭଉଣୀ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀ ଜଣକ ହେଲେ କୁନି ନାଏକ। ଖବର ପାଇ ଶୁକ୍ରବାର…

ଘରକୁ ବାହୁଡ଼ିଲେ ପ୍ରତାପ, ରାଜ୍ୟ ସଭାପତିଙ୍କ ଅନୁମୋଦନ

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୯ରେ ଲଢ଼େଇ କରିଥିବା ପ୍ରତାପ କୁମାର ପ୍ରଧାନ ପୁଣି କଂଗ୍ରେସରେ ଯୋଗଦାନ କରିଥିବା ଜଣାପଡ଼ିଛି। କଂଗ୍ରେସରେ ପ୍ରତାପଙ୍କୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ନ ଦେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ…

ଧାନ ଉଠୁନି, ଶୀତ କାକରରେ ଜଗିଛନ୍ତି ଚାଷୀ

କୁନ୍ଦୁରା,୨୨।୧(ଡି.ଏନ.ଏ.): କୋରାପୁଟ ଜିଲାରେ ଚଳିତ ଖରିଫ ଋତୁରେ ଅମଳ ପରେ ୨୫ ପ୍ରତିଶତ ଧାନ ଚାଷୀ ବିକ୍ରି କରିଥିବା ବେଳେ ୭୫ ପ୍ରତିଶତ ଧାନକୁ ଦୀର୍ଘ ଏକ ମାସ ହେବ ମଣ୍ଡିରେ ପଡିରହିଛି। ଚାଷୀ ଅସହ୍ୟ ଥଣ୍ଡାରେ ଧାନ ଜଗିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?