ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା: ମେଡିସିନ, ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର ବନ୍ଦ
ଝାରସୁଗୁଡ଼ା ଅଫିସ,୨୭ା୭: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହା ପରେ ତୁରନ୍ତ ମେଡିସିନ ବିଭାଗ, ରେଜିଷ୍ଟ୍ରେଶନ କାଉଣ୍ଟର ଏବଂ ଓପିଡି ବନ୍ଦ କରାଯାଇଛି। ୩ ଦିନ ପାଇଁ ଏହା…
ଭଦ୍ରକରେ ଆଉ ୨୫ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭ରେ ପହଞ୍ଚିଲା
ଭଦ୍ରକ ଅଫିସ,୨୭ା୭: ସୋମବାର ଭଦ୍ରକ ଜିଲାରୁ ଆଉ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ,…
ଏଥର ହ୍ବାଟ୍ସଆପ୍ରେ ଅଭିଯୋଗ: ନମ୍ବର ଜାରି କଲା କଟକ ପୋଲିସ
କଟକ ଅଫିସ,୨୭।୭: ଥାନାକୁ ଯିବା ଆଉ ଦରକାର ପଡ଼ିବ ନାହିଁ। ଏବେ ହ୍ବାଟ୍ସଆପ୍ ନମ୍ବରରେ ଅଭିଯୋଗ କରିହେବ। ପ୍ରଦତ୍ତ ନମ୍ବରରେ ମେସେଜ କଲେ ପୋଲିସ ତଦନ୍ତ ଆରମ୍ଭ କରିବ। ଏଭଳି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି କଟକ ପୋଲିସ। ଡିସିପି…
୫୦ ହେକ୍ଟର ଚାଷଜମି ପଡ଼ିଆ
ରଘୁନାଥପୁର,୨୭।୭(ଡି.ଏନ.ଏ.): ଶାଖା କେନାଲରେ ପାଣି ନ ଆସିବାରୁ ୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡିଛି। ଏହାଛଡ଼ା କଟକ-ପାରାଦୀପ ରେଳ ଲାଇନ ତଳେ ଯାଇଥିବା କେନାଲରେ ଉପରୁ ମେଟାଲ ଖସି ପୋତି ହୋଇପଡିଥିବାରୁ ପାଣି ମାଡିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି।…
ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତର ନାହାନ୍ତି, ରୋଗୀସେବା ଠପ
ରାହାମା,୨୭।୭(ଡି.ଏନ୍.ଏ): କୁଜଙ୍ଗ ବ୍ଲକ ରାହାମା ଅଧୀନ ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୫ ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ୧୯୯୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି…
ତିର୍ତ୍ତୋଲ ଉପନିର୍ବାଚନ: ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା
ଜଗତ୍ସିଂହପୁର ଅଫିସ, ୨୭।୭: ଜୁଲାଇ ୬ରେ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁ ଚରଣ ଦାସଙ୍କ ପରଲୋକ ହୋଇଯାଇଛି। ଏହାପରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଉଠିଛି। କାରଣ ୬ ମାସ ଭିତରେ ଉପନିର୍ବାଚନ ହେବା…
ନକଲି କୋଭିଡ୍ ପାସ୍ ଲଗାଇ ପୁରୀରେ କାର୍
ପୁରୀ ଅଫିସ/ପିପିଲି (ସ୍ବ. ପ୍ର/ଡି.ଏନ.ଏ.),୨୭।୭: ପୁରୀ ଜିଲାରୁ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍ ସହ ଜିଲାର ସବୁ ପ୍ରବେଶ ପଥରେ ଆସନ୍ତା ୩୧ ପର୍ଯ୍ୟନ୍ତ…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ଉତ୍କୋଚ ଦାବି
ଖୋର୍ଦ୍ଧା ଅଫିସ,୨୭।୭କରୋନା ଲକ୍ଡାଉନ ଯୋଗୁ ବାହାର ରାଜ୍ୟରୁ ପ୍ରବାସୀଙ୍କୁ ସରକାର ଫେରାଇ ଆଣି କ୍ୱାରାଣ୍ଟାଇନ୍ରେ ରଖାଉଛନ୍ତି। ଏଥିଲାଗି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ତେବେ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ଏକ ରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀଙ୍କଠାରୁ ଟଙ୍କା ଆଦାୟ କରାଯାଉଥିବା ନେଇ…
ଧାର ଧରୁନାହିଁ ସରକାରଙ୍କ ପଦକ୍ଷେପ
ଯାଜପୁର ଅଫିସ,୨୭।୭: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ରୋକାଯାଇ ଅଧିକ ରାଜସ୍ବ ଆଦାୟ କରିବା ଉଦ୍ଦେଶ୍ୟରେ ଗତ ୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତିକୁ ପରୋକ୍ଷ ପ୍ରୋତ୍ସାହନ ଯୋଗୁ ଏଠାରେ…
ଭଙ୍ଗାଘରେ ଦିନ କାଟୁଛନ୍ତି ତାଳଧ୍ୱଜ ରଥର ବିଶ୍ୱକର୍ମା
ପୁରୀ ଅଫିସ,୨୭।୭:ସେ ହେଉଛନ୍ତି ବିଶ୍ୱକର୍ମା। ତାଳଧ୍ୱଜ ରଥର ମୁଖ୍ୟ ବିନ୍ଧାଣୀ। ତାଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଭବ୍ୟ ରଥ। ତାଙ୍କ ହାତ ତିଆରି ରଥକୁ ବିଶ୍ୱବାସୀ ଦେଖି ଓଡ଼ିଆ ଜାତିର କଳା କାରିଗରିକୁ ବାହାବା ଦେଉଛନ୍ତି। ହେଲେ ଏହି…
ହାତୀ ଫେରିଲେ ପଶୁଛି ଛନକା
ବଇଣ୍ଡା, ୨୭ା୭ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜରେ ଥମୁନି ହାତୀ ଉପଦ୍ରବ। ରେଢାଖୋଲ ବନାଞ୍ଚଳରୁ ଏକ ହାତୀପଲ ହଣ୍ଡପା ରେଞ୍ଜକୁ ବାରମ୍ବାର ପଶିଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଗତ ୭ ବର୍ଷ ମଧ୍ୟରେ ୧୦୧୭ ଏକର ଜମିରେ ଫସଲ…
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୭୧ ପ୍ରତିଶତ: ସିଏମ୍ସି କମିଶନର
କଟକ ଅଫିସ,୨୬ା୭-କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହରେ ମୋଟ୍ ଚିହ୍ନଟଙ୍କ ମଧ୍ୟରୁ ପୂର୍ବଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭୧ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି। କଟକ ସହର ଜନଗହଳିପୂର୍ଣ୍ଣ ହୋଇଥିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ସବୁଠୁ…
Archives


