ଡାକିଲା ଭଉଣୀର ସ୍ନେହ: ବନ୍ଧୁକ ଛାଡ଼ି ଫେରି ଆସିଲେ ଭାଇ, ଜାଣିଲେ ଆଖିରେ ରହିବନି ଲୁହ
କୋରୁକୋଣ୍ଡା,୩ା୮(ଡି.ଏନ୍.ଏ.): ଜଣେ ଭଉଣୀର ସ୍ନେହ ଓ ମମତା ଡାକିବାରୁ ବନ୍ଧୁକ ଛାଡ଼ି ଫେରି ଆସଛନ୍ତି ଭାଇ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାଇ ଭଉଣୀର ନିଆରା ସମ୍ପର୍କ ଜଣେ ଭାଇକୁ ମାଓବାଦୀରୁ କରିଛି ସାଧାରଣ ମଣିଷ। ଏଭଳି ଦୃଶ୍ୟ…
ଝାରସୁଗୁଡ଼ାରେ ୧,୧୬୧ କାଳିଆ ହିତାଧୀକାରୀଙ୍କୁ ଟଙ୍କା ଫେରସ୍ତ ନୋଟିସ୍: ଜାଣନ୍ତୁ କେଉଁ ଜିଲାରୁ କେତେ ରହିଛନ୍ତି
ଝାରସୁଗୁଡ଼ା ଅଫିସ,୩ା୮: ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କାଳିଆ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ସହାୟତା ପାଇଥିବା ଚାଷୀମାନଙ୍କୁ ଅଯୋଗ୍ୟ ଦର୍ଶାଯାଇ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଚିହ୍ନଟ କରି ନୋଟିସ୍ ଜାରି କରାଯାଇଛି।…
ବରଗଡ଼ରେ ୩୩ ନୂଆ ପଜିଟିଭ୍: ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪ରେ ପହଞ୍ଚିଲା
ବରଗଡ଼ ଅଫିସ,୩ା୮: ବରଗଡ଼ ଜିଲାରେ ସୋମବାର ପୁଣି ୩୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ ଜଣ ମହିଳା ଏବଂ ୧୮ ଜଣ ପୁରୁଷ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ…
କରୋନା ଘୃଣା ଭାଇଚାରା ନ ଭାଙ୍ଗୁ
କଟକ ଅଫିସ,୩।୮: କରୋନା କାହାକୁ ବି ହୋଇପାରେ। ଆଜି ଯଦି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଆମେ ଘୃଣା କରିବା, ତେବେ କାଲି ଆମେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। କଟକ ଏକ ଭାଇଚାରାର ସହର। ଅତୀତରେ ଅନେକ କଠିନ ସମୟରେ…
ବାଲୁକା କଳାରେ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ କେନ୍ଦୁଝରର ନିଶିକାନ୍ତ
କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଟିକରପଡ଼ା ଗ୍ରାମର ନିଶିକାନ୍ତ ବେହେରା ପବିତ୍ର ରକ୍ଷାବନ୍ଧନ ଅବସରରେ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଶିକାନ୍ତ ନିଜ ଘର ନିକଟରେ ବାଲିରେ ଦେଇଥିବା ଭାଇ ଓ ଭଉଣୀ ମଧ୍ୟରେ ଥିବା…
ବାଟ ହୁଡ଼ିପାରେ ଖରିଫ ଚାଷ
ଖୋର୍ଦ୍ଧା ଅଫିସ, ୩।୮ଖୋର୍ଦ୍ଧା ଜିଲାରେ ପ୍ରାୟ ଦୁଇମାସ ହେଲା ବର୍ଷା ନାହିଁ। ଚାଷଜମି ଫାଟି ଆଁ କଲାଣି। ଏଥର ଖରିଫ ଚାଷ ବାଟ ହୁଡ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ,…
ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କରୋନା: ୨ ଦିନ ପାଇଁ ହେଲା ବନ୍ଦ
ରାଉରକେଲା ଅଫିସ,୩ା୮: ରାଉରକେଲା ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉପଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କ…
‘ଜମି, ଗାଁ ନିଅ, ଆମକୁ ବିସ୍ଥାପିତ କର’
ଯାଜପୁର ଅଫିସ,୩ା୮: ଜିଲାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା ପରେ ପ୍ରଦୂଷଣ ମାତ୍ରା ଅଧିକ ହୋଇଛି। ସୁକିନ୍ଦା ରେଲୱେ ସାଇଡିଂରେ ସିମେଣ୍ଟ କାରଖାନା ପାଇଁ ଉଦ୍ଦିଷ୍ଟ କଞ୍ଚମାଲ ଜିପସମ୍ ଅନଲୋଡିଂ ଆଖପାଖ ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଛି। ଏହିମର୍ମରେ ଅଞ୍ଚଳବାସୀ ନ୍ୟାଶନାଲ ଗ୍ରୀନ୍…
ଶହୀଦ ସ୍ମୃତିପୀଠକୁ ଅଣଦେଖା
ବରୀ,୩ା୮: ସ୍ବାଧୀନତା ସଂଗ୍ରାମରେ ଯାଜପୁର ଜିଲା ବରୀ ବ୍ଲକର ଅବଦାନ ସ୍ବର୍ଣ୍ଣିମ ଇତିହାସରେ ସ୍ବତନ୍ତ୍ର ସ୍ଥାନ ପାଇଛି। ୧୯୪୨ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇଥିବା ଏଠାକାର ସଂଗ୍ରାମୀମାନଙ୍କ ମଧ୍ୟରୁ ଗହ୍ମାପୂର୍ଣ୍ଣମୀ ତିଥିରେ ୪ଜଣ ଶ୍ରୀରାମପୁର ଗ୍ରାମର…
ସକାଳ ୬ରୁ ଅପରାହ୍ନ ୫ ଦୋକାନ ଖୋଲା
ଖୋର୍ଦ୍ଧା ଅଫିସ,୩।୮ ଖୋର୍ଦ୍ଧା, ଜଟଣୀ ପୌର ପରିଷଦ ଏବଂ ବାଣପୁର ଓ ବାଲୁଗାଁ ଏନଏସିର ବ୍ୟବସାୟୀ ସଂଘ ସହିତ ରବିବାର ଜିଲାପାଳ ଶୀତାଂଶୁ କୁମାର ରାଉତ ଭିଡିଓ କନ୍ଫରେନ୍ସରେ ଆଲୋଚନା କରିଛନ୍ତି। କୋଭିଡ୍ ଗାଇଡ୍ଲାଇନକୁ ମାନି ବ୍ୟବସାୟ କରିବାକୁ ଜିଲାପାଳ ପରାମର୍ଶ…
କଟକରେ ଦୈନିକ ୩ ଘଣ୍ଟା ଖୋଲିବ କୋର୍ଟ
କଟକ ଅଫିସ,୩ା୮: କଟକ ଜିଲାରେ ଲକ୍ଡାଉନ ଜାରି ରହିଥିବା ବେଳେ ପୂର୍ବ ଅପେକ୍ଷା କେତେକ କଟକଣା କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାରେ କୋର୍ଟଗୁଡ଼ିକ କାର୍ଯ୍ୟ କରିବା ନେଇ ଜିଲା ଜଜ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲାର ସମସ୍ତ କୋର୍ଟ ପୂର୍ବାହ୍ନ…
ଆତ୍ମହତ୍ୟା ଧମକ ଦେଇ କରୁଥିଲେ ବ୍ଲାକମେଲିଂ
ଢେଙ୍କାନାଳ ଅଫିସ, ୩।୮: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ଓ୍ବାର୍ଡରେ ଥିବା ଏକ ଗେଷ୍ଟହାଉସ୍ରେ ଅନୈତିକ କାର୍ଯ୍ୟ ହେଉଥିବା ମାମଲାରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବାହାରୁ ଯୁବତୀଙ୍କୁ ଆଣି ଗେଷ୍ଟହାଉସ୍ରେ ରଖି ଦେହ ବ୍ୟବସାୟ କରାଯାଉଥିଲା। ଗେଷ୍ଟ ହାଉସ୍ ମାଲିକଙ୍କ…
Archives


