ନାଟ କରିବେନି ଦଣ୍ଡ କଳାକାର

ଆଠମଲ୍ଲିକ,୩ା୪(ଡି.ଏନ.ଏ.) ଆଠମଲ୍ଲିକ ଅଞ୍ଚଳରେ ଗଡ଼ଜାତ ଅମଳରୁ ଚାଲିଆସିଥିବା ବହୁ ପୁରାତନ ଲୋକନୃତ୍ୟ ଦଣ୍ଡ ନାଟ ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ହେବନାହିଁ। ସରକାର ଏହି ପାରମ୍ପରିକ ନାଟ ଉପରେ ରୋକ୍‌ ଲଗାଇଛନ୍ତି। ତେବେ କେବଳ ପରମ୍ପରା ଅନୁସାରେ ଦଣ୍ଡନାଟ ନୀତିକାନ୍ତିରେ ହିଁ ସୀମିତ ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ଆଠମଲ୍ଲିକର ଦଣ୍ଡ ନାଟ ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍‌ ଖ୍ୟାତି ଅର୍ଜନ କରିଛି। ଚୈତ୍ର ମାସ ପଣା ସଂକ୍ରାନ୍ତିର ୭, ୧୩, ୧୭ କିମ୍ବା ୨୧ ଦିନ ପୂର୍ବରୁ ଦଣ୍ଡ ଉଠିବାର ପରମ୍ପରା ରହିଛି। ଏହା ମେରୁ ସଂକ୍ରାନ୍ତିରେ ଉଦ୍‌ଯାପିତ ହୁଏ। ଏହିଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଦଣ୍ଡନାଟରେ ଭାଗ ନେଇଥିବା ବାଦ୍ୟକାରମାନେ ଅର୍ଥ ଉପାର୍ଜନ କରିଥାନ୍ତି। ଏହି ସମୟରେ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ରାତ୍ର ଦଣ୍ଡରେ ଭାଗ ନେଇଥିବା କଳାକାରମାନେ ୧୬ ପ୍ରକାର ଦଣ୍ଡ ପ୍ରଦର୍ଶନ କରିଥାନ୍ତି। ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଆଠମଲ୍ଲିକର କଳାକାର ଏହି ନାଟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ପତରସହୁରା ନୃତ୍ୟ ଦିଲ୍ଲୀରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହୋଇପାରିଛି। ଆଠମଲ୍ଲିକ ସହରର ସର୍ବପୁରାତନ ଦଣ୍ଡ ନାଟ ଦଳ ଗଡୁଆ ଦଣ୍ଡ, ରୁଗୁଡ଼ି ସାହି, ନୂଆ ସାହି, ବାବା ଭୁବନେଶ୍ୱର ଦଣ୍ଡ, ହରିଡ଼ାକୋଠା, ବାବା ଧବଳେଶ୍ୱର, ଲିପିଲୋଇ, ମା’ ରୁଦ୍ରଭବାନୀ, କୁଟେଶ୍ୱର, ବାବା ବଞ୍ଚେଶ୍ୱର, ଅଏଡ଼ା, ବାବା କପିଳେଶ୍ୱର, ଝରାପଡା, ଜାଗେଶ୍ୱର ବାବା, ବୁରଘାଟ, ବାବା ସଦ୍ଧେଶ୍ୱର, ଓଡ଼ସିଙ୍ଗା, ଟାଇଁସର, ଲୁଣହାଣ୍ଡି, ଘୋଡ଼ାଗାଡ଼ି, ମହେନ୍ଦ୍ରପୁର, କମ୍ପଲା, ଡୁଡୁମ, ଟୁସର, ନଗାଁ, ମିଣ୍ଡୋଲ, ଗାଁ ବଇଣ୍ଡା, ଗୁଣ୍ଡରୀ, ପାଇକସାହି, କସ୍ତୁରୀବାହାଲ, ଅଙ୍ଗପଡା, ଧଉରାଗୋଠ ଆଦି ଦଣ୍ଡ ନୃତ୍ୟ ଦଳ ରହିଛି l ମାତ୍ର ଚଳିତବର୍ଷ କୋଭିଡ୍‌ କଟକଣା ଏସବୁ ଦଣ୍ଡ ନାଟ ଦଳକୁ ନିରାଶ କରିଛି। ଇତିମଧ୍ୟରେ ବହୁ ଯାତ୍ରା ଦଳ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି।

ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଦଣ୍ଡ ନାଟ ପ୍ରଦର୍ଶନ ବନ୍ଦ କରାଯାଇଛି। ମାତ୍ର କୋଭିଡ୍‌ ନିୟମ ମଧ୍ୟରେ ପରମ୍ପରା ଅନୁଯାୟୀ ଦଣ୍ଡ ନାଟ ଦଳ ପୂଜାର୍ଚ୍ଚନା କରିପାରିବେ। ଦଣ୍ଡ ଦଳ ଅପରାହ୍ନ, ସା ଓ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେ ନାହିଁ।
-ଲଳିତ ମୋହନ ବେହେରା, ଉପଜିଲାପାଳ
ପରମ୍ପରା ଭଙ୍ଗ ହେବ
ପ୍ରତିବର୍ଷ ଗଁା ଗଁା ବୁଲି ଦଣ୍ଡକଳା ପ୍ରଦର୍ଶନ କରୁ। ଆମ ସହିତ ଥିବା ବାଦ୍ୟକାରମାନେ ପାରିଶ୍ରମିକ ପାଆନ୍ତି। ଚଳିତବର୍ଷ ଏହା ଉପରେ ରୋକ୍‌ ଲଗାଯିବା ଦ୍ୱାରା ଦଣ୍ଡ ସଂସ୍କୃତି ପରମ୍ପରା ଭଙ୍ଗ ହେଉଛି । ୫୦ରୁ ୬୦ ଜଣଙ୍କୁ ନେଇ ଦଣ୍ଡ ଯାତ୍ରା ପାଇଁ ମଧ୍ୟ ଅନୁମତି ମିଳୁନି।
-ଖେଡୁ ସାହୁ, ଦଣ୍ଡ କଳାକାର
କଳାକାର ନିରାଶ ହେଲେ
ଦଣ୍ଡ ଯାତ୍ରା ସମାଜରେ ଭାଇଚାରା ବଢ଼ାଇଥାଏ। ଭକ୍ତି ଭାବ ସୃଷ୍ଟି କରିଥାଏ। କୋଭିଡ୍‌ କଟକଣା ମଧ୍ୟରେ ନାଟ କରିବାକୁ ଅନୁମତି ମିଳିଥିଲେ ଭଲ ହୋଇଥାନ୍ତା। କିନ୍ତୁ ପ୍ରଶାସନ ସହମତ ହୋଇ ନ ଥିବାରୁ କଳାକାରମାନେ ନରାଶ ହୋଇଛନ୍ତି।
-ପଞ୍ଚାନନ ଗାଇଗରିଆ
ଦଣ୍ଡନାଟ ନିର୍ଦ୍ଦେଶକ
ପ୍ରତିଭାକୁ କ୍ଷତି ପହଞ୍ଚାଇବ
ଦଣ୍ଡଯାତ୍ରା ବନ୍ଦ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ। ସରକାରଙ୍କ ନିୟମ ଅନୁଯାୟୀ ଯାତ୍ରା କରିବାକୁ କଳାକାରମାନେ ପ୍ରସ୍ତୁତ ଅଛନ୍ତି। କିନ୍ତୁ ପ୍ରଶାସନ ବୁଝୁ ନ ଥିବାରୁ ନୂଆ ପ୍ରତିଭା କ୍ଷତିଗ୍ରସ୍ତ ହେବେ। ସେଥିପାଇଁ ଦୁଃଖ ଲାଗୁଛି।
-ପ୍ରମୋଦ କୁମାର ବିଶି,
ଝରାପଡ଼ା ଦଣ୍ଡ ଦଳ ମୁଖ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri