ପୋଲିସ ଟୋପି ପିନ୍ଧି ଫଟୋ ଭାଇରାଲ: ଥାନାକୁ ଟଣାହେଲେ ଯନ୍ତ୍ରୀ

ମାଲକାନଗିରି,୩।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର ଅପବ୍ୟବହାର ଏବଂ ଅବମାନନା କରିଥିବାରୁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡ୍‌-୧୯ ଯୋଗୁ ବିଭିନ୍ନ ଛକ ଜାଗାରେ ମାସ୍କ ଚେକିଂ କରାଯାଇ ସ୍କ୍ବାଡ୍‌ ଜରିମାନା ଆଦାୟ କରୁଥିଲା। ସେହି ସ୍କ୍ବାଡ୍‌ରେ ଜଣେ ପୋଲିସ ଗାଡ଼ିରେ ଟୋପିଟି ରଖି ଯାଞ୍ଚ କରୁଥିବା ବେଳେ ଯନ୍ତ୍ରୀ ବେହେରା ଉକ୍ତ ଟୋପିକୁ ନିଜ ମୁଣ୍ଡରେ ପିନ୍ଧି ସେଲ୍‌ଫି ଉଠାଇ ଏହି ଫଟୋକୁ ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ରେ ଭାଇରାଲ କରିଥିଲେ। ପରେ ସେ ଏହାକୁ ଡିଲିଟ କରିଦେଇଥିଲେ। ଏହା ପୋଲିସ ଦୃଷ୍ଟିରୁ ଖସିପାରି ନ ଥିଲା। ଏହି ଘଟଣା ପାଇଁ ତାଙ୍କୁ ଓର୍କେଲ ଥାନା ପୋଲିସ ଥାନାକୁ ଡକାଇ ତଦନ୍ତ କରିଥିଲା। ବେହେରା ତାଙ୍କ ଭୁଲ୍‌ ସ୍ବୀକାର କରିବା ପରେ ତାଙ୍କୁ ତାଗିଦ କରି ଛଡ଼ାଯାଇଥିବା ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ମୟ ବାଳକ ଆୟୁଷ

ଆୟୁଷ ରଞ୍ଜନ ରାଉତ। ବୟସ ୧୪। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ର ଜଣକ ଏବେ ବିସ୍ମୟ ବାଳକ ଭାବେ ବେଶ୍‌ ଚର୍ଚ୍ଚା ସାଉଣ୍ଟିଛନ୍ତି।...

ଗୁରୁଦିବସରେ ଅଧ୍ୟାପକଙ୍କ କଳାବ୍ୟାଜ୍‌ ପରିଧାନ

ଭଞ୍ଜନଗର,୬।୯(ଡି.ଏନ୍‌.ଏ.)- ବେସରକାରୀ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ କଲେଜରେ ୧ ଜୁନ୍‌ ୨୦୦୮ ଠାରୁ ୩୦ ନଭେମ୍ବର ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ...

୯୬,୫୦୦ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବଲାଙ୍ଗୀର ଜିଲାର ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଅର୍ଥାଭାବରୁ ତାଙ୍କ ନାମଲେଖା ପ୍ରକ୍ରିୟାରେ...

ଗଛ ଲଗାଇ ପାଳିଲେ ବିଶ୍ୱ ପରିବେଶ ଦିବସ

ବାଲେଶ୍ୱର ଅଫିସ, ୫।୬: ବାଲେଶ୍ୱର ଜିଲାରେ ବିଭିନ୍ନ ବ୍ଲକରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଯୁବଗୋଷ୍ଠୀମାନେ ଗଛ ଲଗାଇ ବିଶ୍ୱ ପରିବେଶ ଦିବସ ପାଳିଛନ୍ତି। ଅନ୍ୟପକ୍ଷରେ ଅନ୍ୟ...

ଚିନ୍ତା ବଢ଼ାଇଲାଣି ‘ଅମ୍ଫନ’: ମୁକାବିଲା ପାଇଁ ଧାମରାରେ ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ,୧୭।୫ – ଗୋଟିଏ ପଟେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌କୁ ନେଇ ଜିଲାବାସୀ ଆତଙ୍କିତ ହୋଇପଡ଼ିଲେଣି।...

ବନ୍ଧୁ ହେବ ତ ଏମିତି

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ),୨୨।୨: ଜୀବନରେ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତ୍ୱ ଆଗରେ ଧନସମ୍ପତ୍ତି, ପଦପଦବୀ, ଉଚ୍ଚନୀଚ, ଜାତିଅଜାତିର କିଛି ମୂଲ୍ୟନାହିଁ। ବନ୍ଧୁଙ୍କ ଆଗରେ ସବୁକଥା କହି...

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ ଅଫିସ,୨୯।୬: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ସକାଳ ୮ଟାରୁ ଏହି ଦର୍ଶନ ଆରମ୍ଭ ହେବ। ୧୫ ଦିନର ଅନବସର ନୀତି ପରେ ନବଯୌବନ ଦର୍ଶନ...

ତିତ୍‌ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍‌ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର...

Advertisement
Archives

Model This Week