ପିପିଲି ଉପନିର୍ବାଚନ: ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ପିପିଲି, ୩।୪(ଡି.ଏନ୍‌.ଏ/ସ୍ବ.ପ୍ର.): ଆସନ୍ତା ୧୭ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଚାଲିଥିବାବେଳେ ଶୁକ୍ରବାର ରାଇଗୁରପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଛି। ଜଣେ ଭାଜପା କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଓ ବାଇକ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଭାଜପା ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ ଅଣାଯାଇ ସମ୍ପୃକ୍ତ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଧାରଣା ଦିଆଯିବା ସହ ପିପିଲି ଥାନା ଘେରାଉ କରାଯାଇଛି। ଅନ୍ୟପକ୍ଷରେ ଭାଜପା କର୍ମୀଙ୍କ ବିରୋଧରେ ଜଣେ ମହିଳା ପାଲଟା ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ବାମୀଙ୍କୁ ଭାଜପା କର୍ମୀ ମାଡ଼ ମାରିଥିବା ଓ ସେ ନିଖୋଜ ଥିବା ନେଇ ମହିଳା ଜଣକ ପୋଲିସ ନିକଟରେ ଏତଲା ଦେଇଛନ୍ତି। ଉକ୍ତ ମହିଳାଙ୍କ ସମେତ ବହୁସଂଖ୍ୟକ ମହିଳା ଓ ବିଜେଡି କର୍ମୀ ଥାନା ଆଗରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସେଠାରେ ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନରେ ଭାଜପାର ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସହଜପୁର ପଞ୍ଚାୟତରେ ନିଜର ନିର୍ବାଚନ ପ୍ର୦ଚାର ଅଭିଯାନ ଚଳାଇଥିଲେ। ସେ ସମର୍ଥକଙ୍କ ସହ ଯାଉଥିବାବେଳେ ରାଇଗୁରପୁର ଗ୍ରାମରେ କୌଣସି କାରଣକୁ ନେଇ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସୁହାଗପୁର ଗ୍ରାମର ଭାଜପା କର୍ମୀ ଚିତ୍ତରଞ୍ଜନ ନାୟକଙ୍କୁ ସୁବୁଦ୍ଧିପଡ଼ା ଗ୍ରାମର ବିପିନ ବେହେରା ଆକ୍ରମଣ କରିବା ସହ ବିଭିନ୍ନ ଧମକଚମକ ଦେଇଥିବା ଓ ବାଇକ୍‌ ଭଙ୍ଗାରୁଜା କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଭାଜପା ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା, ଓମ୍‌ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ସମର୍ଥକମାନେ ରାଇଗୁରପୁରଠାରେ ପ୍ରାୟ ୪ଘଣ୍ଟା ଧାରଣାରେ ବସିଥିଲେ। ପରେ ସେମାନେ ସେଠାରୁ ଆସି ଅପରାହ୍ନ ସାଢେ ୪ଟାରେ ପିପିଲି ଥାନା ଘେରାଉ କରିବା ସହ ଧାରଣା ଦେଇଥିଲେ। ଏଥିରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ବିଧାୟକ ରବି ମଲ୍ଲିକ, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ। ତେବେ ଏହି ସମୟରେ ବିପିନଙ୍କ ସ୍ତ୍ରୀ ରଶ୍ମିତା ବେହେରା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ଭାଜପା କର୍ମୀମାନେ ମାଡ଼ ମାରିଥିବାବେଳେ ସେ ନିଖୋଜ ଅଛନ୍ତି। ଭାଜପା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରଶ୍ମିତାଙ୍କ ସମେତ ବହୁ ସଂଖ୍ୟକ ମହିଳା ଓ ବିଜେଡି କର୍ମୀ ପିପିଲି ଥାନା ପରିସରରେ ଧାରଣା ଦେଇଥିଲେ। ଖବର ପାଇ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ବାଇଁ ଓ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ବାଇଁ ପିପିଲି ଥାନାରେ ପହଞ୍ଚି ନିଜ ଦଳର କର୍ମୀ ଓ ସମର୍ଥକଙ୍କୁ ବୁଝାଶୁଝା କରି ସେଠାରୁ ନେଇଯାଇଥିଲେ। ତେବେ ଭାଜପା କର୍ମୀ ଓ ସମର୍ଥକମାନେ ଆନ୍ଦୋଳନ ଜାରି ରଖିଥିଲେ। ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍‌ଡିପିଓ ଦେବଦତ୍ତ ବରାଳ ଏବଂ ପୁରୀ ଅତିରିକ୍ତ ଏସ୍‌ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ସେଠାରେ ପହଞ୍ଚି ଧାରଣାରତ ଭାଜପା କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଭାଜପାର ଧାରଣା ପ୍ରତ୍ୟାହୃତ ହୋଇଥିଲା।

 

ସୁରକ୍ଷା ଯୋଗାଇ ଦିଆଯାଉ: ପୃଥ୍ବୀରାଜ
ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଭୟମୁକ୍ତ ଶାସନ ହେବା ସହ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଉ। ଘରେ ପଶିଲା ବେଳକୁ ଚାଳ ବାଜିଲା ପରି ନିର୍ବାଚନ ଆରମ୍ଭ ହେଉ ହେଉ ଭାଜପା କର୍ମୀଙ୍କୁ ଆକ୍ରମଣ କରାଯିବା ସହ ହିଂସାର ବାତାବରଣ ସୃଷ୍ଟି କରାଯାଉଛି। ତେଣୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୪ଘଣ୍ଟା ଭିତରେ ଗିରଫ କରାଯିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ହିଂସାକାଣ୍ଡ ହୋଇଥିବା ଗ୍ରାମରେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ଭୋଟରଙ୍କୁ ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇବାକୁ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଦାବି କରିଛନ୍ତି। ଏଥିରେ ଯଦି ପୋଲିସ ଅବହେଳା କରେ ତେବେ ପୁଣି ଥାନା ଘେରାଉ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।

ଭାଜପାକୁ ପରାଜୟ ଭୟ ଘାରିଛି: ଅନନ୍ତ
ପିପିଲିରେ ବିଜେଡିର ଲୋକପ୍ରିୟତା ଓ ବିଜେଡି ପ୍ରାର୍ଥୀଙ୍କ ବିଶାଳ ରାଲିକୁ ଦେଖିବା ପରେ ଭାଜପାକୁ ପରାଜୟ ଭୟ ଘାରିଛି। ଫଳରେ ଏକ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଆକ୍ରମଣ ଘଟଣାକୁ ଭାଜପା ଅତିରଞ୍ଜିତ କରି ରାଜନୀତି କରୁଛି। ବିଜେଡି ଉପରେ ଆକ୍ରମଣର ମିଥ୍ୟା ଅଭିଯୋଗ ଲଗାଯାଇଛି। ବିଜେଡି ସଦାବେଳେ ଶାନ୍ତି ଓ ଅହିଂସାକୁ ଭଲ ପାଏ। ତେଣୁ ଉକ୍ତ ଘଟଣାରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।

ଘଟଣାକୁ ନିନ୍ଦା କରୁଛି: ନିଶିକାନ୍ତ
କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି, ଆମ ଦଳ ହିଂସାରେ ବିଶ୍ୱାସ କରେନାହିଁ। ତେଣୁ ଏହି ଘଟଣାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି। ପିପିଲିବାସୀ ସର୍ବଦା ଶାନ୍ତି ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଟିମ୍‌ରେ ଖେଳାଳି ଚୟନକୁ ନେଇ ବିବାଦ, ବାବର ଆଜମ କଲେ ବଡ଼ ଖୁଲାସା

ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ଖେଳାଳି ଚୟନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଥିବା…

ଡିସେମ୍ବରରେ ବାଂଲାଦେଶରେ ବଡ଼ ଝଡ଼ ସୃଷ୍ଟି ହେବାକୁ ଯାଉଛି; ପାସପୋର୍ଟ ପାଇଁ ଆବେଦନ କରିଛନ୍ତି ଶେଖ ହସିନା

ନୂଆଦିଲ୍ଲୀ/ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବରରେ ନିଜ ଦେଶକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହିଂସାତ୍ମକ ବିକ୍ଷୋଭ ପରେ ତାଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା…

କିଏ ସେହି ଚାଇନିଜ ମହିଳା ଆଲିସ ହୁଆଙ୍ଗ? ଯିଏ ଏନଭିଡିଆ (Nvidia) ସିଇଓ ଜେନସେନଙ୍କୁ ‘ହନି ଟ୍ରାପ’ରେ ଫସାଇଲେ

ଓ୍ବାଶିଂଟନ,୯।୧୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚିପ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ‘ଏନଭିଡିଆ’ (Nvidia) ର ସିଇଓ ଜେନସେନ ହୁଆଙ୍ଗ, ଜଣେ ଚାଇନିଜ…

ଆଉ ମାତ୍ର ୨୨ ରନ୍‌…ଇତିହାସ ରଚିବେ ବିରାଟ କୋହଲି: ବିଶ୍ୱର ପ୍ରଥମ ବ୍ୟାଟର୍‌ ହାସଲ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ତ୍ତମାନ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜ୍‌ରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି। ସିରିଜ୍‌ର…

‘ଏହି ଜୀବନରେ ଆମକୁ କେହି ଅଲଗା କରିପାରିବେ ନାହିଁ’, ଏମିତି କହି ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଲେ ସୁନିତା

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନ ସମ୍ପ୍ରତି ଆଲୋଚନାର ଏକ ମୁଖ୍ୟ ବିଷୟ ପାଲଟିଛି। କିଛି…

ସମ୍ବଲପୁରରେ ନିୟମକୁ ଫୁ’: ବାୟୁ ପ୍ରଦୂଷଣ ସଙ୍ଗୀନ, ନୀରବ ପ୍ରଶାସନ

ସମ୍ବଲପୁର,୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରଶାସନର କଟକଣା ସମ୍ପୂର୍ଣ୍ଣ ରୂପେ ଭୁଲୁଣ୍ଠିତ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ଅନୁଯାୟୀ…

ଛୋଲେ-କୁଲଚା ବିକାଳିଙ୍କ ପୁଅ ସାଜିଲେ ଭାରତର ନୂଆ ହିରୋ: ପାକିସ୍ତାନ ବିପକ୍ଷରେ କଲେ କମାଲ୍‌

ନୂଆଦିଲ୍ଲୀ,୧୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ବିପକ୍ଷରେ ପରାଜୟ ସତ୍ତ୍ୱେ ଭାରତୀୟ ଯୁବ ବ୍ୟାଟର୍‌ ଅର୍ଜୁନ ରାଜପୁତଙ୍କ ଲଢ଼ୁଆ ଇନିଂସ ସମସ୍ତଙ୍କ ହୃଦୟ ଜିତିଛି। ଦଳ…

୨୦୨୭ ବିଶ୍ୱକପ ଜିତିବା ପାଇଁ ରୋହିତ ଶର୍ମାଙ୍କ ବଡ଼ ପ୍ଲାନ୍‌: ଶୁବମନ ଗିଲ୍‌ଙ୍କୁ ବିବାହ…

ନୂଆଦିଲ୍ଲୀ,୯।୧୧: ୨୦୨୭ ବିଶ୍ୱକପ ଜିତିବା ପାଇଁ ଯାହା କରିବାକୁ ପଡ଼ିବ, ସେ ସବୁ କରିବାକୁ ପ୍ରସ୍ତୁତ ରୋହିତ ଶର୍ମା। ଏପରିକି ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?