ସାରଳା ଦାସଙ୍କ ମହାଭାରତ ବାସ୍ତବିକ ଅନନ୍ୟ: ଉପରାଷ୍ଟ୍ରପତି

କଟକ ଅଫିସ,୩।୪: ଆଦିକବି ସାରଳା ଦାସ ହେଉଛନ୍ତି ଆଧୁନିକ ଓଡ଼ିଆ ଭାଷାର ଜନକ। ପଞ୍ଚଦଶ ଶତାବ୍ଦୀରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ଓଡ଼ିଆ ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ। ମହାଭାରତରେ ସେ ଯେଉଁ ଶବ୍ଦାବଳୀ ପ୍ରୟୋଗ କରିଛନ୍ତି ତାହା ବୁଝିବା ପାଇଁ କୌଣସି ପାଠକଙ୍କୁ ଶବ୍ଦକୋଷର ଆବଶ୍ୟକ ହେବ ନାହିଁ। ଏହା ହେଉଛି ମହାନ୍‌ କବିମାନଙ୍କ ଏକ ସ୍ବାତନ୍ତ୍ର୍ୟ, ଯାହାକି ଜନମାନସର ହୃଦୟ ଜିତିପାରିଛି। ସାରଳା ଦାସ ସେହିପରି ଜଣେ ମହାନ୍‌ ବ୍ୟକ୍ତିତ୍ୱ ବୋଲି କହିଛନ୍ତି ଭାରତର ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡୁ। କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ଶୁକ୍ରବାର ଅନୁଷ୍ଠିତ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଓ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହରେ ଉପରାଷ୍ଟ୍ରପତି ନାଇଡୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସାରଳା ଦାସଙ୍କ ସମସାମୟିକ କବିଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରି ଉପରାଷ୍ଟ୍ରପତି ନାଇଡୁ କହିଥିଲେ ଯେ, ସନ୍ଥ କବୀର ଦାସ ମଧ୍ୟ ଜୀବନର ନିରାଟ ସତ୍ୟକୁ ହିନ୍ଦୀରେ ରଚନା କରିଥିଲେ। ତାଙ୍କର ଜନାଦୃତ ରଚନା ପାଇଁ ସମାଜର ସବୁ ବର୍ଗର ଲୋକ ଆଜି ତାଙ୍କ କଥାକୁ ଉଦାହରଣ ଦିଅନ୍ତି। ତେଲୁଗୁ ଭାଷାର ମହାନ୍‌ କବି ଓ ଦାର୍ଶନିକ ଯୋଗୀ ବେମ୍ମନା ମଧ୍ୟ ସେହିପରି ଭଙ୍ଗୀରେ ରଚନା କରିଥିଲେ, ଯେଉଁଥିପାଇଁ ସେ ତେଲୁଗୁ ଭାଷୀଙ୍କ ମାନସପଟରେ ଅଂଶବିଶେଷ ହୋଇ ରହିଯାଇଛନ୍ତି। ସାରଳା ଦାସଙ୍କ ଦ୍ୱାରା ଲିଖିତ ମହାଭାରତ ବାସ୍ତବିକ ଅନନ୍ୟ ବୋଲି ବିବେଚନା କରେ। ବ୍ୟାସଙ୍କ ମହାଭାରତ ଅନେକ ଭାରତୀୟ କବିଙ୍କ ଦ୍ୱାରା ଅନୂଦିତ ହୋଇଛି, ମାତ୍ର ସାରଳା ଦାସ ଏପରି ଏକ କାଳଜୟୀ ମହାକାବ୍ୟ ରଚନା କରିଛନ୍ତି, ଯାହା ସମସ୍ତ ଓଡ଼ିଆ ଭାଷାଭାଷୀଙ୍କ ଜନମାନସରେ ବସାବାନ୍ଧିବାରେ ସକ୍ଷମ ହୋଇଛି ବୋଲି ନାଇଡୁ କହିଛନ୍ତି।
ସମାରୋହରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଦିଆଯାଉଥିବା କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ କରି ଉପରାଷ୍ଟ୍ରପତି ନାଇଡୁ କହିଥିଲେ, ସାରଳା ଦାସଙ୍କ ସାହିତ୍ୟ କୃତି ହେଉଛି ତତ୍କାଳୀନ ଓଡ଼ିଶାର ରାଜନୈତିକ, ସାଂସ୍କୃତିକ ଇତିହାସ ଓ ଭୂଗୋଳ ସମ୍ପର୍କିତ ତଥ୍ୟର ଗନ୍ତାଘର। ନିଃସନ୍ଦେହରେ ଆମ ମଧ୍ୟରୁ ଅଧିକାଂଶ ସାରଳା ଦାସଙ୍କୁ ଆଦିକବି ବା ଓଡ଼ିଶାର ପ୍ରଥମ କବିଭାବେ ବିବେଚନା କରୁ। ତାଙ୍କୁ ଆଦି ଐତିହାସିକ ବା ପ୍ରଥମ ଐତିହାସିକ, ଭୂଗୋଳବିତ୍‌ ଓ ସମାଜତତ୍ତ୍ୱବିତ୍‌ ଭାବେ ମଧ୍ୟ ବର୍ଣ୍ଣନା କରାଯାଇପାରେ। ବିଭିନ୍ନ ସ୍ଥାନର ବର୍ଣ୍ଣନା, ପର୍ବପର୍ବାଣିର ରେଖାଙ୍କନ ଓ ସର୍ବୋପରି ପଞ୍ଚଦଶ ଶତାବ୍ଦୀର ଲୋକଚରିତ୍ର ସମ୍ପର୍କିତ ରଚନା ତାଙ୍କର ତତ୍କାଳୀନ ସାମାଜିକ ଓ ଆର୍ଥତ୍କ ଅବସ୍ଥାର ଗଭୀର ଅନୁଶୀଳନର ସୂଚନା ପ୍ରଦାନ କରେ ବୋଲି ନାଇଡୁ କହିଥିଲେ। ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀରେ ଓଡ଼ିଶାର ଦୁଇ ପ୍ରମୁଖ ମହାନଗରୀ କଟକ ଓ ଭୁବନେଶ୍ୱରର ବୁଦ୍ଧିଜୀବୀଙ୍କ ଗହଣରେ ଉପସ୍ଥିତ ରହି ନିଜକୁ ଧନ୍ୟ ମନେ କରୁଛି। ସେହିପରି ଖୁବ୍‌ ଆନନ୍ଦିତ ଯେ, ଆପଣମାନେ ମୋର ବନ୍ଧୁ ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି ବୋଲି ଉପରାଷ୍ଟ୍ରପତି ନାଇଡୁ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହରିଚନ୍ଦନ କହିଥିଲେ, ଆଦିକବି ସାରଳା ଦାସ ତାଙ୍କ ଲେଖା ମାଧ୍ୟମରେ ଭାଷା ଓ ସମାଜରେ ବିରାଟ ପରିବର୍ତ୍ତନ ଆଣିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଦ୍ୱାରା ରଚିତ କାଳଜୟୀ ମହାଭାରତ କେବଳ ଭାରତବର୍ଷ ନୁହେଁ, ବରଂ ସମଗ୍ର ବିଶ୍ୱକୁ ଦିଗ୍‌ଦର୍ଶନ ଦେଇଛି। ସମାରୋହରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସାରଳା ଦାସଙ୍କ ରଚିତ ମହାକାବ୍ୟ ମହାଭାରତ ଏକ କାଳଜୟୀ ରଚନା। ସେ ସମୟରେ ସେ ନିଜ ମାତୃଭାଷାରେ ମହାଭାରତକୁ ସରଳ ଭାବରେ ରଚନା କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ମାନସପଟରେ ରହିଛି। ମାତୃଭାଷାକୁ ପ୍ରାଧାନ୍ୟ ନ ଦେଲେ ଦେଶ ଓ ଜାତିର ଉନ୍ନତି ଅସମ୍ଭବ ବୋଲି ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଆଜିକୁ ଠିକ୍‌ ୧୫ ବର୍ଷ ପରେ ଅର୍ଥାତ୍‌ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ। ୨୬ ବର୍ଷ ପରେ ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ହେବ। ତେଣୁ ଏହି ସମୟ ମଧ୍ୟରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ସହ ଏକ ନୂଆ ଓଡ଼ିଶା ଗଠନ ପାଇଁ ମାର୍ଗଦର୍ଶନ କରିବାକୁ ବିଶିଷ୍ଟ ସାହିତି୍ୟକଗଣଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ଏହି ଅବସରରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ସାରଳା ସାହିତ୍ୟ ସଂସଦର ସଭାପତି ଇଂ. ପ୍ରଭାକର ସ୍ବାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri