ସରୁନି ୱାଲ୍‌ ପେଣ୍ଟିଂ: ପଡ଼ି ରହିଛି ଲକ୍ଷାଧିକ ଟଙ୍କା

ବାଲେଶ୍ୱର ଅଫିସ,୩।୪-କରୋନା ସମୟରେ ସରକାର ସହରାଞ୍ଚଳରେ ବସବାସ କରୁଥିବା ଚିତ୍ରଶିଳ୍ପୀ, କାରିଗର ଓ ମହିଳାଗୋଷ୍ଠୀମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଥିଲେ। ସେଗୁଡିକ ମଧ୍ୟରେ ସହରାଞ୍ଚଳ ଶ୍ରମଭିତ୍ତିକ କର୍ମନିଯୁକ୍ତି ଯୋଜନା ଅନ୍ୟତମ। ଏହାର ସଫଳ ରୂପାୟନ ପାଇଁ ସହରରେ ଆବର୍ଜନା, ୱେଜ୍‌ ଏମ୍ପ୍ଲୋୟମେଣ୍ଟ ଇନିସିଏଟିଭ୍‌ ସ୍କିମ୍‌ ଜରିଆରେ ସରକାରୀ କାନ୍ଥଗୁଡ଼ିକୁ ରଙ୍ଗ କରାଯାଇ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କାଯାଉଛି। ଯାହାକୁ ଆଙ୍କି ଅନେକ ଚିତ୍ରଶିଳ୍ପୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ କାମ ପାଇବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ବାଲେଶ୍ୱର ସହରରେ ଅନେକ ଜାଗାରେ ଏଷ୍ଟିମେଟ୍‌ଠାରୁ ବହୁତ କମ୍‌ ଟଙ୍କା ବ୍ୟବହାର କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ପଡ଼ି ରହିଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ବାଲେଶ୍ୱର ପୌରାଞ୍ଚଳ ୨ନଂ. ୱାର୍ଡ଼ ବଡ଼ଖୁଆ ଗ୍ରାମର ବଳାଙ୍ଗୀ କଲେଜ ସମ୍ମୁଖ ପାର୍କ ପାଚେରିରେ ଉକ୍ତ ଯୋଜନାରେ ୱାଲ୍‌ ପେଣ୍ଟିଂ ହୋଇଛି। ଉକ୍ତ ପାଚେରିରେ ନାଗରିକ ସୂଚନାଫଳକ ମଧ୍ୟ ଲାଗିଛି। ୱାଲ୍‌ପେଣ୍ଟିଂ ପାଇଁ ପ୍ରକଳ୍ପ ମୂଲ୍ୟ ୧ଲକ୍ଷ ୯ହଜାର ୭ଶହ ଟଙ୍କା ହୋଇଥିବା ବେଳେ ନିତାଇ ଗୌର ସ୍ବୟଂସହାୟକ ଗୋଷ୍ଠୀ କାର୍ଯ୍ୟନିର୍ବାହୀ ସଂସ୍ଥା ଭାବେ ପୌରାଞ୍ଚଳ ଅଫିସ୍‌ରୁ କାର୍ଯ୍ୟାଦେଶ ପାଇଛି। ନାଗରିକ ସୂଚନା ଫଳକରେ କାର୍ଯ୍ୟାରମ୍ଭ ତାରିଖ ଓ କାର୍ଯ୍ୟ ସମ୍ପୂର୍ଣ୍ଣ ତାରିଖ ଲେଖା ନ ଥିବା ବେଳେ କାନ୍ଥରେ ମାତ୍ର ୪ଟି ଚିତ୍ର ଦେଖିବାକୁ ମିଳୁଛି। ଉକ୍ତ ପ୍ରକଳ୍ପର ଆଶିଂକ ବିଲ୍‌ ମଧ୍ୟ ପୈଠ ହୋଇଛି। ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ନାଁ ଧରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡ଼କୁ ଏହି ପ୍ରକଳ୍ପରେ ୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମିଳିଛି। କେତେକ ୱାର୍ଡ଼ରେ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଧିକାଂଶ ୱାର୍ଡ଼ରେ ଏଭଳି ଅଧାପନ୍ତରିଆ ଅବସ୍ଥା ଦେଖିବାକୁ ମିଳିଛି।
ଏନେଇ ପୌରାଞ୍ଚଳର କମ୍ୟୁନିଟି ଅର୍ଗାନାଇଜେର ସାବିତ୍ରୀ ମିଶ୍ର କହିଛନ୍ତି, ସହରାଞ୍ଚଳ ଶ୍ରମଭିତ୍ତିକ କର୍ମନିଯୁକ୍ତି ଯୋଜନାରେ ଉକ୍ତ ପ୍ରକଳ୍ପଗୁଡିକୁ ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦିଆଯାଇଛି। କେତେକ ଶେଷ କରିଦେଇଥିବା ବେଳେ ଅଧିକାଂଶ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ଲଗାଉଛନ୍ତି। ଏନେଇ ବିଭାଗ ତରଫରୁ ବାରମ୍ବାର ତାଗିଦ୍‌ କରାଯାଉଛି। ଯେଉଁ ଗୋଷ୍ଠୀ ଯେତିକି ୱାଲ୍‌ପେଣ୍ଟିଂ କରୁଛି ସେହି ଅନୁସାରେ ବିଲ୍‌ ପୈଠ କରାଯାଉଛି। ବାକି ଥିବା କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରାଯିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri