ସରୁନି ଆନିମଲ ଅଣ୍ଡରପାସ୍‌ କାମ

କେନ୍ଦୁଝର, ୩।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ପାଣିକୋଇଲିଠାରୁ ରିମୁଳି ପଯର୍‌ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡିକରେ ଐତିହ୍ୟ ପ୍ରାଣୀ ହାତୀ ସାଙ୍ଗକୁ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ୨୦ ନଂ ଜାତୀୟ ରାଜପଥଟି ଯାଇଥିବାରୁ ଜୀବଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଅନେକ ସ୍ଥାନରେ ଅଣ୍ଡରପାସ ତିଆରି ହେବା ଯୋଜନା ରହିଥିଲା। କିନ୍ତୁ ରାସ୍ତା ନିର୍ମାଣ ସମୟରେ ଏହାକୁ ଉପେକ୍ଷା କରି ଅଣ୍ଡରପାସ ଗୁଡିକୁ ଖଣ୍ଡିଆ କରି ପକାଇ ଦିଆଯାଇଛି। ତେଣୁ ଦୁର୍ଘଟଣା ଘଟି ଜୀବଜନ୍ତୁ ମାନଙ୍କ ଜୀବନ ଅକାରଣେ ଯାଉଛି। ନରଣପୁର ସଂରକ୍ଷିତ ଜଙ୍ଗଲରେ ଗୋପାଳପୁର ପୂର୍ବରୁ ନିର୍ମାଣଧିନ ଅଣ୍ଡରପାସର କାମ ସରିଥିଲେ ମଧ୍ୟ ଜୀବଜନ୍ତୁ ଗମନାଗମନ ସୁଗମ ନଥିବାରୁ ରାସ୍ତାର ଏକ ପାର୍ଶ୍ୱରେ ଥିବା ଜଙ୍ଗଲରୁ ଅନ୍ୟ ପାଖ ଜଙ୍ଗଲକୁ ଯିବା ଆସିବାରେ ଜନ୍ତୁମାନେ ଅସୁବିଧା ଭୋଗୁଛନ୍ତି। ତେଣୁ ଟ୍ରକ ଆଗରେ ପଡି ଜନ୍ତୁମାନେ ଜୀବନ ହାରିବା ଭଳି ପରିସ୍ଥିତି ଉପୁଜୁଛି। ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ହାତୀ ରହିଥିବା କାରଣରୁ ପିପିଳିଆ ଠାକୁରାଣୀ ଶାଳ ନିକଟରେ ୧୫ଫୁଟ ଉଚ୍ଚତାର ଏକ ଏଲିଫ୍ୟାଣ୍ଟ ଅଣ୍ଡରପାସ କାମ ଆରମ୍ଭ ହୋଇଥିଲା। ମାତ୍ର ଏହି କାମ ଅସମ୍ପୂର୍ଣ୍ଣ ହୋଇ ପଡିଛି। ଫଳରେ ହାତୀମାନେ ଅନେକ ସମୟରେ ବିପଦସଙ୍କୁୁଳ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି। ଟ୍ରକ୍‌ଗୁଡିକ ସହ ଅନେକ ସମୟରେ ହାତୀମାନେ ମୁହଁାମୁହିଁ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଗାଡିମୋଟରର କ୍ଷୀପ୍ର ଆଲୋକ ସାଙ୍ଗକୁ ଉଚ୍ଚଶଦ୍ଦରେ ହର୍ନ ହାତୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷ କରି ଛୁଆ ହାତୀଙ୍କ ପାଇଁ ଉଚ୍ଚଶଦ୍ଦର ହର୍ଣ୍ଣ ଓ ଆଲୋକ କ୍ଷତିକାରକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ସୁଦ୍ଧା କୃଷି ବିଭାଗ ମୂଳ ପଦବୀ ପୂରଣ ହେବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କୃଷି ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟରେ ଖାଲିଥିବା ମୂଳ ପଦବୀ ଯଥା ସହକାରୀ କୃଷି ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ସହକାରୀ ଉଦ୍ୟାନ କୃଷି...

ପାଗଳା କୁକୁର କାମୁଡ଼ାରେ ୬ ଗୁରୁତର

ପାଟଣା,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ମଙ୍ଗଳବାର ସକାଳେ ଏକ ବୁଲା ପାଗଳା କୁକୁର କାମୁଡ଼ାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ...

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନାଁରେ ଜନସାଧାରଣଙ୍କୁ ଅତ୍ୟାଚାର: ସୁରେଶ ରାଉତରାୟ

ଭୁବନେଶ୍ୱର,୨।୩(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟରଯାନ ଆଇନକୁ କଡ଼ାକଡ଼ି ଲାଗୁ କରାଯାଇଥିବା ବେଳେ ରାଜ୍ୟର ସବୁ ସ୍ଥାନରେ ଧରପଗଡ଼ ଆରମ୍ଭ ହୋଇଯାଇଛି। ନିୟମ ଉଲ୍ଲଂଘନ କରୁଥିବା...

CORONAVIRUS UPDATE: ରାଜ୍ୟରେ ୩୦୬୭ ନୂଆ ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦୬୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୨୧୫୬୭୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଆଜି ବାହୁଡ଼ିବେ ମହାପ୍ରଭୁ

ପୁରୀ ଅଫିସ,୧୨।୭:ଆଡ଼ପ ମଣ୍ଡପରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଗୁରୁବାର ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇ ଏବେ ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ...

ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ। ବିଜେଡିର ୪ ପ୍ରାର୍ଥୀ ଆଜି ଦଳୀୟ ନେତା, ସମର୍ଥକ...

ଦୁଇମାସ ପୂରିନି : ପିଚୁ ଉଠି ଗଲାଣି

ପାଟଣା,୨୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳି ପଶିରୁ ମଲ୍ଲୀପଶି ପଶି ପାର୍ଯ୍ୟନ୍ତ ୪କି.ମି. ରାସ୍ତା କୁ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଦେଢ଼ କୋଟି ଟଙ୍କା...

ଲୋକାୟୁକ୍ତ ସଦସ୍ୟଭାବେ ଦାୟିତ୍ୱ ନେଲେ ରାଜେନ୍ଦ୍ର ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ନୂଆ ଦାୟିତ୍ୱ ଗ୍ରହଣ କଲେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଲୋକାୟୁକ୍ତ ସଦସ୍ୟ ଭାବେ ସେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement
Archives

Model This Week